ହାଇଦ୍ରାବାଦ:ଶରୀରର ସମସ୍ତ ଅଙ୍ଗ ମଧ୍ୟରୁ ଆଖି ସବୁଠାରୁ ସମ୍ବେଦନଶୀଳ ଅଙ୍ଗ । ସେଥିପାଇଁ ଆଖିର ବିଶେଷ ଯତ୍ନ ନେବା ପାଇଁ ପରାମର୍ଶ ଦିଆଯାଇଥାଏ । ଅଧିକ ହସିଲେ କିମ୍ବା ଆଖିକୁ କୌଣସି ପ୍ରକାର ଆଘାତ ଲାଗିବା ଦ୍ବାରା ପାଣି ବାହାରିଥାଏ । କିନ୍ତୁ କିଛି ଜଣଙ୍କର ବିନା କାରଣରେ ଆଖିରୁ ପାଣି ବାହାରିଥାଏ । କେତେକ କ୍ଷେତ୍ରରେ ଜ୍ବଳନ ଏବଂ ଯନ୍ତ୍ରଣା ମଧ୍ୟ ହୋଇଥାଏ । ଯଦି ଆପଣ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଏହାକୁ ସାଧାରଣ ଭାବେ ନିଅନ୍ତୁ ନାହିଁ କିମ୍ବା ଆଖିକୁ କୌଣସି ପ୍ରକାର ଆଘାତ ଦିଅନ୍ତୁ ନାହିଁ । ତେବେ ଜାଣନ୍ତୁ ଏହାକ କାରଣ ଏବଂ ଘରୋଇ ଉପଚାର ।
ଆଖିରେ ପାଣି ଆସିବାର କାରଣ: ବିନା କାରଣରେ ଆଖିରେ ପାଣି ଆସିବାର କାରଣ ବ୍ୟାକ୍ଟେରିଆ ହୋଇଥାଏ । ଆଖିର ଶୁଷ୍କତା, ଆଖିର କୌଣସି ଶିରାରେ ବ୍ଲକେଜ, ଆଲର୍ଜି ଯୋଗୁଁ ମଧ୍ୟ ଆଖିରେ ପାଣି ଆସିଥାଏ। ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଆଖିରେ ପାଣି ଆସିବା ଦ୍ବାରା ଏହାକୁ ସାଧାରଣ ଭାବେ ନେବା ଉଚିତ ନୁହେଁ । ନଚେଚ ଆଖିରେ ଅନେକ ସମସ୍ୟା ଦେଖାଦେଇପାରେ । ଠିକ ସମୟରେ ଡାକ୍ତରଙ୍କ ପରାମର୍ଶ ନେବା ଦ୍ବାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ । ତେବେ ଘରୋଇ ଉପଚାର ଦ୍ବାରା ମଧ୍ୟ ଏହି ସମସ୍ୟାର ସମାଧାନ ହୋଇପାରିବ ।