ଓଡିଶା

odisha

ETV Bharat / sukhibhava

କୋଭିଡ ଭ୍ୟାକ୍ସିନରେ ଏକାଧିକ ପାର୍ଶ୍ବ ପ୍ରତିକ୍ରିୟା ଥିବା ମାନିଲେ ସରକାର

ଭିଲେନ୍ ସାଜୁଛି କୋଭିଡ୍ ଭ୍ୟାକ୍ସିନ୍ ! ଗୋଟିଏ ନୁହେଁ ଏକାଧିକ ପାର୍ଶ୍ବ ପ୍ରତିକ୍ରିୟା ଥିବା ହେଲା ସ୍ପଷ୍ଟ । ଅଧିକ ପଢନ୍ତୁ

By

Published : Jan 16, 2023, 5:14 PM IST

Vaccination
Vaccination

ନୂଆଦିଲ୍ଲୀ: କୋରୋନା ଟିକା ନେବାପାଇଁ ଲୋକମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଆଶଙ୍କା ଏକ ପ୍ରକାର ଠିକ୍ ! ଯେଉଁମାନେ ଟିକା ନେବାକୁ କୁଣ୍ଠିତ ହେଉଥିଲେ ସେମାନେ ଏ ଖବର ଶୁଣିବା ପରେ ନିଶ୍ଚୟ ଭାବିବେ ଯେ, ଆମ ଆକଳନ ଠିକ୍ ଥିଲା । କାରଣ ଭ୍ୟାକ୍ସିନ୍ ଏବେ ଭିଲେନ୍ ସାଜୁଛି । ଏହା କହିବାର ଅର୍ଥ୍ ଭାରତ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଟିକାରେ ଗୋଟିଏ ନୁହଁ ଏକାଧିକ ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଉଛି । ଖୋଦ୍ ସରକାରଙ୍କ ଦୁଇଟି ସଂଗଠନ ଏହା ସ୍ୱୀକାର କରିଛନ୍ତି ଯେ, କରୋନାକୁ ଦୂର କରିବା ପାଇଁ ବ୍ୟବହୃତ ହେଉଥିବା ଟୀକା ଗୋଟିଏ ନୁହେଁ ବରଂ ଅନେକ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଉଛି ।

ପୁଣେ ଭିତ୍ତିକ ବ୍ୟବସାୟୀ ପ୍ରଫୁଲ୍ଲ ସରଦଙ୍କ ଦ୍ୱାରା ଦାଖଲ ହୋଇଥିବା ଆରଟିଆଇର ଜବାବରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଏବଂ ସେଣ୍ଟ୍ରାଲ୍ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସକୋ) ଆଶ୍ଚର୍ଯ୍ୟଜନକ ଭାବେ ଏହି ରିପୋର୍ଟ ପ୍ରକାଶ କରିଛି । କୋରୋନା ବିରୋଧରେ 5ଟି ଟୀକାକରଣର ପାର୍ଶ୍ୱ ପ୍ରତିକ୍ରିୟାରେ ଆରଟିଆଇର ପ୍ରତିକ୍ରିୟାରେ ଆଇସିଏମଆର ଡକ୍ଟର ଲିଆନା ସୁଜାନ ଜର୍ଜ ଏବଂ CDSCOS ର ସୁଶାନ୍ତ ସାର୍କ ଅନେକ ପ୍ରକାରର ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ସୂଚନା ଦେଇଛନ୍ତି ।

କୋଭିସିଲ୍ଡ ନେଇଥିବା ବ୍ୟକ୍ତିଙ୍କଠାରେ କ୍ରମାଗତ ବାନ୍ତି,ପେଟ ଯନ୍ତ୍ରଣା, ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା, ଛାତି ଯନ୍ତ୍ରଣା, ଆଖି ଯନ୍ତ୍ରଣା, ଅସ୍ପଷ୍ଟ ଦୃଷ୍ଟି, ମୁଣ୍ଡବିନ୍ଧା, ଲାଲ ଦାଗ କିମ୍ବା ଘା’, ବଡି଼ ପେନ୍ କିମ୍ବା ହାତ ଦବାଇବା ଦ୍ବାରା ବଥା ଲାଗିବା ଭଳି ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଉଛି । ସେହିପରି କୋଭୋଭ୍ୟାକ୍ସର ପାର୍ଶ୍ୱ ପ୍ରତିକ୍ରିୟା ଭାବରେ, ଇଞ୍ଜେକ୍ସନ୍ ସାଇଟ୍ ପେନ୍ ଭାବରେ ଇଞ୍ଜେକ୍ସନ ନେଇଥିବା ସ୍ଥାନରେ ଯନ୍ତ୍ରଣା ଏବଂ ସେହି ସ୍ଥାନରେ କୁଞ୍ଚନ ପଡିଯିବା, ମୁଣ୍ଡବିନ୍ଧା, ଗଣ୍ଠି ଯନ୍ତ୍ରଣା, ଥକ୍କା, ଅସୁସ୍ଥତା, ପିଠି ଯନ୍ତ୍ରଣା, ବାନ୍ତି, ଥଣ୍ଡା, ଆଥେନିଆ, ଜ୍ୱର, ଶରୀରରେ ଯନ୍ତ୍ରଣା କିମ୍ବା ଅଙ୍ଗରେ ଅତ୍ୟଧିକ ଯନ୍ତ୍ରଣା ସାଙ୍ଗକୁ ମାଂସପେଶୀ ଯନ୍ତ୍ରଣା ହେଉଛି ।

ଏହା ମଧ୍ୟ ପଢନ୍ତୁ:- Vaccine Side Effect: ହୃଦୟ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି ଟିକାର ଦ୍ବିତୀୟ ଡୋଜ୍‌ !

କୋଭାକ୍ସିନ୍‌ରେ ସାମାନ୍ୟ ଲକ୍ଷଣ ମଧ୍ୟରେ ଝାଳ, ଥଣ୍ଡା, ମୁଣ୍ଡ ବୁଲାଇବା, ବାନ୍ତି, ଜ୍ୱର, କାଶ, ଶରୀର ଯନ୍ତ୍ରଣା, ପେଟ ଯନ୍ତ୍ରଣା, କମ୍ପନ, ମୁଣ୍ଡବିନ୍ଧା ଏବଂ ଥକ୍କା ଅନ୍ତର୍ଭୁକ୍ତ । ସ୍ପୁଟ୍ନିକ୍-ଭି ର ପାର୍ଶ୍ୱ ପ୍ରତିକ୍ରିୟାରେ ସାଧାରଣ ଅସୁସ୍ଥତା, ମାୟାଲଜିଆ, ଆଥେନିଆ, ଡିସପେସିଆ, ଭୋକ ହ୍ରାସ, ମୁଣ୍ଡବିନ୍ଧା, ଇଞ୍ଜେକ୍ସନ୍ ନେଇଥିବା ସ୍ଥାନରେ ଯନ୍ତ୍ରଣା, ବାନ୍ତି, ଥଣ୍ଡା, ଜ୍ୱର, ଆର୍ଥ୍ରାଲଜିଆ ଦେଖାଯାଉଛି । କୋର୍ବେଭାକ୍ସର ପାର୍ଶ୍ୱ ପ୍ରତିକ୍ରିୟା ସ୍ବରୂପ ଫୁଲା, ଜ୍ବଳନ, ଥକ୍କା, ଶରୀରର ଯନ୍ତ୍ରଣା, ମାୟାଲଜିଆ, ଜ୍ୱର/ପାଇରେକ୍ସିଆ, ମୁଣ୍ଡବିନ୍ଧା, ୟୁରିଟାରିଆ, ଥଣ୍ଡା ଏବଂ ଇଞ୍ଜେକ୍ସନ୍ ସାଇଟ୍ ଯନ୍ତ୍ରଣା / ଏରିଥେମା, ବାନ୍ତି ଆଦି ଦେଖାଯାଏ ।

ତେବେ ସରଦ ସରକାରଙ୍କୁ କେତେକ ପ୍ରଶ୍ନ କରିଛନ୍ତି ଯେ, କୋରୋନା ଟୀକାକରଣର ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ଗଣମାଧ୍ୟମ, ଡାକ୍ତରଖାନା, ଟୀକାକରଣ କେନ୍ଦ୍ରକୁ ଅବଗତ କରାଯାଇଥିଲା କି ସରକାର ଲୋକଙ୍କ ପାଇଁ କୌଣସି ସୁରକ୍ଷା ଅଭିଯାନ ଆରମ୍ଭ କରିଛନ୍ତି କି ?

ସରକାର ଏହି ପ୍ରସଙ୍ଗରେ ସ୍ପଷ୍ଟ କରି କହିଛନ୍ତି ଯେ, ବିଶ୍ବର ଏଜେନ୍ସିଗୁଡିକ ଏକ ମାନଦଣ୍ଡ ସ୍ଥିର କରିଛନ୍ତି, କେବଳ ସେହି ଟିକା ଯାହା 60 ପ୍ରତିଶତ ପର୍ଯ୍ୟନ୍ତ ପ୍ରଭାବଶାଳୀ ହେବ ତାହା ବିଚାରକୁ ନିଆଯିବ । ତଥାପି, ଅଧିକାଂଶ ଟିକା 70 ରୁ 90 ପ୍ରତିଶତ ପ୍ରଭାବଶାଳୀ ବୋଲି ଦର୍ଶାଯାଇଛି । ସରକାର କହିଛନ୍ତି ଯେ, 100 କୋଟିରୁ ଅଧିକ ଲୋକଙ୍କୁ ଟୀକାକରଣ କରାଯାଇଛି, କିନ୍ତୁ ବହୁତ କମ୍ ଲୋକ ଏହିପରି ପାର୍ଶ୍ୱ ପ୍ରତିକ୍ରିୟାର ସମ୍ମୁଖୀନ ହେଉଛନ୍ତି ।

ABOUT THE AUTHOR

...view details