ହାଇଦ୍ରାବାଦ:କଥାରେ ଅଛି ଯେ, ରୋଗ ଶରୀରରେ ନିଜର ଚିହ୍ନ ଛାଡ଼ିଥାଏ। ତେଣୁ ଶରୀରରେ ଚିହ୍ନକୁ ହାଲୁକା ଭାବେ ଗ୍ରହଣ କରନ୍ତୁ ନାହିଁ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହା ରୋଗର ପ୍ରାମମ୍ଭିକ ଲକ୍ଷଣ ମଧ୍ୟ ହୋଇପାରେ । ପିଲାଦିନରେ ଓଠର ରଙ୍ଗ ସବୁବେଳେ ଗୋଲାପୀ ଦେଖାଯାଇଥାଏ କିନ୍ତୁ ସମୟ ସହିତ ଓଠର ରଙ୍ଗ ମଧ୍ୟ ପରିବର୍ତ୍ତନ ହେବାକୁ ଲାଗେ। କେତେଜଣଙ୍କର ଓଠର ରଙ୍ଗ ବାଇଗଣୀ, ଅଫ ହ୍ବାଇଟ ଏବଂ କଳା ଦେଖାଯାଇଥାଏ। ତେବେ ଓଠର ରଙ୍ଗ ପରିବର୍ତ୍ତନ ହେଉଛି ଅନେକ ରୋଗର ପ୍ରାରମ୍ଭିକ ଲକ୍ଷଣ । ଓଠର ରଙ୍ଗ ପରିବର୍ତ୍ତନ ଶରୀରରେ ବ୍ୟାଘାତର ସଙ୍କେତ ହୋଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ।
ଓଠର ରଙ୍ଗ ଦେଖି ଜାଣି ହେବ ରୋଗ:
ଲାଲ ଓଠ: କେତେକ ସମୟରେ ଓଠର ରଙ୍ଗ ଗୋଲାପୀ ବଦଳରେ ଲାଲ ଦେଖାଯିବା ଆରମ୍ଭ କରେ। ତେବେ ଏହା ପଛରେ ଅନେକ କାରଣ ରହିଥିଲେ ହେଁ କେତେକ କ୍ଷେତ୍ରରେ ଏହା ଯକୃତ ସମ୍ବନ୍ଧୀୟ ରୋଗର କାରଣ ହୋଇପାରେ । ଯଦି ଜଣେ ବ୍ୟକ୍ତିର ଯକୃତରେ କିଛି ସମସ୍ୟା ଥାଏ ତେବେ ଓଠର ରଙ୍ଗ ଲାଲ ଦେଖାଯାଇଥାଏ। ଶରୀରରେ କୌଣସି ପ୍ରକାରର ଆଲର୍ଜି ଥିଲେ ମଧ୍ୟ ଓଠର ରଙ୍ଗ ଲାଲ ହୋଇଥାଏ।
ଅଫ୍ ହ୍ବାଇଟ ଓଠ:ଯଦି ଓଠର ରଙ୍ଗ ପିଙ୍କ ପରିବର୍ତ୍ତେ ଧଳା ବା ଫିକା ଧଳା ଦେଖାଯାଏ ତେବେ ଏହା ରକ୍ତହୀନତାର ସଙ୍କେତ ହୋଇଥାଏ। ଶରୀରରେ ରକ୍ତର ଅଭାବ ଯୋଗୁଁ ମଧ୍ୟ ଓଠର ରଙ୍ଗ ଫିକା ଧଳା ଦେଖାଯାଇଥାଏ । ଏହା ବ୍ୟତୀତ, ଯେତେବେଳେ ରକ୍ତରେ ବିଲିରୁବିନର ସ୍ତର ବୃଦ୍ଧି ପାଇଥାଏ ସେତେବେଳେ ଓଠର ରଙ୍ଗ ହଳଦିଆ ଦେଖାଯିବା ଆରମ୍ଭ କରେ । ବେଳେବେଳେ ଭାଇରାଲ୍ ସଂକ୍ରମଣ ହେତୁ ଓଠର ରଙ୍ଗ ମଧ୍ୟ ଏପରି ହୋଇଯାଇଥାଏ ।