ଓଡିଶା

odisha

ସାବଧାନ! ଏହି ଭିଟାମିନର ଅଭାବ ଯୋଗୁଁ ହୋଇଥାଏ ଫୁସଫୁସ ସମସ୍ୟା

By

Published : Aug 12, 2023, 11:09 AM IST

ଭିଟାମିନ Kର ଅଭାବ ଯୋଗୁଁ ହୋଇପାରେ ଫୁସଫୁସ ସମସ୍ୟା । ଅଧ୍ୟୟନରେ ଖୁଲାସା

vitamin k deficiency causes lung disease
vitamin k deficiency causes lung disease

ହାଇଦ୍ରାବାଦ:ଶରୀରର ସମସ୍ତ ଅଙ୍ଗକୁ ଅମ୍ଳଜାନର ସଠିକ୍ ସଞ୍ଚାଳନ ବଜାୟ ରଖିବା ପାଇଁ ଫୁସଫୁସ ହେଉଛି ଅତ୍ୟନ୍ତ ଜରୁରୀ ଅଙ୍ଗ । କିନ୍ତୁ ଅତ୍ୟାଧୁନିକ ଜୀବନଶୈଳୀ ଏବଂ ପରିବେଶଜନିତ କାରଣ ଯୋଗୁଁ ଏହା ସହିତ ଜଡିତ ରୋଗ ହେବାର ଆଶଙ୍କା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଆସ୍ଥମା, ସିଓପିଡି, ସ୍ୱାଇନ୍ ଫ୍ଲୁ, ନିମୋନିଆ ଏବଂ ଯକ୍ଷ୍ମା, ଫୁସଫୁସ କର୍କଟ ଏବଂ ଅନ୍ୟାନ୍ୟ ନିଶ୍ୱାସ ପ୍ରଶ୍ୱାସ ସମ୍ବନ୍ଧିତ ରୋଗ ଫୁସଫୁସ ସହିତ ଜଡିତ । ଯଦି କହିବା ଏହି ରୋଗ କାହାରିକୁ ମଧ୍ୟ ହୋଇପାରେ କିନ୍ତୁ ଏକ ଭିଟାମିନ ଅଭାବରୁ ଏହି ରୋଗ ହେବାର ଆଶଙ୍କା ବୃଦ୍ଧି ପାଇଥାଏ ବୋଲି ଏକ ଅନୁସନ୍ଧାନରୁ ଜଣାପଡିଛି । ଭିଟାମିନ Kର ଅଭାବ ଅନ୍ୟମାନଙ୍କ ତୁଳନାରେ ଫୁସଫୁସ ରୋଗ ହେବାର ଆଶଙ୍କା ଅଧିକ ଥାଏ ବୋଲି ଏକ ଅନୁସନ୍ଧାନରୁ ଜଣାପଡିଛି । ଭିଟାମିନ୍-କେ ପର୍ଯ୍ୟାପ୍ତ ପରିମାଣରେ ଗ୍ରହଣ କରିବା ଦ୍ବାରା ଫୁସଫୁସ ସୁସ୍ଥ ରହିଥାଏ ବୋଲି ଜଣାପଡିଛି ।

ଭିଟାମିନ K ଫୁସଫୁସ ପାଇଁ ଜରୁରୀ: ERJ ଓପନ୍ ରିସର୍ଚ୍ଚରେ ପ୍ରକାଶିତ ଏକ ଅଧ୍ୟୟନରେ କୁହାଯାଇଛି ଯେ, ରକ୍ତରେ ଭିଟାମିନ କେର ମାତ୍ରା କମ ହେବା ଦ୍ବାରା ଫୁସଫୁସର କାର୍ଯ୍ୟକ୍ଷମତା କମିଯାଇଥାଏ ଏବଂ କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍ ପୁଲମୋନାରୀ ଡିଜିଜ୍(COPD) ସହିତ ମୁଣ୍ଡ ବୁଲାଇବା ଆଶଙ୍କା ଅଧିକ ରହିଥାଏ । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଭିଟାମିନ୍ କେ ଅଭାବ ଫୁସଫୁସ ଜନିତ ସମସ୍ୟା ହେବାର ଆଶଙ୍କା ବୃଦ୍ଧି କରିପାରେ । କହିରଖୁଛୁ କି, ଏହା ଏକ ଶ୍ବାସକ୍ରିୟା ସମ୍ବନ୍ଧୀୟ ରୋଗ ବା ଏହାକୁ ଆସ୍ଥମା କୁହାଯାଏ ।

ଏହା ମଧ୍ୟ ପଢନ୍ତୁ: Lung Cancer New Drug : ଫୁସଫୁସ କ୍ୟାନ୍ସରର ଔଷଧରେ 50% କମିବ ମୃତ୍ୟୁସଂଖ୍ୟା !

ଅଧ୍ୟୟନରେ ଏହା ଖୁଲାସା ହୋଇଛି: ଡେନମାର୍କ ଅନୁସନ୍ଧାନକାରୀଙ୍କ ଏକ ଟିମ ଦ୍ୱାରା ଏହାର ଅନୁସନ୍ଧାନ କରାଯାଇଥିଲା । ଏହି ଅଧ୍ୟୟନରେ 24 ରୁ 77 ବର୍ଷ ବୟସର 4,092 ଜଣଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା । ସମସ୍ତ ଅଂଶଗ୍ରହଣକାରୀଙ୍କ ଫୁସଫୁସ ଫଙ୍କସନ୍ ପରୀକ୍ଷା କରାଯାଇଥିଲା । ଏଥିପାଇଁ କରାଯାଇଥିବା ରକ୍ତ ପରୀକ୍ଷଣରୁ ଜଣାପଡିଛି ଯେ ଯେଉଁମାନଙ୍କର ଶରୀରରେ ଭିଟାମିନ୍-କେ ମାତ୍ରା କମ୍ ରହିଥିଲା ସେମାନଙ୍କ ନିକଟରେ ଏହି ରୋଗ ହେବାର ସମ୍ଭାବନା ଅଧିକ ରହିଥିଲା ।

ମୁଖ୍ୟ ଅନୁସନ୍ଧାନକାରୀ ତଥା ଅଧ୍ୟୟନର ଲେଖକ ଡକ୍ଟର ଟର୍କିଲ୍ ଜେସର୍ସେନ୍ କହିଛନ୍ତି ଯେ,"ଆମେ ଆଗରୁ ଜାଣିଛୁ ଯେ ରକ୍ତରେ ଭିଟାମିନ୍ କେର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ହୃଦୟ ଏବଂ ହାଡକୁ ସୁସ୍ଥ ରଖିବା ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶ୍ୱାସ କରାଯାଏ । କିନ୍ତୁ ଭିଟାମିନ୍ କେ ଏବଂ ଫୁସଫୁସ ଉପରେ ବହୁତ କମ ଗବେଷଣା କରାଯାଇଛି । ଭିଟାମିନ୍ କେ ଏବଂ ଫୁସଫୁସ କାର୍ଯ୍ୟ ଉପରେ ଏହାର ପ୍ରଥମ ଅଧ୍ୟୟନ । ଆମର ଫଳାଫଳ ସୂଚିତ କରେ ଯେ ଆମ ଫୁସଫୁସକୁ ସୁସ୍ଥ ରଖିବାରେ ଭିଟାମିନ୍ କେ ଏକ ଭୂମିକା ଗ୍ରହଣ କରିପାରିବ ।"

ଏହା ମଧ୍ୟ ପଢନ୍ତୁ: Lung Function Tests: କେତେ ସୁସ୍ଥ ଅଛି ଆପଣଙ୍କ ଫୁସଫୁସ, କହିବ ଏହି 7 ଟେଷ୍ଟ

ସପ୍ଲିମେଣ୍ଟ ବଦଳରେ ଭିଟାମିନ କେ ଯୁକ୍ତ ଖାଦ୍ୟ ଖାଇବା ଉଚିତ: ସ୍ୱିଡେନର କାରୋଲିନସ୍କା ଇନଷ୍ଟିଚ୍ୟୁଟର ଡାକ୍ତର ଆପୋଷ୍ଟୋଲୋସ୍ ବୋସିଓସ୍ କହିଛନ୍ତି ଯେ, ଏହି ଅଧ୍ୟୟନରୁ ଜଣାପଡିଛି ଯେ ଯେଉଁମାନଙ୍କର ରକ୍ତରେ ଭିଟାମିନ୍-କେ ମାତ୍ରା କମ୍ ଥାଏ, ସେମାନଙ୍କ ଫୁସଫୁସରେ କ୍ଷତି ହୋଇପାରେ । ତଥାପି, ଭିଟାମିନ୍-କେ ସପ୍ଲିମେଣ୍ଟ ଫୁସଫୁସକୁ ସୁସ୍ଥ କରିପାରେ କି ନାହିଁ ସେନେଇ ମଧ୍ୟ କୌଣସି ପ୍ରମାଣ ନାହିଁ । ଖାଦ୍ୟ ମାଧ୍ୟମରେ ଭିଟାମିନ୍-କେ ଗ୍ରହଣ କରି ଫୁସଫୁସକୁ ସୁସ୍ଥ ରଖିପାରିବା । ଏଥିପାଇଁ ସବୁଜ ପନିପରିବା, ବନସ୍ପତି ତେଲ ଏବଂ ଶସ୍ୟଜାତୀୟ ଖାଦ୍ୟ ଖାଇପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details