ଓଡିଶା

odisha

ନିୟମିତ ସେବନ କରନ୍ତୁ ଭିନେଗାର, ଏହିସବୁ ସମସ୍ୟାରୁ ମିଳିବ ମୁକ୍ତି

By

Published : Aug 17, 2022, 9:11 AM IST

ନିୟମିତ Vinegar ବ୍ୟବହାର ଦ୍ବାରା ବିଭିନ୍ନ ଶାରୀରିକ ସମସ୍ୟାର ସମାଧାନ ହୋଇଥାଏ । ପଢନ୍ତୁ ଏହି ରିପୋର୍ଟ ଏବଂ ଜାଣନ୍ତୁ ଭିନେଗାରର ଉପକାରିତା ।

Vinegar
Vinegar

ହାଇଦ୍ରାବାଦ: ମୁହଁରେ ଥିବା ବ୍ରଣ ଦୂର ହେଉନାହିଁ କି ? PCOS(Polycystic ovary syndrome) ସମସ୍ୟା ଅଛି କି ? ଓଜନ ହ୍ରାସ କରିବାର ଉପାୟ ପାଉନାହାଁନ୍ତି କି ? ଏପରି ନାନା ସମସ୍ୟାର ସମାଧାନ ଆପଣଙ୍କ ରୋଷେଇ ଘରେ ଥିବା ଭିନେଗାର କରିପାରିବ ! କିପରି ? ନିମ୍ନରେ ଭିନେଗାରର କେତେକ ଘରୋଇ ଉପଚାର ବାବଦରେ ଆଲୋଚନା କରାଯାଇଛି...

PCOS ସମସ୍ୟା:-

ପ୍ରତିଦିନ ସକାଳେ ଅଳ୍ପ ଆପଲ୍ ସାଇଡର୍ ଭିନେଗାର(apple cider vinegar) ସହିତ ଏକ ଗ୍ଲାସ୍ ଉଷୁମ ପାଣି ପିଅନ୍ତୁ । ଏହା ହରମୋନ୍ ସମସ୍ୟାକୁ ନିୟନ୍ତ୍ରଣ କରିଥାଏ । ଏଥିସହ ନିୟମିତ ଋତୁସ୍ରାବରେ ସାହାଯ୍ୟ କରିଥାଏ ଏବଂ ଆପଲ୍ ସାଇଡର୍ ମଧ୍ୟ ମେନୋପାଜ୍ ଏବଂ ପ୍ରିମେନସୁରାଲ ସମସ୍ୟାରୁ ମୁକ୍ତି ଦେଇଥାଏ ।

ଓଜନ ହ୍ରାସ:-

ଓଜନ ହ୍ରାସ ପାଇଁ ମଧ୍ୟ ଆପଲ୍ ସାଇଡର୍ ଭିନେଗାର ଗ୍ରହଣ କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି । ଅନେକ ଅଧ୍ୟୟନରୁ ଏହା ପ୍ରମାଣିତ ହୋଇଛି ଯେ, ଯଦି ଆପଣ ଏହି ଭିନେଗାରକୁ ଖାଦ୍ୟ କିମ୍ବା ପାଣି ସହିତ ନିଅନ୍ତି, ତେବେ ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକିଲା ଅନୁଭବ କରିବେ ନାହିଁ । ଏହା କ୍ୟାଲୋରୀ ହ୍ରାସ କରିବା ସହ ଓଜନ ମଧ୍ୟ ହ୍ରାସ କରିଥାଏ ।

ଚର୍ମ ସମସ୍ୟା:-

ଯେଉଁମାନଙ୍କର ଶୁଷ୍କ ଚର୍ମ ଏବଂ ଏକଜିମା ଭଳି ସମସ୍ୟା ରହିଛି ସେମାନଙ୍କ ପାଇଁ ଭିନେଗାର ଏକ ଭଲ ବିକଳ୍ପ । ଏହା ବ୍ରଣ ସହିତ ମଧ୍ୟ ଲଢିଥାଏ । ଏହାର ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଛି । ସେଥିପାଇଁ ଖାଦ୍ୟ ସଂରକ୍ଷଣରେ ଏହା ବହୁଳ ଭାବରେ ବ୍ୟବହୃତ ହୁଏ । ଯଦି ପ୍ରତିଦିନ ଭିନେଗାର ଗ୍ରହଣ କରାଯାଏ ଏହା ଜୀବାଣୁ ସହିତ ଲଢିବା ସହ ଆମକୁ ସୁସ୍ଥ ରଖିଥାଏ ।

ମଧୁମେହ ରୋଗୀଙ୍କ ପାଇଁ ସହାୟକ:-

ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ଭିନେଗାର । ସେଥିପାଇଁ ମଧୁମେହ ରୋଗୀମାନେ ଏହାକୁ ପ୍ରତିଦିନ ଗ୍ରହଣ କରନ୍ତି ।

ହଜମ ପ୍ରକ୍ରିୟାରେ ଉନ୍ନତି କରେ:-

ଏହା ହଜମ ପ୍ରକ୍ରିୟାରେ ମଧ୍ୟ ସହାୟକ ହୋଇଥାଏ । ଯଦି ବଦହଜମ, କୋଷ୍ଠକାଠିନ୍ୟ କିମ୍ବା ଗ୍ୟାସ୍ ଅନୁଭବ କରୁଛନ୍ତି ତେବେ ଏକ ଗ୍ଲାସରେ ଏକ ଚାମଚ ଆପଲ୍ ସାଇଡର୍ ଭିନେଗାର ମିଶାଇ ପିଅନ୍ତୁ, ତୁରନ୍ତ ଫରକ ଅନୁଭବ କରିପାରିବେ ।

ତେବେ ନିୟମିତ ଭାବେ 1-2 ଚାମଚ ଆପଲ ସାଇଡର ଭିନେଗାରକୁ ଏକ ଗ୍ଲାସ ପାଣିରେ ପିଅନ୍ତୁ । ଅର୍ଗାନିକ ଭିନେଗାର ମଧ୍ୟ ଶରୀର ପାଇଁ ଲାଭଦାୟକ । ତେଣୁ କିଣିବା ସମୟରେ ଯାଞ୍ଚ କରି ନିଅନ୍ତୁ ।

ABOUT THE AUTHOR

...view details