ୱାଶିଂଟନ୍: ମଙ୍କିପକ୍ସରୁ ସୁରକ୍ଷା ଦେଉଛି ଭ୍ୟାକ୍ସିନ(Vaccine appears to protect against Monkeypox) । ଆମେରିକା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ଅନୁଯାୟୀ, ମଙ୍କିପକ୍ସକୁ ମାତ୍ ଦେବାପାଇଁ ପ୍ରସ୍ତୁତ ହୋଇଥିବା ଟିକା ଜିନ୍ନାସ୍(Jynneos vaccine) ପ୍ରଭାବୀ ବୋଲି ଜଣାପଡିଛି । ଅନୁସନ୍ଧାନରୁ ଜଣାପଡିଛି ଯେ, ଯେଉଁମାନେ ଗୋଟିଏ ଡୋଜ୍ ଟିକା ନେଇଛନ୍ତି ସେମାନଙ୍କ ଠାରେ ମଙ୍କିପକ୍ସ ଗମ୍ଭୀରତା କମ୍ ଦେଖାଦେଉଛି । ସମ୍ପୂର୍ଣ୍ଣ ପ୍ରତିରୋଧ ପାଇଁ ସମ୍ପୂର୍ଣ୍ଣ ଡୋଜ୍ ଟିକା ଆବଶ୍ୟକତା ଥିବା ଜନସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ।
ମୁଖ୍ୟତଃ ଯେଉଁ ପୁରୁଷମାନେ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖି ମଙ୍କିପକ୍ସରେ ଆକ୍ରାନ୍ତ ହୋଇଥିଲେ ସେମାନଙ୍କ ଉପରେ Jynneos ଟିକା କେତେ ପ୍ରଭାବଶାଳୀ ତାହା ଜାଣିବା ପାଇଁ ଏହି ପରୀକ୍ଷଣ କରାଯାଇଥିଲା । ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ରର ନିର୍ଦ୍ଦେଶକ ରୋଚେଲ ୱାଲେନସ୍କି(Rochelle Walensky) କହିଛନ୍ତି, "ଏହି ନୂତନ ତଥ୍ୟ ଆମକୁ ଏକ ସଚେତନତା ସହ ଆଶାବାଦୀ କରାଇଛି, ଯାହା ଟିକାର ଉଦ୍ଦେଶ୍ୟ ଅନୁଯାୟୀ କାର୍ଯ୍ୟ କରୁଛି ।" ହ୍ବାଇଟ ହାଉସର ନ୍ୟାସନାଲ ମଙ୍କିପକ୍ସ ରେସପନ୍ସ ସଂଯୋଜକ ବୋବ ଫେଣ୍ଟନ କହିଛନ୍ତି ଯେ, ମଙ୍କିପକ୍ସ ସଂକ୍ରମଣିର ସର୍ବାଧିକ ଆଶଙ୍କା ଥିବା ବ୍ୟକ୍ତିଙ୍କୁ ପ୍ରାୟ 8 ଲକ୍ଷ ପ୍ରଥମ ଓ ଦ୍ବିତୀୟ ଡୋଜ୍ ଟିକା ଦିଆଯାଉଛି ।