ହାଇଦ୍ରାବାଦ:ଆଜିକାଲି ଦେଶରେ ଏକ ଭିନ୍ନ ପ୍ରକାରର ସମସ୍ୟା ଦେଖାଯାଉଛି। ସେଥିମଧ୍ୟରୁ ମେଦବହୁଳତା ଏକ ଚିନ୍ତାଜନକ ସମସ୍ୟା। ମେଦବହୁଳତାର ଶିକାର ହୋଇ ଅନେକ ଲୋକ ସଂଘର୍ଷ କରୁଛନ୍ତି। ଡାଏଟିଂ ଏବଂ ଜିମ ଯିବା ସତ୍ତ୍ବେ ମଧ୍ୟ ମେଦ କମିନଥାଏ। କହିବାକୁ ଗଲେ ମେଦ ବହୁଳତା ଏକ ରୋଗ ନୁହେଁ। କିନ୍ତୁ ଏହା ଦ୍ବାରା ଅନେକ ପ୍ରକାର ରୋଗ ହୋଇଥାଏ। କିଛି ଲୋକ ନିଜକୁ ଫିଟ ରଖିବା ପାଇଁ ଅନେକ ଉପାୟ ଆପଣାଇଥାଆନ୍ତି, କମ ଖାଦ୍ୟ ଖାଆନ୍ତି ତଥାପି ମୋଟପଣ ବୃଦ୍ଧି ପାଇଥାଏ। ଯଦି ଆପଣ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ଶୀଘ୍ର ଏଥିରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତେବେ ସର୍ବପ୍ରଥମେ ଆପଣଙ୍କୁ କିଛି ଅଭ୍ୟାସ ପରିବର୍ତ୍ତନ କରିବାକୁ ପଡିବ ଏବଂ ନିଜ ପ୍ରତି ଧ୍ୟାନ ଦେବାକୁ ପଡିବ।
ଏକ ରିପୋର୍ଟରେ କୁହାଯାଇଛି ଯେ, ମୋଟାପଣ ବା ମେଦବହୁଳତା ପାଇଁ ସନ୍ଧ୍ୟାରେ ଏହି ଖାଦ୍ୟ ଖାଇବା ଏକ ପ୍ରକାର କାରଣ ହୋଇପାରେ। ସନ୍ଧ୍ୟାରେ କିଛି ଖାଦ୍ୟ ବା ପାନୀୟର ଅଧିକ ବ୍ୟବହାର ଯୋଗୁଁ ମୋଟାପଣ କମିନଥାଏ। କେବଳ ଏତିକି ନୁହେଁ, ଅଧିକ ରାତି ପର୍ଯ୍ୟନ୍ତ ନଶୋଇ ଜାଗ୍ରତ ରହିବା ମଧ୍ୟ ମେଦବହୁଳତାର କାରଣ ହୋଇପାରେ। ଯେଉଁ ଲୋକମାନେ ଜିମରେ ଓଜନ ହ୍ରାସ କରନ୍ତି, କିନ୍ତୁ ସନ୍ଧ୍ୟାରେ ସେମାନେ ଏପରି ଭୁଲ୍ କରନ୍ତି, ଯେଉଁଥିପାଇଁ ଲାଭ ପାଇବା ପରିବର୍ତ୍ତେ ସେମାନେ କ୍ଷତିଗ୍ରସ୍ତ ହୋଇଥାଆନ୍ତି। ତେବେ ଓଜନ ହ୍ରାସ କରିବାକୁ ଚାହୁଁଥିଲେ ଏହି ବିଷୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ।
ଅଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟ: ରାତିରେ କମ୍ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇବା ଉଚିତ୍। କିନ୍ତୁ ଯଦି ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇଲେ କେବେ ବି ଓଜନ ହ୍ରାସ ପାଇବ ନାହିଁ। ବିଶେଷଜ୍ଞଙ୍କ କହିବା ଅନୁସାରେ, ସନ୍ଧ୍ୟା 7 ଟା ପରେ ଅଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବା ଅନୁଚିତ । ଯେପରିକି ଟିକା ମସଲା, ଚିକେନ କୋର୍ମା, ମଟନ ,ବିରିୟାନି ଇତ୍ୟାଦି।
କ୍ୟାଫିନ:ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ସନ୍ଧ୍ୟାରେ କ୍ୟାଫିନଯୁକ୍ତ ପାନୀୟ ପିଇବା ବନ୍ଦ କରିବାକୁ ପଡିବ। କଫି ଏବଂ କୋଲ୍ଡଡ୍ରିଙ୍କ ଠାରୁ ଦୂରେଇ ରୁହନ୍ତୁ। ଏହି ପାନୀୟ ପିଇବା ଯୋଗୁଁ ରାତିରେ ନିଦରେ ବାଧା ଉପୁଯିବା ସହ ଓଜନ କମିବା ପ୍ରକ୍ରିୟାରେ ମଧ୍ୟ ବାଧା ହୋଇଥାଏ। ଶୋଇବା ପୂର୍ବରୁ କ୍ୟାଫିନ୍(ଚା କିମ୍ବା କଫିରେ ଥିବା ଏକ ଉପାଦାନ) କିମ୍ବା ମଦ୍ୟପାନର ମାତ୍ରା ବୃଦ୍ଧି କରିବା ଅନୁଚିତ । ଶୋଇବାର ଛଅ ଘଣ୍ଟା ପୂର୍ବରୁ କ୍ୟାଫିନ୍ ନନେବାକୁ ପରାମର୍ଶ ଦିଆଯାଇଛି କାରଣ ଏହା ଶୋଇବାର ଅବଧି ଏବଂ କାର୍ଯ୍ୟଦକ୍ଷତା ଉପରେ ପ୍ରଭାବ ପକାଇପାରେ । ମଦ୍ୟପାନ ଦ୍ବାରା ବିଚ୍ଛିନ୍ନ ନିଦ ମଧ୍ୟ ହୋଇପାରେ କାରଣ ଅତ୍ୟଧିକ ପରିମାଣ ଖାଇବା ଦ୍ୱାରା ଗଭୀର ନିଦ ହୁଏ ନାହିଁ । ଏହା ଦ୍ବାରା କେତେକ ସମୟରେ ଡିହାଇଡ୍ରେସନ ହୋଇଥାଏ।