ହାଇଦ୍ରାବାଦ:ଗ୍ରୀଷ୍ମ ଋତୁରେ ଚର୍ମକୁ ହାଇଡ୍ରେଟ୍ ରଖିବା ବ୍ୟତୀତ ଚର୍ମର ଯତ୍ନ ନେବା ମଧ୍ୟ ଆବଶ୍ୟକ ଅଟେ । ଏଥିପାଇଁ କିଛି ମହିଳା ପାଲର ଯାଉଥିବା ବେଳେ ଆଉ କିଛିଜଣ କେମିକାଲ ଜାତୀୟ କ୍ରିମ ଆଣି ବ୍ୟବହାର କରିଥାଆନ୍ତି । ଏହା ଯୋଗୁଁ ଅନେକ ପ୍ରକାର ସ୍କିନ ଇନଫେକ୍ସନ ହୋଇଥାଏ । ତେଣୁ ମୁହଁରେ କିଛି ଲଗାଇବା ପୂର୍ବରୁ ମନେରଖିବା ଉଚିତ ଯେ, ଏହା ସ୍କିନ ପାଇଁ ଉପଯୁକ୍ତ ନା ନାହିଁ । ଘରୋଇ ଉପଚାର ଦ୍ବାରା ମଧ୍ୟ ଖରାଦିନେ ମୁହଁ ସତେଜ ଦେଖାଯାଇପାରିବ । କମ ଖର୍ଚ୍ଚରେ ଘରେ ଦହି ଲଗାଇ ମଧ୍ୟ ସ୍କିନକୁ ହାଇଡ୍ରେଟ ରଖିପାରିବେ ।
ଗ୍ରୀଷ୍ମ ଋତୁରେ ଚର୍ମର ଯତ୍ନ ପାଇଁ ଏପରି ଏକ ପ୍ରାକୃତିକ ଉପାଦାନ ହେଉଛି ଦହି । ଯାହା ଏହି ଋତୁରେ ପ୍ରତ୍ୟେକ ଘରେ ସହଜରେ ଉପଲବ୍ଧ ହୋଇଥାଏ । ଖରାଦିନେ ଲୋକେ ଏହାକୁ ଖାଇବା ପାଇଁ ମଧ୍ୟ ପସନ୍ଦ କରିଥାଆନ୍ତି । ଏହା ଚର୍ମ ପାଇଁ ମଧ୍ୟ ବହୁତ ଲାଭଦାୟକ । ଜାଣନ୍ତୁ ଚର୍ମରେ କିପରି ବ୍ୟବହାର କରିବେ ଦହି
1. ଦହିର ଫେସମାସ୍କ:ଗୋଟିଏ ଚାମଚ ସାଧା ଦହିକୁ ଏକ ଚାମଚ ମହୁ ସହିତ ମିଶାଇ ମୁହଁରେ ଲଗାନ୍ତୁ । ଏହାକୁ 10 ରୁ 15 ମିନିଟ୍ ପର୍ଯ୍ୟନ୍ତ ମୁହଁରେ ଛାଡି ଦିଅନ୍ତୁ । ପରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ । ଏହି ଦହିର ଫେସ ମାସ୍କ ଚର୍ମକୁ ହାଇଡ୍ରେଟ୍ କରିବା ସହ ପ୍ରଦାହକୁ ହ୍ରାସ କରିବାରେ ସାହାଯ୍ୟ କରିବ ।
2. ଦହି ଆଉ ଦଲିଆର ଫେସସ୍କ୍ରବ: ସାଧା ଦହି ସହିତ ଓଟମିଲ୍ ବା ଦଲିଆ ମିଶ୍ରଣ କରନ୍ତୁ ଏବଂ ଗାଧୋଇବା ସମୟରେ ଏହି ମିଶ୍ରଣକୁ ସାବୁନ ବଦଳରେ ବ୍ୟବହାର କରନ୍ତୁ । ଏହାକୁ ଚର୍ମ ବ୍ୟବହାର କରିବା ପରେ ଚର୍ମ ଚିକ୍କଣ ଏବଂ ଚମକପ୍ରଦ ହେବ । କାରଣ ଏହି ସ୍କ୍ରବ୍ ସାହାଯ୍ୟରେ ମୃତ ଚର୍ମ କୋଷଗୁଡିକ ସଠିକ୍ ଭାବରେ ଅପସାରିତ ହେବ।