ହାଇଦ୍ରାବାଦ:ଯଦି ସୁସ୍ଥ ରହିବାକୁ ଚାହୁଁଛନ୍ତି, ତେବେ ବ୍ୟାୟାମ କରିବା ସହିତ ଆପଣାନ୍ତୁ ସୁସ୍ଥ ଖାଦ୍ୟ ଅର୍ଥାତ୍ ଏକ ଭଲ ଡାଏଟ୍ ନିହାତି ଗୁରୁତ୍ୱପୂର୍ଣ୍ଣ । ସୁସ୍ଥ ଖାଦ୍ୟ ହେଉଛି ସୁସ୍ଥ ଶରୀରର ଆଧାର, କାରଣ ଖାଦ୍ୟରୁ ହିଁ ମିଳିଥାଏ ସମସ୍ତ ଜରୁରୀ ଭିଟାମିନ୍ ଏବଂ ମିନେରାଲ୍ସ । କିନ୍ତୁ ଯଦି ଜଣେ ବ୍ୟକ୍ତି ଖାଦ୍ୟରୁ ପର୍ଯ୍ୟାପ୍ତ ପୁଷ୍ଟିକର ଖାଦ୍ୟ ନ ପାଆନ୍ତି ତେବେ କଣ ହେବ ?
ପର୍ଯ୍ୟାପ୍ତ ପୁଷ୍ଟିକର ଖାଦ୍ୟ ନ ପାଇବା କାରଣରୁ, ଶରୀରରେ ଅତ୍ୟାବଶ୍ୟକ ପୁଷ୍ଟିକର ଅଭାବ ଆରମ୍ଭ ହୁଏ, ଯାହା ପରବର୍ତ୍ତୀ ସମୟରେ ଅନେକ ଗମ୍ଭୀର ରୋଗର ଶିକାର କରିଥାଏ । ଏହି ଭିଟାମିନ୍ ମଧ୍ୟରୁ ଭିଟାମିନ୍ B12(Vitamin B12), ଯାହା ଲୋହିତ ରକ୍ତ କଣିକା ତିଆରି ଠାରୁ ଆରମ୍ଭ କରି DNA ର ସୁରକ୍ଷା ପର୍ଯ୍ୟନ୍ତ କାମ କରେ । ଭିଟାମିନ୍ ବି 12 ସ୍ନାୟୁ କ୍ଷତିରୁ ରକ୍ଷା କରିବା ଏବଂ ମସ୍ତିଷ୍କର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ସହିତ ଅନେକ କାର୍ଯ୍ୟ କରିଥାଏ । ଯଦିଓ ତୁରନ୍ତ ଏହି ଭିଟାମିନ୍ର ଅଭାବ ଜାଣାପଡେ ନାହିଁ, ତେବେ ପରୀକ୍ଷା ନକରି ମଧ୍ୟ କିପରି ଏହି ଭିଟାମିନ୍ର ଅଭାବକୁ ଚିହ୍ନଟ କରିବେ ଜାଣନ୍ତୁ ।
ଭିଟାମିନ୍ B12 ଅଭାବର ଅନେକ ଲକ୍ଷଣ ରହିଛି, କିନ୍ତୁ ଏହି ଲକ୍ଷଣ ମଧ୍ୟରୁ ଗୋଟିଏ, ଯାହା ପାଟିରେ ଦେଖାଯାଏ, ତାହା ହେଉଛି ଲିଙ୍ଗୁଆଲ୍ ପାରେଥେସିଆ(lingual paresthesia) ଏହା ହେଉଛି ଏକ ସ୍ଥିତି, ଯେଉଁଥିରେ ଜିଭରେ କିଛି ଅସୁବିଧା ଆରମ୍ଭ ହୁଏ(Vitamin B12 deficiency), ଯେଉଁଥିରେ...
- ତୁଣ୍ଡ ଘା'
- ଜିଭ ଫୁଲିଯିବା ଭଳି ଅନୁଭବ ହେବା
- ଜିଭରେ ଜ୍ବଳନ
- ଜିଭରେ କ୍ଷତ
- ଜିଭରେ ଛୁଞ୍ଚି ଫୋଡିହେବା ଭଳି ଲାଗିବା ଇତ୍ୟାଦି