ଓଡିଶା

odisha

ETV Bharat / sukhibhava

ପ୍ରତିଦିନ ମଦ ପିଇବା ଦ୍ବାରା ଲିଭର ପ୍ରଭାବିତ ହୁଏ କି ? ଏହା କହୁଛନ୍ତି ଡାକ୍ତର

ଯେଉଁମାନେ ପ୍ରତିଦିନ ମଦ୍ୟପାନ କରନ୍ତି, ସେମାନଙ୍କର ଯକୃତ ନଷ୍ଟ ହୋଇଯାଏ । ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠେ ଯେ ମଦ୍ୟପାନ କେବଳ ଯକୃତ ଉପରେ କାହିଁକି ଅଧିକ ପ୍ରଭାବ ପକାଇଥାଏ ? ଅଧିକ ପଢ଼ନ୍ତୁ

By

Published : Jul 7, 2023, 7:25 AM IST

Effects of alcohol on health and liver
Effects of alcohol on health and liver

ହାଇଦ୍ରାବାଦ:ମଦ୍ୟପାନ ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ ବୋଲି ସମସ୍ତେ ଜାଣନ୍ତି । ହେଲେ ଆଜିକା ଯୁବପିଢି ଅଧିକ ମଦ୍ୟପାନ କରୁଥିବା ନଜର ଆସୁଛନ୍ତି । ଏହା ମଧ୍ୟ କୁହାଯାଏ ଯେ ଯେଉଁମାନେ ପ୍ରତିଦିନ ମଦ୍ୟପାନ କରନ୍ତି, ସେମାନଙ୍କର ଯକୃତ ନଷ୍ଟ ହୋଇଯାଏ । ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠେ ଯେ ମଦ୍ୟପାନ କେବଳ ଯକୃତ ଉପରେ କାହିଁକି ଅଧିକ ପ୍ରଭାବ ପକାଇଥାଏ । ସମସ୍ତେ ଜାଣନ୍ତି ଯେ, ଯକୃତ ବା ଲିଭର ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, ଯଦି ଏହା ନଷ୍ଟ ହୋଇଯାଏ, ତେବେ ଅନେକ ପ୍ରକାରର ଗମ୍ଭୀର ରୋଗ ହେବା ଆରମ୍ଭ ହୋଇଥାଏ । ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠେ ଯେ, ଯକୃତକୁ କିପରି ସୁସ୍ଥ ରଖାଯିବ ? ଏବଂ ମଦ ପିଇବା ଦ୍ବାରା ଲିଭର ଉପରେ କାହିଁକି ଅଧିକ ପ୍ରଭାବ ପଡ଼ିଥାଏ ।

ଏହା ମଧ୍ୟ ପଢନ୍ତୁ: କିପରି ନେବେ ଯକୃତର ଯତ୍ନ ? ଜାଣନ୍ତୁ କଣ କହୁଛନ୍ତି ଡାକ୍ତର

ଯେଉଁ ଲୋକମାନେ ପ୍ରତିଦିନ ମଦ୍ୟପାନ କରନ୍ତି, ସେମାନଙ୍କର ଫ୍ୟାଟି ଲିଭରର ସମସ୍ୟା ବଢ଼ି ଯାଇଥାଏ । ସବୁଠାରୁ ଆଶ୍ଚର୍ଯ୍ୟଜନକ ଏବଂ ଚିନ୍ତାଜନକ ବିଷୟ ହେଉଛି ଭାରତ ଏବଂ ଏହାର ଆଖପାଖ ଅଞ୍ଚଳରେ ରହୁଥିବା ଲୋକମାନଙ୍କ ମଧ୍ୟରେ ଏହି ରୋଗ ହେବାର ଆଶଙ୍କା ଅଧିକ ରହିଥାଏ । ଯେଉଁମାନେ ଭାବନ୍ତି ଯେ ଯଦି ଆମେ କମ୍ ମଦ୍ୟପାନ କରୁ, ତେବେ ଆମ ସହିତ କିଛି ହେବ ନାହିଁ । ଏହା ଭାବିବା ଭୁଲ ବୋଲି ଏକ୍ସପର୍ଟ କହିଛନ୍ତି । ମଦ୍ୟପାନ ଏତେ ବିପଜ୍ଜନକ ଯେ ଏହା ଏହାର ପ୍ରଥମ ସିପ୍‌ରେ ପ୍ରଭାବ ଦେଖାଇବା ଆରମ୍ଭ କରେ । ମଦ ବା ଏଥିରେ ଥିବା ଆଲ୍‌କହଲ୍‌ ମାତ୍ରା ଶରୀରରେ ଗ୍ୟାଷ୍ଟ୍ରିକ୍ ଏସିଡ୍ ସୃଷ୍ଟି କରିଥାଏ।

ଏହା ମଧ୍ୟ ପଢନ୍ତୁ: Alcohol Side Effects: ଅତ୍ୟଧିକ ମଦ୍ୟପାନ ଛୋଟ କରିପାରେ ମସ୍ତିଷ୍କର ଆକାର

'ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ' (WHO) ଅନୁଯାୟୀ, ମଦ୍ୟପାନ ଦ୍ବାରା ସର୍ବାଧିକ ଗ୍ୟାଷ୍ଟ୍ରିକ୍ ଏସିଡ୍ ଉତ୍ପାଦନ କରିଥାଏ । ଯାହା ଶରୀରର ମ୍ୟୁକସ ଲାଇନରେ ଫୁଲା ସୃଷ୍ଟି କରିଥାଏ । ମଦ ପିଇବା ଦ୍ବାରା ଅନ୍ତନଳୀ ମଦ ଶୋଷି ଦେଇଥାଏ । ଯାହା ପରେ ଯକୃତରେ ପହଞ୍ଚେ । ମଦ୍ୟପାନ ସିଧାସଳଖ ପେଟରୁ ଲିଭରକୁ ପହଞ୍ଚେ । ଫଳରେ ଶୀଘ୍ର ଯକୃତ ନଷ୍ଟ ହୋଇଯାଇଥାଏ । ଯେତେବେଳେ ଯକୃତ ଉପରେ ମଦ କୌଣସି ପ୍ରଭାବ ପକାଇପାରିନଥାଏ ତାହେଲେ ଏହାର ସିଧାସଳଖ ପ୍ରଭାବ ମସ୍ତିଷ୍କ ଉପରେ ପଡ଼ିଥାଏ ।

ଲିଭର ଉପରେ କେଉଁ ପ୍ରକାର ପ୍ରଭାବ ପକାଇଥାଏ ମଦ?:ଯକୃତର କାମ ହେଉଛି ଶରୀରର ମଇଳାକୁ ଡିଟକ୍ସାଇଫ୍ ବା ସଫା କରିବା । ସଠିକ୍ ହଜମ ପ୍ରକ୍ରିୟା, ମେଟାବୋଲିଜିମ୍, ବିଷାକ୍ତ ପଦାର୍ଥ ଅପସାରଣ ଏବଂ ପୁଷ୍ଟିକର ସଂରକ୍ଷଣରେ ସାହାଯ୍ୟ କରେ ଲିଭର । ଆମର ସାମଗ୍ରିକ ସ୍ବାସ୍ଥ୍ୟ ଏବଂ ସୁସ୍ଥତାକୁ ପ୍ରଭାବିତ କରିବାରେ ଲିଭର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କିନ୍ତୁ ଯଦି ପ୍ରତିଦିନ ମଦ୍ୟପାନ ଶରୀରରେ ପ୍ରବେଶ କରେ, ତେବେ ଏହା ଯକୃତକୁ ସିଧାସଳଖ କ୍ଷତି ପହଞ୍ଚାଇପାରେ କାରଣ ଧୀରେଧୀରେ ଯକୃତର ଡିଟକ୍ସାଇଫ୍ କରିବାର କ୍ଷମତା ହ୍ରାସ ପାଇବ । ଯାହାପରେ ଯକୃତରେ ଚର୍ବି ଜମା ହେବା ଆରମ୍ଭ କରେ । ଏହାପରେ ଫ୍ୟାଟି ଲିଭର, ଲିଭର ସିରୋସିସ୍ ଏବଂ ଶେଷରେ ବ୍ୟକ୍ତି ଯକୃତ କର୍କଟ ହେବାର ସମ୍ଭାବନା ଅଧିକ ଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଅନୁପଯୁକ୍ତ ଖାଦ୍ୟ ଗ୍ରହଣ, ଶାରୀରିକ କାର୍ଯ୍ୟକଳାପର ଅଭାବ, ଅତ୍ୟଧିକ ଓଜନ ବୃଦ୍ଧି, ମଧୁମେହ, ଉଚ୍ଚ ରକ୍ତଚାପ, ଥାଇରଏଡ ଏବଂ ଅସ୍ୱାଭାବିକ କୋଲେଷ୍ଟ୍ରଲ ସ୍ତର ବୃଦ୍ଧି ଏକ ଅସ୍ବାସ୍ଥ୍ୟକର ଜୀବନଶୈଳୀର କାରଣ ହୋଇଥାଏ । ଏସବୁ ସମସ୍ୟା non-alcoholic fatty liver disease (NAFLD) ବା ନିଶାଦ୍ରବ୍ୟ ଗ୍ରହଣ ଲିଭର ଉପରେ ପ୍ରଭାବ ପକାଏ ଏବଂ ଧୀରେଧୀରେ ଲିଭର ଡ୍ୟାମେଜ ହେବାକୁ ଲାଗେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details