ଓଡିଶା

odisha

ETV Bharat / sukhibhava

Isometric Exercise: ଏହି ବ୍ୟାୟାମ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ

ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ଆଇସୋମେଟ୍ରିକ୍ ବ୍ୟାୟାମ ଲାଭଦାୟକ ଅଟେ । ଉଭୟ ସିଷ୍ଟୋଲିକ୍ ଏବଂ ଡାଇଷ୍ଟୋଲିକ୍ ରକ୍ତଚାପ (BP) ହ୍ରାସ କରିବାରେ ଆଇସୋମେଟ୍ରିକ୍ ବ୍ୟାୟାମ ପ୍ରଭାବଶାଳୀ । ଅଧିକ ପଢନ୍ତୁ

Isometric Exercise
Isometric Exercise

By

Published : Aug 2, 2023, 1:07 PM IST

ହାଇଦ୍ରାବାଦ: ବ୍ୟସ୍ତବହୁଳ ଜୀବନ ଏବଂ ଖରାପ ଜୀବନଶୈଳୀ ଯୋଗୁଁ ଆଜି ଘରେ ଘରେ ମଧୁମେହ ରୋଗୀ ରହିଛନ୍ତି । ଔଷଧ ଖାଇବା ପରେ ମଧ୍ୟ କିଛି ଜଣ ରକ୍ତଚାପ ନିୟନ୍ତ୍ରଣକୁ ଆସିପାରିନଥାଏ । ତେବେ ଏହି ରୋଗର ଚିକିତ୍ସା ପାଇଁ ଔଷଧ ସହ ଯୋଗକୁ ଏକ ବିକଳ୍ପ ଭାବେ ଗ୍ରହଣ କରାଯାଏ । ଏକ ବ୍ୟାୟାମ ଦ୍ବାରା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ଏକ ଅନୁସନ୍ଧାନ ରିପୋର୍ଟରେ ପ୍ରକାଶ କରାଯାଇଛି । ଉଭୟ ସିଷ୍ଟୋଲିକ୍ ଏବଂ ଡାଇଷ୍ଟୋଲିକ୍ ରକ୍ତଚାପ (BP) ହ୍ରାସ କରିବାରେ ଆଇସୋମେଟ୍ରିକ୍ ବ୍ୟାୟାମ ସବୁଠାରୁ ଅଧିକ ପ୍ରଭାବଶାଳୀ ବୋଲି କୁହାଯାଇଛି ।

BPର ଉଭୟ (ସିଷ୍ଟୋଲିକ୍ ଏବଂ ଡାଇଷ୍ଟୋଲିକ୍ ବିପି) ତତ୍ତ୍ବକୁ ହ୍ରାସ କରିବାରେ ଆଇସୋମେଟ୍ରିକ୍ ବ୍ୟାୟାମ ଅଧିକ ପ୍ରଭାବଶାଳୀ । ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଓ୍ବାଲ ସ୍କ୍ୱାଟ ଏବଂ ପ୍ଲାଙ୍କ ବ୍ୟାୟାମ କରିବା ଦ୍ୱାରା ରକ୍ତଚାପ (ଉଚ୍ଚ ବିପି) ହ୍ରାସ କରିବାରେ ସାହାଯ୍ୟ କରିଥାଏ । ପ୍ଲାଙ୍କ ବ୍ୟାୟାମରେ, ସମସ୍ତ ଓଜନ ବାହୁ ଏବଂ ଆଙ୍ଗୁଠି ଉପରେ ରହିଥାଏ । ଅନ୍ୟପଟେ ଓ୍ବାଲ ସ୍କ୍ୱାଟରେ, ପାଦ କାନ୍ଧର ଠାରୁ ଦୂରରେ ରହିବ ଏବଂ କାନ୍ଥ ଠାରୁ ଦୁଇ ଫୁଟ ଦୂରରେ ରଖନ୍ତି । ଏହାପରେ ଧୀରେ ଧୀରେ ଆଣ୍ଠୁକୁ ବଙ୍କା କର । ଶରୀରକୁ ନୁଆଁଇ ଚେୟାର ଭଳି ଆକୃତିର କରନ୍ତୁ । ଯେପରି 90 ଡିଗ୍ରୀ କୋଣ ଭଳି ଦେଖାଯିବ ।

ବ୍ରିଟିଶ ଜର୍ଣ୍ଣାଲ ଅଫ୍ ସ୍ପୋର୍ଟସ୍ ମେଡିସିନ ଅନଲାଇନରେ ପ୍ରକାଶିତ ଏହି ଅଧ୍ୟୟନରୁ ଜଣାପଡିଛି ଯେ କାର୍ଡିଓ (ଏରୋବିକ୍ ବ୍ୟାୟାମ) ଯେପରିକି ସ୍କ୍ୱାଟସ୍, ପ୍ରେସ୍ ଅପ୍ ଏବଂ ଓଜନ ଏବଂ ହାଇ ଇଣ୍ଟନସିଟି ଇଣ୍ଟେରବଲ ବ୍ୟାୟାମ ମଧ୍ୟ ପ୍ରଭାବଶାଳୀ ଅଟେ । କିନ୍ତୁ ସଂଯୁକ୍ତ ପ୍ରଶିକ୍ଷଣ (76 ପ୍ରତିଶତ), ଗତିଶୀଳ ପ୍ରତିରୋଧ ପ୍ରଶିକ୍ଷଣ (46 ପ୍ରତିଶତ), ଏରୋବିକ୍ ବ୍ୟାୟାମ ପ୍ରଶିକ୍ଷଣ (40.5 ପ୍ରତିଶତ) ଏବଂ ହାଇ ଇଣ୍ଟନସିଟି ଇଣ୍ଟେରବଲ ପ୍ରଶିକ୍ଷଣ (39 ପ୍ରତିଶତ) ତୁଳନାରେ ଆଇସୋମେଟ୍ରିକ୍ ବ୍ୟାୟାମ BP କୁ 98 ପ୍ରତିଶତ ହ୍ରାସ କରିବାରେ ସକ୍ଷମ ହୋଇଥିଲା ।

ପ୍ରେସ, ପୁଲ ଏବଂ ହୋଲ୍ଡ ଏହି ତିନୋଟି ପ୍ରକାରର ଆଇସୋମେଟ୍ରିକ୍ ବ୍ୟାୟାମ ଅଛି। ସିଷ୍ଟୋଲିକ୍ ବିପି (90.5 ପ୍ରତିଶତ) ଏବଂ ଡାଇଷ୍ଟୋଲିକ୍ ବିପି (91 ପ୍ରତିଶତ)କୁ ୱାଲ୍ ସ୍କ୍ୱାଟସ୍ (ଆଇସୋମେଟ୍ରିକ୍) ଏବଂ ରନିଂ (ଏରୋବିକ୍)ର ଆଇସୋମେଟ୍ରିକ୍ ବ୍ୟାୟାମ ଅଧିକ ପ୍ରଭାବ ପକାଇଥାଏ । ଉଚ୍ଚ ରକ୍ତଚାପକୁ ହ୍ରାସ କରିବାକୁ ଉଭୟ ସିଷ୍ଟୋଲିକ୍ ଏବଂ ଡାଇଷ୍ଟୋଲିକ୍ ରକ୍ତଚାପ ହ୍ରାସ କରିବାରେ ଆଇସୋମେଟ୍ରିକ୍ ବ୍ୟାୟାମ ହେଉଛି ସବୁଠାରୁ ପ୍ରଭାବଶାଳୀ ପଦ୍ଧତି ବୋଲି ବ୍ରିଟେନର କ୍ୟାଣ୍ଟରବେରୀ ଖ୍ରୀଷ୍ଟ ଚର୍ଚ୍ଚ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡିତ କି ? କରନ୍ତୁ ଏହି ଯୋଗାସନ

ଉଚ୍ଚ ରକ୍ତଚାପର ପ୍ରତିରୋଧ ଏବଂ ଚିକିତ୍ସା ବ୍ୟାୟାମ ସର୍ବତ୍ତୋମ ବୋଲି ଏକ ଅନୁସନ୍ଧାନରୁ ଜଣାପଡିଛି । ପୂର୍ବରୁ ପ୍ରକାଶିତ ଅନୁସନ୍ଧାନରୁ ଜଣାପଡିଛି ଯେ ସାଧାରଣତଃ ବ୍ୟାୟାମ ରକ୍ତଚାପର ହ୍ରାସ ସହିତ ଜଡିତ, ଏରୋବିକ୍ (କାର୍ଡିଓ) ବ୍ୟାୟାମ ଯେପରିକି ଚାଲିବା, ସାଇକେଲ ଚଲାଇବା ମୁଖ୍ୟତଃ ରକ୍ତଚାପ ପରିଚାଳନା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଉଚ୍ଚ ରକ୍ତଚାପର ପ୍ରତିରୋଧ ଏବଂ ଚିକିତ୍ସା ପାଇଁ ବର୍ତ୍ତମାନର ବ୍ୟାୟାମ ନିର୍ଦ୍ଦେଶାବଳୀ ସମୀକ୍ଷା କରିବାର ସମୟ ଆସିଛି ବୋଲି ଅନୁସନ୍ଧାନକାରୀମାନ ମତ ପୋଷଣ କରିଛନ୍ତି ।

ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାୟାମର ସର୍ବୋତ୍ତମ ଫର୍ମ ବିଷୟରେ ଅନୁସନ୍ଧାନ କରିବା ପାଇଁ, ସେମାନେ 1990ରୁ ଫେବୃଆରୀ 2023 ମଧ୍ୟରେ ପ୍ରକାଶିତ 270ଟି ପରୀକ୍ଷଣକୁ ନେଇ ଅନୁକ୍ଷଣ କରିଥିଲେ । 15,827 ଅଂଶଗ୍ରହଣକାରୀଙ୍କ ତଥ୍ୟ ସହିତ ବିଶ୍ଳେଷଣରେ ଅନ୍ତର୍ଭୁକ୍ତ କରିଥିଲେ । ବ୍ୟାୟାମ ପରେ ସିଷ୍ଟୋଲିକ୍ ଏବଂ ଡାଇଷ୍ଟୋଲିକ୍ ରକ୍ତଚାପରେ ଉଲ୍ଲେଖନୀୟ ହ୍ରାସ ଦେଖାଗଲା, କିନ୍ତୁ ଆଇସୋମେଟ୍ରିକ୍ ବ୍ୟାୟାମ ପରେ ଉଭୟ ସିଷ୍ଟୋଲିକ୍ ଏବଂ ଡାଇଷ୍ଟୋଲିକ୍ ରକ୍ତଚାପରେ ସର୍ବାଧିକ ହ୍ରାସ ପରିଲକ୍ଷିତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details