ଓଡିଶା

odisha

ETV Bharat / sukhibhava

ଯୁଦ୍ଧ ଭିତରେ ଗାଜାରେ ବଢୁଛି ରୋଗ, ଚିନ୍ତାପ୍ରକଟ କଲା ହୁ - ଇସ୍ରାଏଲ ହମାସ ଯୁଦ୍ଧ

WHO Chief on Gaza Infectious Diseases: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ବୃଦ୍ଧି ପାଉଛି ସଂକ୍ରାମକ ରୋଗ । ଏନେଇ ଚିନ୍ତା ପ୍ରକଟ କଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଅଧିକ ପଢନ୍ତୁ

WHO Chief on Gaza
WHO Chief on Gaza

By ETV Bharat Odisha Team

Published : Dec 30, 2023, 1:48 PM IST

ହାଇଦ୍ରାବାଦ:ଇସ୍ରାଏଲ ଏବଂ ହମାସ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢେଇ । ଏହାରି ଭିତରେ ଦିନକୁ ଦିନ ବେହାଲ ହେବାରେ ଲାଗିଛି ଗାଜାର ସ୍ଥିତି । ତେବେ ଗାଜାକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ହୁ ଚିନ୍ତା ପ୍ରକଟ କରିଛି । ଗାଜାରେ ସଂକ୍ରାମକ ରୋଗର ଆଶଙ୍କା ଅଧିକ ରହିଥିବାରୁ ମୁଁ ଚିନ୍ତିତ ବୋଲି ଗତକାଲି(ଶୁକ୍ରବାର) କହିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରସ ଆଧାନୋମ ।

ହୁ ମୁଖ୍ୟଙ୍କ କହିବା ଅନୁସାରେ, "ଗାଜାର ଦକ୍ଷିଣାଞ୍ଚଳରେ ଲୋକେ ବିସ୍ଥାପିତ ହେବାରେ ଲାଗିଛନ୍ତି । କେତେକ ପରିବାର ଏକାଧିକ ଥର ସ୍ଥାନାନ୍ତର ହେବାକୁ ବାଧ୍ୟ ହୋଇଛନ୍ତି । ଏହାସହ ଅନେକ ଲୋକ ଜନଗହଳିପୂର୍ଣ୍ଣ ସ୍ବାସ୍ଥ୍ୟକେନ୍ଦ୍ରରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଥିଲେ । ତେବେ ସଂକ୍ରାମକ ରୋଗ ବ୍ୟାପିବାର ସମ୍ଭାବନା ଅଧିକ ରହିଥିବା କାରଣରୁ ମୁଁ ଏବଂ ମୋର ସହକର୍ମୀମାନେ ଅତ୍ୟନ୍ତ ଚିନ୍ତିତ । ଅକ୍ଟୋବରରୁ ଡିସେମ୍ବର ମଧ୍ୟଭାଗ ପର୍ଯ୍ୟନ୍ତ, ଆଶ୍ରୟସ୍ଥଳୀରେ ରହୁଥିବା ଲୋକମାନେ ଅସୁସ୍ଥ ହେବାରେ ଲାଗିଛନ୍ତି ।"

ଏହା ମଧ୍ୟ ପଢନ୍ତୁ: ଗାଜାର ଶରଣାର୍ଥୀ ଶିବିରରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ, 70 ମୃତ

ଟେଡ୍ରସଙ୍କ କହିବା ଅନୁସାରେ, ପ୍ରାୟ 1,800,00ରୁ ଅଧିକ ଲୋକେ ସଂକ୍ରମଣରେ ପୀଡିତ ହୋଇଛନ୍ତି । ଅନ୍ୟପଟେ 13,64,000 ଡାଇରିଆ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ 50 ପ୍ରତିଶତ 5 ବର୍ଷରୁ କମ ବୟସର ରହିଛନ୍ତି । ଅନ୍ୟପଟେ ମିଳିତ ଜାତିସଂଘ ସ୍ବାସ୍ଥ୍ୟ ଏଜେନ୍ସିର ମୁଖ୍ୟଙ୍କ କହିବା ଅନୁସାରେ, 5,5400 ଲାଇସ ଏବଂ କୁଣ୍ଡିଆ ରୋଗ ମାମଲା ସାମ୍ନାକୁ ଆସିଛି । ଅନ୍ୟପଟେ 5330 ଚିକେନପକ୍ସ ମାମଲା, 42,700 ଚର୍ମରୋଗ ମାମଲା ସହିତ 4722 ଇମ୍ଫୋଟିଗୋ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ଏହାର ମୁକାବିଲା କରିବା ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସହିତ ଅନ୍ୟ ସ୍ବାସ୍ଥ୍ୟ ଅଧିକାରୀମାନେ କାର୍ଯ୍ୟ ଜାରି ରଖିଛନ୍ତି । ଖାଦ୍ୟ, ପରିମଳ ବ୍ୟବସ୍ଥା ଆପଣାଇବା ଆବଶ୍ୟକ ବୋଲି ଟେଡ୍ରସ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ହମାସ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଅକାଳରେ ବଳି ପଡୁଛି ସାମ୍ବାଦିକଙ୍କ ଜୀବନ, ଏବେ ସୁଦ୍ଧା 64 ମୃତ୍ୟୁ

ପ୍ରକାଶ ଥାଉକି, ଗତ ଅକ୍ଟୋବର ୭ ତାରିଖରେ ଗାଜାରେ ଥିବା ହମାସ ଆତଙ୍କବାଦୀ ସଂଗଠନ ପ୍ରଥମେ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ଉଭୟ ରାଷ୍ଟ୍ର ମଧ୍ୟରେ ଜାରି ରହିଛି ଯୁଦ୍ଧ । ଦୀର୍ଘ ୨ ମାସରୁ ଊର୍ଦ୍ଧ୍ବ ସମୟ ଧରି ଜାରି ରହିଥିବା ଯୁଦ୍ଧ ଥମିବାର ନାଁ ନେଉନାହିଁ । ଏହାରି ଭିତରେ ଉଭୟ ରାଷ୍ଟ୍ରରେ ଗଡ଼ୁଛି ମୁଣ୍ଡ । କିନ୍ତୁ ପରସ୍ପର ନିଜର ଅସ୍ଥିତ୍ବ ବଜାୟୀ ରଖିବା ପାଇଁ ଯୁଦ୍ଧରୁ ଓହରୁ ନାହାନ୍ତି । ଗତ କିଛି ଦିନ ହେବ ଲଗାତାର ଗାଜାରେ ଆକ୍ରମଣ ଜାରି ରଖିଛି ଇସ୍ରାଏଲ ।

ABOUT THE AUTHOR

...view details