ସାନ ଫ୍ରାନ୍ସିସ୍କୋ: ଯେଉଁମାନେ ହାଇଡ୍ରେଟ୍ ରହନ୍ତି, ଅର୍ଥାତ୍ ଜଳୀୟ ଅଂଶ ଅଧିକ ଥିବା ବ୍ୟକ୍ତିମାନେ ବେଶି ଦିନ ବଞ୍ଚି ପାରୁଥିବା ଦେଖାଯାଉଛି(Well-hydrated adults appear to live longer) ! ଯେଉଁ ବୟସ୍କମାନଙ୍କର ଭଲ ଜଳୀୟ ଅଂଶ ଥାଏ ସେମାନେ ସୁସ୍ଥ ଥିବା ପରି ଦେଖାଯାନ୍ତି, ହୃଦୟ ଏବଂ ଫୁସଫୁସ ରୋଗ ପରି କମ୍ କ୍ରନିକ୍ ଅବସ୍ଥା ଥାଏ । ଏପରିକି ସେମାନେ କମ୍ ହାଇଡ୍ରେଟ୍ ଥିବା ଲୋକଙ୍କ ଅପେକ୍ଷା ଅଧିକ ସମୟ ଜୀବିତ ରହିଥାନ୍ତି ବୋଲି ଏକ ନୂତନ ଅଧ୍ୟୟନରୁ ଜଣାପଡିଛି । ଇବାୟୋ ମେଡିସିନ୍ରେ(eBioMedicine) ପ୍ରକାଶିତ ଆମେରିକାନ୍ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ ଏହି ଅଧ୍ୟୟନ କରିଛି । ଅଧ୍ୟୟନରେ ହାଇଡ୍ରେଟ୍ ରହିବାର ଭଲ ଗୁଣ ଉପରେ ବର୍ଣ୍ଣନା କରାଯାଇଛି ।
ଏହାମଧ୍ୟ ପଢନ୍ତୁ: Liver Cancer: କାହିଁକି ହୁଏ ଯକୃତ କର୍କଟ, ଜାଣନ୍ତୁ ଏହାର କାରଣ ଓ ନିରାକରଣ
ଏହି ଅଧ୍ୟୟନରେ, ଅନୁସନ୍ଧାନକାରୀମାନେ 30 ବର୍ଷ ମଧ୍ୟରେ 11,255 ବୟସ୍କଙ୍କ ଠାରୁ ତଥ୍ୟ ସଂଗ୍ରହ କରିଥିଲେ ଏବଂ ସେମାନଙ୍କ "ସେରମ୍ ସୋଡିୟମ୍ ସ୍ତର"(serum sodium levels) ମଧ୍ୟରେ ଥିବା ଲିଙ୍କକୁ ବିଶ୍ଳେଷଣ କରିଥିଲେ - ଯାହା ତରଳ ପଦାର୍ଥ ହ୍ରାସ ହେଲେ କଣ ହୋଇଥାଏ ଏବଂ ବିଭିନ୍ନ ସ୍ୱାସ୍ଥ୍ୟର ସୂଚକ ଦେଇଥାଏ । ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ, ସାଧାରଣ ସେରମ୍ ସୋଡିୟମ୍ ସ୍ତର ଥିବା ବୟସ୍କମାନଙ୍କ ତୁଳନାରେ ଅଧିକ ସେରମ୍ ସୋଡିୟମ୍ ସ୍ତର ଥିବା ବ୍ୟକ୍ତି କ୍ରନିକ୍ ସ୍ଥିତିର ବିକାଶ ଏବଂ ମଧ୍ୟମ ସ୍ତର ଥିବା ବ୍ୟକ୍ତିଙ୍କ ଅପେକ୍ଷା ଆଗୁଆ ଜୈବିକ ବାର୍ଦ୍ଧକ୍ୟର ଲକ୍ଷଣ ଦେଖାଇବାର ସମ୍ଭାବନା ଅଧିକ ଥିଲା ।