ହାଇଦ୍ରାବାଦ:ସାରା ବିଶ୍ବରେ ମଧୁମେହ ଏକ ଚିନ୍ତାଜନକ କାରଣ ସାଜିଛି । ସମୟ କ୍ରମେ ବୃଦ୍ଧି ପାଉଛି ମଧୁମେହ ରୋଗୀଙ୍କ ସଂଖ୍ୟା । ଯଦି କହିବା ପ୍ରତି ଘରେ ଘରେ ଜଣେ ମଧୁମେହ ରୋଗୀ ରହିଛନ୍ତି । ମଧୁମେହ ଏପରି ଏକ ରୋଗ ଯାହା ଥରେ ହେଲେ ଜୀବନ ତମାମ ସାଙ୍ଗରେ ରହିଥାଏ । ମଧୁମେହ ପାଇଁ ବୈଜ୍ଞାନିକମାନେ ଅନେକ ଔଷଧର ଆବିଷ୍କାର କରିଥିଲେ ହେଁ ସତର୍କ ରହିବା ଜରୁରୀ ବୋଲି କୁହାଯାଇଛି ।
ବିଶେଷ କରି ପରିବର୍ତ୍ତିତ ଜୀବନଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା କାରଣରୁ ଅନେର ଏହି ରୋଗର ଶିକାର ହେଉଛନ୍ତି । ରକ୍ତରେ ଶର୍କରା ସ୍ତରକୁ ସ୍ୱାଭାବିକ ରଖିବା ପାଇଁ ଆବଶ୍ୟକ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଅତ୍ୟନ୍ତ ଜରୁରୀ । ଖାଦ୍ୟ ମଧ୍ୟ ଜୀବନଶୈଳୀର ଏକ ଅଂଶ ଏବଂ ଶରୀରକୁ ବହୁତ ପ୍ରଭାବିତ କରିଥାଏ । ତେଣୁ ବିଶେଷ କରି ଖାଦ୍ୟପେୟର ଯତ୍ନ ନେବା ଦ୍ବାରା ମଧୁମେହରୁ ମୁକ୍ତି ମିଳିପାରିବ ବୋଲି କୁହାଯାଇଛି ।
ତେବେ ରକ୍ତରେ ଶର୍କାର ସ୍ତର ଶୀଘ୍ର ବୃଦ୍ଧି ପାଉଥିବା ବେଳେ ଜୀବନଶୈଳୀରେ ପରିବର୍ତ୍ତନ ମଧ୍ୟ ଏହା ଉପରେ ବିଶେଷ ପ୍ରଭାବ ପକାଇପାରି ନଥାଏ । ତେବେ ଏନେଇ ବୈଜ୍ଞାନିକମାନେ ଅନୁଧ୍ୟାନ ଜାରି ରଖିଥିବା ବେଳେ ନିକଟରେ ମେଦୁନା ଭିନା ସେଣ୍ଟର ଏହା ଉପରେ ଅଧ୍ୟୟନ କରିଥିଲା । ତେବେ ଶୁଦ୍ଧ ଶାକାହାରୀ ଡାଏଟ ଯେପରିକି ତାଜା ଫଳ, ପନିପରିବା ଏବଂ ଶସ୍ୟଜାତୀୟ ଖାଦ୍ୟ ମଧୁମେହର ଆଶଙ୍କାକୁ 24 ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଥାଏ ବୋଲି ରିସର୍ଚ୍ଚରେ କୁହାଯାଇଛି ।