ହାଇଦ୍ରାବାଦ: ବର୍ତ୍ତମାନ ଅଳ୍ପ ବୟସରେ ହୃଦଘାତ ଭଳି ବିପଦର ସମ୍ମୁଖୀନ ହେବାକୁ ପଡୁଛି । ଅନେକ ଲୋକ ଏହି କାରଣରୁ ଅଚାନକ୍ ପ୍ରାଣ ହରାଉଛନ୍ତି । କୋରୋନା ପରବର୍ତ୍ତୀ ସମୟରେ ଅଧିକ 25 ରୁ 30 ବର୍ଷ ବୟସର ଲୋକମାନେ ହୃଦଘାତର ଶିକାର ହେଉଥିବା ଦେଖିବାକୁ ମିଳୁଛି । ତଥାପି ଯୁବକମାନଙ୍କ ହୃଦଘାତ ଜନିତ ସମସ୍ୟାରେ କୋଭିଡ କେତେ ଦାୟୀ ତାହା କହିବା କଷ୍ଟକର । ଏହା ବ୍ୟତୀତ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ରହିଛି, ଯାହା ହୃଦୟ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ । ଏପରିକି ଜୀବନ ମଧ୍ୟ ନେଇପାରେ । ତେଣୁ କେଉଁ ସବୁ ରୋଗ ଥିଲେ ହୃଦ୍ଘାତ ହେବାର ସମ୍ଭାବନା ଥାଏ, ଜାଣନ୍ତୁ
ହୃଦଘାତ ପୂର୍ବ ଲକ୍ଷଣ:ସ୍ନାୟୁ ଭିତରେ ଚର୍ବି ଜମା ହେବା ସମସ୍ୟାକୁ ଡାକ୍ତରୀ ଭାଷାରେ ଆଥେରୋସ୍କ୍ଲେରୋସିସ୍ କୁହାଯାଏ । ଏହି ରୋଗର ନିଜସ୍ବ କୌଣସି ଲକ୍ଷଣ ନାହିଁ । କିନ୍ତୁ ଅନ୍ୟ କେତେକ ଲକ୍ଷଣ ହୃଦ୍ଘାତ ବିପଦକୁ ସୂଚିତ କରାଏ, ସେସବୁ ହେଉଛି
- ଛାତିରେ ସାମାନ୍ୟ ଯନ୍ତ୍ରଣା ।
- ବିଶେଷକରି ବ୍ୟାୟାମ ସମୟରେ ହାତ ଏବଂ ପାଦରେ ଯନ୍ତ୍ରଣା ।
- ନିଶ୍ୱାସ ନେବାରେ ଅସୁବିଧା ।
- ଥକା ଅନୁଭବ କରିବା । କାମ ନକରି ମଧ୍ୟ କ୍ଳାନ୍ତ ଲାଗିବା ।
- ଦୁର୍ବଳତା, ମଧ୍ୟମ ମୁଣ୍ଡ ବୁଲାଇବା କିମ୍ବା ଶରୀର କ୍ରମାଗତ ଭାରି ଭାରି ଲାଗିବା ।
- ମନ ଅସ୍ଥିର ରହିବା, ଦ୍ୱନ୍ଦ୍ୱରେ ପଡିବା ଭଳି ଲାଗିବା ।
ଏହା ମଧ୍ୟ ପଢନ୍ତୁ:-ଦିନକୁ 7 ଥରରୁ ଅଧିକ ପରିସ୍ରା ଲାଗୁଥିଲେ ସାବଧାନ ! ହୋଇପାରେ ଏହି ସବୁ ସ୍ବାସ୍ଥ୍ୟ ସମସ୍ୟା