ଓଡିଶା

odisha

By

Published : Aug 11, 2022, 5:25 PM IST

ETV Bharat / sukhibhava

ବୃଦ୍ଧାବସ୍ଥାରେ Vegetarian ମହିଳାମାନଙ୍କ ଅଧିକଥାଏ ହିପ୍ ଫ୍ରାକ୍ଚର ସମ୍ଭାବନା

ମାଂସଜାତୀୟ ଖାଦ୍ୟ ଖାଉଥିବା ବ୍ୟକ୍ତିଙ୍କ ଅପେକ୍ଷା ନିରାମିଶ ଖାଉଥିବା ମହିଳାମାନଙ୍କ ଠାରେ ଅଧିକ ଦେଖାଦିଏ ହିପ୍ ଫ୍ରାକ୍ଚର ସମସ୍ୟା । ବାର୍ଦ୍ଧକ୍ୟ ସମୟରେ ମହିଳାମାନେ ଏହି ସମସ୍ୟାରେ ଅଧିକ ସମ୍ମୁଖୀନ ହେଉଥିବା ଅନୁସନ୍ଧାନରୁ ସ୍ପଷ୍ଟ । ଅଧିକ ପଢନ୍ତୁ

Vegetarian ମହିଳାମାନଙ୍କର ଅଧିକ ହିପ୍ ଫ୍ରାକ୍ଚର ହୋଇଥାଏ, ରିପୋର୍ଟ
Vegetarian ମହିଳାମାନଙ୍କର ଅଧିକ ହିପ୍ ଫ୍ରାକ୍ଚର ହୋଇଥାଏ, ରିପୋର୍ଟ

ଲଣ୍ଡନ: ଶାକାହାରୀ ବା ନିରାମିଷ ଖାଉଥିବା ମହିଳାମାନଙ୍କର ବୃଦ୍ଧାବସ୍ଥାରେ ହିପ୍ ଫ୍ରାକ୍ଚର ହେବା ନେଇ ଯଥେଷ୍ଟ ସମ୍ଭାବନା ରହିଛି । ମାଂସ ଖାଉଥିବା ମହିଳାମାନଙ୍କ ତୁଳନାରେ ନ ଖାଉଥିବା ମହିଳାମାନଙ୍କର ଏହି ସମସ୍ୟା ଅଧିକ ଦେଖା ଦେଇଥାଏ ବୋଲି ଗବେଷଣାରୁ ଜଣାପଡିଛି । ବିଶେଷଜ୍ଞମାନେ 26,000ରୁ ଅଧିକ ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ଖାଦ୍ୟ ରେକର୍ଡକୁ ବିଶ୍ଳେଷଣ କରି ଏପରି ତଥ୍ଯ ଜାଣିବାକୁ ପାଇଛନ୍ତି ।

ଅନୁଧ୍ୟାନରୁ ଜଣାପଡିଛି ଯେ, ପ୍ରାୟ 22 ବର୍ଷ ମଧ୍ୟରେ ଶାକାହାରୀମାନେ ନିୟମିତ ମାଂସ ଖାଉଥିବା ଲୋକଙ୍କ ଅପେକ୍ଷା ହିପ୍ ଫ୍ରାକ୍ଚରରେ ସମ୍ମୁଖୀନ ହେବାରେ ଅଧିକ ସମ୍ଭାବନା ରହିଛି । ଏଥିରେ କି କି ସମସ୍ୟା ସୃଷ୍ଟିହୋଇପାରେ ତାହା ଅସ୍ପଷ୍ଟ ରହି ଥିବାବେଳେ ଭେଜିଟେରିଆନମାନେ ମାଂସଜାତୀୟ ଖାଦ୍ୟ ଖାଉନଥିବାରୁ ସେମାନଙ୍କ ଠାରେ ରିପ୍ ଫ୍ରାକ୍ଚର ଦେଖାଯାଏ ।

ତେବେ ଶାକାହାରୀମାନଙ୍କ ପାଇଁ ଅନୁସନ୍ଧାନକାରୀମାନେ ବାର୍ତ୍ତା ଦେଇଛନ୍ତି ଯେ, ଆପଣଙ୍କ ଖାଦ୍ୟ ଛାଡନ୍ତୁ ନାହିଁ, କାରଣ ଏହା ଅନ୍ୟାନ୍ୟ କ୍ଷେତ୍ର ପାଇଁ ପ୍ରଯୁଜ୍ୟ ଅଟେ ଏବଂ ପରିବେଶ ଅନୁକୂଳ ମଧ୍ୟ । ଯେହେତୁ ଆପଣ ମାଛ, ମାଂସ ଖାଉନାହାନ୍ତି ତେଣୁ ପୋଷକ ତତ୍ତ୍ୱ ଉପରେ ଅଧିକ ଧ୍ୟାନ ଦିଅନ୍ତୁ ବୋଲି ଲିଡସ୍ ବିଶ୍ୱବିଦ୍ୟାଳୟର ଗବେଷକ ଜେମ୍ସ ଓ୍ବେଷ୍ଟର୍ କହିଛନ୍ତି ।

ଶାକାହାରୀ ଖାଦ୍ୟ ପ୍ରାୟତ ମାଂସାସୀ ଖାଦ୍ୟ ଅପେକ୍ଷା ସ୍ୱାସ୍ଥ୍ୟକର ବୋଲି ବିବେଚନା କରାଯାଏ ଏବଂ ଏଥି ମଧୁମେହ, ମୋଟାପଣ, ହୃଦ ରୋଗ ଏବଂ କେତେକ କର୍କଟ ରୋଗର ଆଶଙ୍କା କମ୍ ଥାଏ । କିନ୍ତୁ ବିଏମସି ମେଡିସିନରେ ପ୍ରକାଶିତ ଅଧ୍ୟୟନରେ ଲୋକମାନେ ଯାହା ଖାଉଛନ୍ତି ଏକ ସନ୍ତୁଳିତ ଖାଦ୍ୟର ଗୁରୁତ୍ୱକୁ ଦର୍ଶାଉଛି । ଓ୍ବେଷ୍ଟର୍ କହିଛନ୍ତି ଯେ, ଏହା ସମ୍ଭବତଃ ଶାକାହାରୀମାନେ କୌଣସି କାରଣରୁ କିମ୍ବା ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱର କମ୍ ଗ୍ରହଣ ହେତୁ ଦୁର୍ବଳ ହାଡ ଏବଂ ମାଂସପେଶୀର ମାତ୍ରା କମ୍ ରହୁଛି ।

ପ୍ରାୟ 90 ପ୍ରତିଶତ ହିପ୍ ଫ୍ରାକ୍ଚର୍ ପଡିଯିବା କିମ୍ବା ଦୁର୍ଘଟଣାରୁ ଘଟିଥାଏ, ଯାହା ବୟସ୍କ ବ୍ୟକ୍ତିଙ୍କ ଠାରେ ଅଧିକ ଦେଖାଯାଏ । ଯେଉଁମାନେ ଅଧିକ ଦୁର୍ବଳ ଏବଂ ଯେଉଁମାନଙ୍କର ହାଡ ଦୁର୍ବଳ ଥାଏ ସେମାନଙ୍କର ହିପ୍ ଫ୍ରାକ୍ଚର ହେବାର ସମ୍ଭାବନା ଅଧିକ ଥାଏ । ସେହିପରି ଅନୁସନ୍ଧାନକାରୀମାନେ ସନ୍ଦେହ କରୁଛନ୍ତି ଯେ, ମାଂସ ଖାଉଥିବା ଲୋକଙ୍କ ଅପେକ୍ଷା ଶାକାହାରୀମାନଙ୍କର ଓଜନ କମ୍ ହୋଇଥାଏ ।

କାରଣ ଦୁର୍ବଳ ହାଡ ଏବଂ ମାଂସପେଶୀରେ କମ୍ ଚର୍ବି ରହିଥାଏ । ଓ୍ବେଷ୍ଟର୍ କହିଛନ୍ତି ଯେ, "ଶାକାହାରୀମାନେ ସୁସ୍ଥ ଏବଂ ଶକ୍ତ ହାଡ ପାଇଁ ଅତ୍ୟାଧିକ ଆଇରନ ଏବଂ B12 ସହିତ ଶବୁଜ ପନିପରିବା, ବାଦାମ, ଶସ୍ୟଜାତୀୟ ଖାଦ୍ୟ, ବିନ୍ସ ଏବଂ ପ୍ରୋଟିନ ଥିବା ଖାଦ୍ୟ ଖାଆନ୍ତୁ । ଯାହାଦ୍ବାର ଆପଣଙ୍କ ମାଂସ ଏବଂ ହାଡ ସତେଜ ହେବା ସହ ହିପ୍ ଫ୍ରାକ୍ଚରରୁ ରକ୍ଷା ପାଇପାରିବେ ।"

ABOUT THE AUTHOR

...view details