ଓଡିଶା

odisha

Smartphone in Washroom: ଟଏଲେଟରେ ବସି ମୋବାଇଲ ବ୍ୟବହାର କରୁଥିଲେ ସାବଧାନ! ହୋଇପାରେ ସମସ୍ୟା

By

Published : Jun 30, 2023, 3:11 PM IST

ଏକ ଅଧ୍ୟୟନରେ କୁହାଯାଇଛି ଯେ ସ୍ମାର୍ଟଫୋନରେ ଟଏଲେଟ ସିଟ ଅପେକ୍ଷା 10 ଗୁଣ ଅଧିକ ଜୀବାଣୁ ରହୁଛନ୍ତି । ଯାହାକି ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ହୋଇଥାଏ । ଅଧିକ ପଢନ୍ତୁ

Smartphone in Washroom
Smartphone in Washroom

ହାଇଦ୍ରାବାଦ:କୋରୋନା ପରେ, ଲୋକମାନେ ସେମାନଙ୍କର ସ୍ୱାସ୍ଥ୍ୟର ଅଧିକ ଯତ୍ନ ନେବା ଆରମ୍ଭ କରିଛନ୍ତି ଏବଂ ସମୟ ସମୟରେ ମଧ୍ୟ ସେମାନଙ୍କର ହାତକୁ ପରିଷ୍କାର କରୁଛନ୍ତି । କହିବାକୁ ଗଲେ ଏହା ଏକ ଭଲ ଅଭ୍ୟାସ । ପ୍ରତ୍ୟେକ ବ୍ୟକ୍ତି ସାଧାରଣତଃ ଦିନକୁ ଅନେକ ଥର ହାତ ଧୋଇଥାନ୍ତି । ତଥାପି, ଅନେକ ଥର ହାତ ଧୋଇବା ପରେ ମଧ୍ୟ ପୁଣି ଥରେ ଜୀବାଣୁ ସଂସ୍ପର୍ଶରେ ଆସିଥାଏ । ଏହାର ମୁଖ୍ୟ କାରଣ ହେଉଛି ସ୍ମାର୍ଟଫୋନ । ନିକଟରେ ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଏକ ଅଧ୍ୟୟନରେ କୁହାଯାଇଛି, ଟଏଲେଟ ସିଟ୍‌ ଅପେକ୍ଷା ସ୍ମାର୍ଟଫୋନରେ 10 ଗୁଣା ଅଧିରା ଜୀବାଣୁ ମିଳିଥାଏ । ଯାହାକି ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ ।

ଏହା ମଧ୍ୟ ପଢନ୍ତୁ: କାହିଁକି ଓ୍ବେଷ୍ଟର୍ନ ଟଏଲେଟଠୁ ଉପଯୋଗୀ ହୋଇଥାଏ ଇଣ୍ଡିଆନ ଟଏଲେଟ, ଜାଣନ୍ତୁ କାରଣ

ରିପୋର୍ଟରେ ଏହା କୁହାଯାଇଛି: NordVPN ଅଧ୍ୟୟନ ଅନୁଯାୟୀ, 10 ଜଣଙ୍କ ମଧ୍ୟରୁ 6 ଜଣ ଲୋକ ଟଏଲେଟକୁ ଗଲାବେଳେ ସାଙ୍ଗରେ ମୋବାଇଲ ଫୋନ ନେଇଯାଇଥାଆନ୍ତି । ବିଶେଷ କରି ଯୁବଗୋଷ୍ଠୀଙ୍କ ସଂଖ୍ୟା ଅଧିକ ରହିଥାଏ । ଏହି ଅଧ୍ୟୟନରେ 61.6% ଅଂଶଗ୍ରହଣକାରୀ ସ୍ୱୀକାର କରିଛନ୍ତି ଯେ ସେମାନେ ଟଏଲେଟ୍ ସିଟ୍ ଉପରେ ବସିଥିବାବେଳେ ଫେସବୁକ୍, ଟ୍ୱିଟର ଏବଂ ଇନଷ୍ଟାଗ୍ରାମ ପରି ସୋସିଆଲ ମିଡିଆ ଆକାଉଣ୍ଟ ବ୍ୟବହାର କରିଥାଆନ୍ତି । ଅଧ୍ୟୟନ ଅନୁଯାୟୀ, ପ୍ରାୟ ଏକ ତୃତୀୟାଂଶ (33.9%) ଲୋକ ଟଏଲେଟ ସିଟ ଉପରେ ବସି ସୋସିଆଲ ମିଡିଆ ଖେଳାଉଥିବା ବେଳେ ଏକ ଚତୁର୍ଥାଂଶ (24.5%) ନିଜ ପ୍ରିୟ ଲୋକଙ୍କୁ ବାର୍ତ୍ତା ପଠାନ୍ତି ବା ମେସେଜ ଚାଟିଂ କରିଥାଆନ୍ତି । ଏପରିକି ଲୋକମାନେ ଜୀବନ ସହ ଜଡ଼ିତ ପ୍ରତ୍ୟେକ ସମସ୍ୟା ଏବଂ ଟଏଲେଟ୍ ସିଟ୍ ଉପରେ ଏହାର ସମାଧାନ ବିଷୟରେ ଆଲୋଚନା କରନ୍ତି ।

ସବୁବେଳେ ସ୍ମାର୍ଟଫୋନ୍ ବ୍ୟବହାର କରିବାର ଖରାପ ବୋଲି ବିବେଚନା କରାଯାଇଥାଏ । ଯେତେବେଳେ ଟଏଲେଟ ସିଟରେ ବସି ମୋବାଇଲର ବ୍ୟବହାର କରାଯାଇଥାଏ, ଏହାର ବିପଦ ଦ୍ବିଗୁଣିତ ହୋଇଥାଏ । ଶୌଚାଳୟ ସିଟରେ ରହିଥିବା ଜୀବାଣୁ ଯେକୌଣସି ପ୍ରକାରେ ସ୍ମାର୍ଟଫୋନର ପୃଷ୍ଠକୁ ଆସନ୍ତି ଏବଂ ତା’ପରେ ସେମାନେ ଆମ ହାତ ଦେଇ ଶରୀରକୁ ଯାଆନ୍ତି। ପାଟି, ନାକ ଏହଂ ଆଖି ଦେଇ ଶରୀର ଭିତରକୁ ପ୍ରବେଶ କରିଥାଆନ୍ତି ଏହି କାରଣରୁ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ ।

ରିପୋର୍ଟରେ କୁହାଯାଇଛି ଯେ ମୋବାଇଲ୍ ଫୋନର ପରଦାରେ ଜୀବାଣୁ 28 ଦିନ ବଞ୍ଚିପାରିବେ । ଏକ ରିପୋର୍ଟରେ ସଂକ୍ରମଣ ନିୟନ୍ତ୍ରଣ ବିଶେଷଜ୍ଞ ଡାକ୍ତର ହଗ୍ ହେଡେନ ୟାହୁ କହିଛନ୍ତି ଯେ, ଏହା ଏକ ସତ୍ୟ ଯେ ସ୍ମାର୍ଟଫୋନ୍ ଟଏଲେଟ୍ ସିଟ୍ ଅପେକ୍ଷା 10 ଗୁଣ ଅଧିକ ଜୀବାଣୁ ରହିଥାଏ । ସେ କହିଛନ୍ତି ଯେ ସ୍ମାର୍ଟଫୋନର ଟଚ୍‌ସ୍କ୍ରିନ୍‌ ହେଉଛି ଡିଜିଟାଲ ଯୁଗର ମଶା । ସେଥିପାଇଁ ସ୍ମାର୍ଟଫୋନ୍, ଇୟରବଡ୍ ଇତ୍ୟାଦି ୱାଶରୁମକୁ ନନେବା ଏବଂ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଭଲ ।

ଉଲ୍ଲେଖନୀୟ ବିଷୟ ହେଉଛି, ଟଏଲେଟ୍ ସିଟ୍‌ଗୁଡିକରେ ଷ୍ଟାଫିଲୋକୋକସ୍ ଆରିଅସ୍ ସମେତ ବିଭିନ୍ନ କ୍ଷତିକାରକ ଜୀବାଣୁ ରହିଥାଏ । ଏହି ଜୀବାଣୁ ମୂତ୍ରନଳୀ ସଂକ୍ରମଣ, ପେଟ ଯନ୍ତ୍ରଣା, ଝାଡ଼ା, ସଂକ୍ରମଣ, ଫୁ଼ଡ୍‌ ପଏଜନିଂ, ଆବସେସ୍ ପରି ଚର୍ମ ସଂକ୍ରମଣ, ଶ୍ବାସକ୍ରିୟା ସଂକ୍ରମଣ ଏବଂ ଅନ୍ୟାନ୍ୟ ଜଟିଳତା ସୃଷ୍ଟି କରିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details