ହାଇଦ୍ରାବାଦ:ସୁସ୍ଥ ରହିବା ପାଇଁ ଶରୀରକୁ ପାଣିର ଆବଶ୍ୟକତା ରହିଛି । ଆବଶ୍ୟକତା ଅନୁସାରେ ପାଣି ପିଇବା ଦ୍ବାରା ଶରୀର ସୁସ୍ଥ ରହିଥାଏ। ତେବେ ଶରୀରରେ ପାଣିରର ଅଭାବ ହେତୁ ଅନେକ ପ୍ରକାରର ରୋଗ ହେବାର ସମ୍ଭାବନା ଅଧିକ ରହିଥାଏ। ପାଣି ଅଭାବରୁ ଅଧିକାଂଶ ଲୋକ ଡିହାଇଡ୍ରେସନର ଶିକାର ହୁଅନ୍ତି । ଏହି କାରଣରୁ ରକ୍ତ ସଞ୍ଚାଳନ, ଯକୃତ ଏବଂ କିଡନୀ ଅଧିକ ମାତ୍ରାରେ ପ୍ରଭାବିତ ହୋଇଥାଏ । ପାଣି ଅଭାବରୁ ଅଙ୍ଗ ନଷ୍ଟ ବା ଡ୍ୟାମେଜ୍ ହେବାର ସମ୍ଭାବନା ମଧ୍ୟ ରହିଥାଏ । ତେବେ ଏହା ବ୍ୟତୀତ ଚର୍ମକୁ ଦେଖି ମଧ୍ୟ ଶରୀରରେ ପାଣିର ଅଭାବ ବିଷୟରେ ଆକଳନ କରାଯାଇଥାଏ । ଶୁଷ୍କ ଚର୍ମ, କୋଷ୍ଠକାଠିନ୍ୟ ସମସ୍ୟା, ମୁଣ୍ଡବିନ୍ଧା ଏବଂ ଯନ୍ତ୍ରଣା ଭଳି ଲକ୍ଷଣ ମଧ୍ୟ ଶରୀରରେ ପାଣିର ଅଭାବ ଯୋଗୁଁ ହୋଇଥାଏ ।
ଶରୀରରେ ପାଣି କମ ହେଲେ ହୋଇଥାଏ ଏହି ରୋଗ
UTI ସଂକ୍ରମଣ:ଶରୀରରେ ପାଣିର ଅଭାବ ହେତୁ ପ୍ରଥମେ ୟୁଟିଆଇ ସଂକ୍ରମଣ ହୋଇଥାଏ । ବାସ୍ତବରେ ପାଣି ଶରୀରର ତାପମାତ୍ରାକୁ ନିୟନ୍ତ୍ରଣରେ ରଖିଥାଏ। PH ସନ୍ତୁଳନ ବଜାୟ ରଖିବା ସହିତ ଏହା ଶରୀରରୁ ବିପଜ୍ଜନକ ବ୍ଯାକ୍ଟେରିଆ ମଧ୍ୟ ବାହାର କରିବାରେ ସାହାଯ୍ୟ କରିଥାଏ। ଏହି ସଂକ୍ରମଣ ସାଧାରଣତଃ ଜୀବାଣୁ ଦ୍ବାରା ହୋଇଥାଏ । ଯାହା ମୂତ୍ରନଳୀ, ମୂତ୍ରାଶୟ ଏବଂ ବ୍ଲାଡରକୁ ସଂକ୍ରମିତ କରିଥାଏ । ଜୀବାଣୁ ମୁତ୍ରାଶୟରେ ପହଞ୍ଚି ସେଠାରେ ସଂକ୍ରମଣ ବ୍ୟାପିବା ଆରମ୍ଭ ହୋଇଥାଏ । ଏହି ସଂକ୍ରମଣ ବ୍ଲାଡରର ସ୍ତରକୁ କ୍ଷତି ପହଞ୍ଚାଇବାର ମଧ୍ୟ ସମ୍ଭାବନା ରହିଥାଏ ।
କିଡନୀ ଷ୍ଟୋନ: ଶରୀରରେ ପାଣିର ଅଭାବରୁ କିଡନୀରେ ଷ୍ଟୋନ ସମସ୍ୟା ଦେଖାଦେଇଥାଏ। ଶରୀରରେ ପାଣିର ଅଭାବ ଦେଖାଗଲେ ଅଧିକ ପରିମାଣରେ ପ୍ରଭାବିତ ହୋଇଥାଏ କିଡନୀ । ଏହାର କାର୍ଯ୍ୟ କରିବା କ୍ଷମତା କମିଯାଇଥାଏ। ପାଣିର ଅଭାବ ହେତୁ କିଡନୀରୁ ବର୍ଯ୍ୟବସ୍ତୁ ବାହାରି ପାରେ ନାହିଁ । ଫଳରେ ତାହା ଜମା ହୋଇ ଷ୍ଟୋନ ହୋଇଥାଏ ।