ଓଡିଶା

odisha

କାମ ଦେଉନି କୋଭିଡ ଟିକା ! ଆମେରିକାରେ ବଢୁଛି ଟୀକାକୃତଙ୍କ ମୃତ୍ୟୁସଂଖ୍ୟା

By

Published : Nov 24, 2022, 5:35 PM IST

ପୂର୍ବରୁ ଟିକା ନେଇଥିବା ବ୍ୟକ୍ତି କୋଭିଡରେ ପ୍ରାଣ ହରାଉଛନ୍ତି । ନ୍ୟୁୟର୍କର କୋଭିଡ ଡେଥ୍ ରିପୋର୍ଟ ଅନୁସାରେ ଅଧିକ ଟୀକାକରଣ ବ୍ୟକ୍ତିଙ୍କ କୋଭିଡରେ ମୃତ୍ୟୁ ଘଟିଛି (Vaccinated people now make majority of Covid deaths in US) । ଅଧିକ ପଢନ୍ତୁ

କାମ ଦେଉନି କୋଭିଡ ଟିକା ! ଆମେରିକାରେ ବଢୁଛି ଟୀକାକୃତଙ୍କ ମୃତ୍ୟୁସଂଖ୍ୟା
କାମ ଦେଉନି କୋଭିଡ ଟିକା ! ଆମେରିକାରେ ବଢୁଛି ଟୀକାକୃତଙ୍କ ମୃତ୍ୟୁସଂଖ୍ୟା

ନ୍ୟୁୟର୍କ: କୋରୋନାକୁ ନେଇ ଆସିଲା ଆଉ ଏକ ଚିନ୍ତାଜନକ ତଥ୍ୟ । କୋରୋନାରେ ପ୍ରାଣ ହରାଉଥିବା ନ୍ୟୁୟର୍କର ସର୍ବାଧିକ ବ୍ୟକ୍ତି ଟୀକା ନେଇଥିଲେ(Vaccinated people now make majority of Covid deaths in US) । ୱାଶିଂଟନ୍ ପୋଷ୍ଟ ବିଶ୍ଳେଷଣରୁ ଜଣାପଡିଛି ଯେ, ଅଗଷ୍ଟରେ କୋରୋନାରେ ପ୍ରାଣ ହରାଇଥିବା 58% ଆମେରିକୀୟ ଭ୍ୟାକ୍ସିନ୍ ଏବଂ ବୁଷ୍ଟର୍ ଡୋଜ୍ ନେଇଥିଲେ ।

ଫେଡେରାଲ ଏବଂ ଷ୍ଟେଟ୍ ଡାଟା ଅନୁଯାୟୀ, କୋଭିଡର ଆରମ୍ଭରୁ ଅର୍ଥାତ 2020ରେ ଟୀକା ନେଇଥିବା ବ୍ୟକ୍ତି ବର୍ତ୍ତମାନ ପ୍ରାଣ ହରାଇଛନ୍ତି । ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, "ସେପ୍ଟେମ୍ବର 2021 ରେ, ଟୀକା ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ 23 ପ୍ରତିଶତ ପ୍ରାଣ ହରାଇ ଥିବାବେଳେ ଚଳିତ ବର୍ଷ ଜାନୁଆରୀ ଏବଂ ଫେବୃଆରୀରେ ମୃତ୍ୟୁସଂଖ୍ୟା 42 ପ୍ରତିଶତ ରହିଛି ।"

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, କୋଭିଡ ଟିକାଗୁଡ଼ିକର ପ୍ରଭାବ ହ୍ରାସ ହେବା ଏବଂ ଅନ୍ତତଃ ପକ୍ଷେ ଗୋଟିଏ ଟିକା ଗ୍ରହଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଟିକା କାର୍ଯ୍ୟକାରିତା ହ୍ରାସ ହେବା ସହ ଭୂତାଣୁର ଷ୍ଟ୍ରେନ୍ ବୃଦ୍ଧି କାରଣରୁ ମୃତ୍ୟୁସଂଖ୍ୟା ବଢିଥାଇପାରେ । ଟୀକାକରଣ ସତ୍ତ୍ବେ ଅଧିକ ସଂଖ୍ୟକ ବ୍ୟକ୍ତିଙ୍କ ମୃତ୍ଯୁ ଘଟିବା ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି ।

ABOUT THE AUTHOR

...view details