ହାଇଦ୍ରାବାଦ: ଆଖି ଶରୀରର ସମ୍ବେଦନଶୀଳ ଅଙ୍ଗ ଗୁଡିକ ମଧ୍ୟରୁ ଅନ୍ୟତମ । ପୂର୍ବ ସମୟରେ ବୟସ ବୃଦ୍ଧି ପାଇଲେ ଲୋକେ ଚଷମା ବ୍ୟବହାର କରୁଥିଲେ । ମାତ୍ର ବର୍ତ୍ତମାନର ଜୀବନଶୈଳୀ ଏପରି ପରିବର୍ତ୍ତିତ ହୋଇଛି ଯେ, ପିଲାଠୁ ବୟସ୍କ ସମସ୍ତେ ଚଷମା ଲଗାଇବାକୁ ବାଧ୍ୟ ହେଉଛନ୍ତି । ଏଥିପାଇଁ ସ୍ମାର୍ଟଫୋନ୍, ଲାପଟପ୍, ଟିଭି ଏବଂ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ ବ୍ୟବହାର ମୁଖ୍ୟତଃ ଭାବେ ଦାୟୀ ।
ବୃତ୍ତିଗତ କ୍ଷେତ୍ରରେ ସ୍କ୍ରିନ୍ ବ୍ୟବହାର ଭିନ୍ନ କଥା, ହେଲେ ଛୋଟ ପିଲାମାନେ କମ୍ ବୟସରୁ କାର୍ଟୁନ୍ ଦେଖି ଆଖି ଖରାପ କରିଦେବା ଏକ ମୁଖ୍ୟ ସମସ୍ୟା । ଏଥିପାଇଁ ଆପୋଲୋ ସିଇଓ ଟିମ୍ କୁକ୍ ପିଲାମାନଙ୍କ ଫୋନ୍ ଦେଖିବା ଅଭ୍ୟାସକୁ କମ୍ କରିବା ପାଇଁ ଅଭିଭାବକଙ୍କୁ ପରାମର୍ଶ ଦେଇଛନ୍ତି । ତେବେ ପିଲାମାନଙ୍କର କମ୍ ବୟସରୁ କେଉଁ କେଉଁ ଆଖି ସମସ୍ୟା ହେଉଛି ଏବଂ ଏହାର ଚିକିତ୍ସା କିପରି କରିବେ, ଜାଣନ୍ତୁ ।
ଡାକ୍ତରଙ୍କ କହିବା ଅନୁସାରେ, ପିଲାମାନେ ଖୁବ୍ କମ୍ ବୟସରୁ ମୋବାଇଲ୍ ଭଳି ଛୋଟ ପରଦା ବ୍ୟବହାର କରୁଛନ୍ତି । ଏହି ଗ୍ରୀନ୍ ଲାଇଟ୍ ପ୍ରଭାବ ସିଧାସଳଖ ସେମାନଙ୍କ ଆଖିରେ ପଡୁଛି । ଏଭଳି ପରିସ୍ଥିତିରେ ସେମାନଙ୍କୁ ମାୟୋପିୟା ରୋଗ ହେବାର ସମ୍ଭାବନା ଅଧିକ । ମାୟୋପିଆ ହେଉଛି ନିକଟ ଦୃଷ୍ଟିଦୋଷ ବା ସମୀପ ଦୃଷ୍ଟିଦୋଷ । ଏହି ରୋଗ ହେଲେ, କେବଳ ନିକଟରେ ଥିବା ବସ୍ତୁ ଗୁଡିକୁ ଦେଖିପାରିବେ । ଦୂରରେ ଥିବା ଜିନିଷ ସ୍ପଷ୍ଟ ଭାବେ ଦେଖାଯିବ ନାହିଁ ।
ଏହା ମଧ୍ୟ ପଢନ୍ତୁ:-ଭାରତରେ କ୍ରମାଗତ ଭାବରେ ବୃଦ୍ଧି ପାଉଛି ଅଣସଂକ୍ରାମକ ରୋଗ: Report