ଓଡିଶା

odisha

ETV Bharat / sukhibhava

କାହିଁକି ମନୁଷ୍ୟର ଚୁଟି ପାଚେ, କାରଣ ଜାଣିବାକୁ ପାଇଲେ ବୈଜ୍ଞାନିକ - ଷ୍ଟିମ୍ ସେଲ୍

କାହିଁକି ଆମ ଚୁଟି ପାଚେ । ଏହା ବୃଦ୍ଧାବସ୍ଥା ନୁହେଁ, ବରଂ ଆମ ଶରୀରରେ ଥିବା କୋଷ କାରଣରୁ ହୋଇଥାଏ ବୋଲି ଜାଣିବାକୁ ପାଇଛନ୍ତି ବୈଜ୍ଞାନିକ । ଅଧିକ ପଢନ୍ତୁ

hairs turn grey
hairs turn grey

By

Published : Apr 23, 2023, 8:02 AM IST

ନ୍ୟୁୟର୍କ: ମନୁଷ୍ୟ କୁମାର, ଯୌବନ ଏବଂ ବୃଦ୍ଧାବସ୍ଥା ପ୍ରାପ୍ତ କରିଥାଏ । ଅନେକ ଶାରୀରିକ ଗଠନ ଏହି ତିନି ଅବସ୍ଥାରେ ହୁଏ ଏବଂ ତାହା ସମୟକ୍ରମେ ପୁଣି ପରିବର୍ତ୍ତନ ଘଟେ । ଏହି ସବୁ ଅବସ୍ଥା ମଧ୍ୟରୁ ବୟସ ବଢିବା ସହ ଚୁଟି ପାଚିବା ବା କେଶର ରଙ୍ଗ ଧଳା ହୋଇଯିବା ଅନ୍ୟତମ । ମନୁଷ୍ୟ ବୃଦ୍ଧ ହେଲେ ତା'ର ଚୁଟି ପାଚିଯାଏ ବୋଲି ବିବେଚନା କରାଯାଏ । ଏହା ଏକ ଅବସ୍ଥା ବୋଲି କୁହାଯାଏ । ହେଲେ ଏହା କାହିଁକି ଘଟୁଛି ତା'ର କାରଣ ଜାଣିବାକୁ ପାଇଛନ୍ତି ଆମେରିକା ବୈଜ୍ଞାନିକ । ମାନବ ଶରୀରର କୋଷ, କେଶ ପାଚିବାର କାରଣ ହୋଇପାରେ ବୋଲି କହିଛନ୍ତି ବୈଜ୍ଞାନିକ ।

ଏହା ମଧ୍ୟ ପଢନ୍ତୁ:-World Earth Day: ସଚେତନ ରୁହନ୍ତୁ, ନିଜର ସୁସ୍ଥତା ପାଇଁ ପୃଥିବୀର ଦାୟିତ୍ବ ନିଅନ୍ତୁ

ମାନବ ଶରୀରର ଷ୍ଟିମ୍ ସେଲ୍ କେଶର ରଙ୍ଗ ଧୂସର ହୋଇଯିବାର କାରଣ ହୋଇପାରେ ବୋଲି କହିଛନ୍ତି ବୈଜ୍ଞାନିକ । ନ୍ୟୁୟର୍କ ୟୁନିଭରସିଟି(NYU) ଲାଙ୍ଗୋନ୍‌ର ଏକ ଅନୁସନ୍ଧାନକାରୀ ଟିମ୍ ମୂଷା ଉପରେ ଅଧ୍ୟୟନ କରି ଏହି ରହସ୍ୟ ଜାଣିବାକୁ ପାଇଛନ୍ତି । ସେମାନେ ଦର୍ଶାଇଛନ୍ତି ଯେ, ହେୟାର ଫୋଲିକଲ୍ସରେ ଅଭିବୃଦ୍ଧି କ୍ଷେତ୍ରରେ ଷ୍ଟିମ୍ ସେଲ୍‌ ବା କୋଷର ଭୂମିକା ରହିଛି । ଷ୍ଟିମ୍ ସେଲ୍ କାରଣରୁ ମାନବର ଚୁଟି ପାଚିଯାଉଛି । ଏହି ଅଧ୍ୟୟନରେ ମୂଷାଙ୍କ ଚର୍ମରେ ଥିବା କୋଷଗୁଡିକ ଉପରେ ଧ୍ୟାନ ଦିଆଯାଇଥିଲା, ଯାହାକୁ ମଣିଷଙ୍କ କ୍ଷେତ୍ରରେ ମେଲାନୋସାଇଟ୍ ଷ୍ଟିମ୍ ସେଲ୍ ବା McSCs କୁହାଯାଏ । ବୈଜ୍ଞାନିକମାନେ କରିଥିବା ଏହି ଅନୁସନ୍ଧାନର ସମ୍ପୂର୍ଣ୍ଣ ବିବରଣୀ ନେଚର୍ ପତ୍ରିକାରେ ପ୍ରକାଶ ପାଇଛି ।

ଏହା ମଧ୍ୟ ପଢନ୍ତୁ:-ଏସିଡିଟିରୁ ମୁକ୍ତି ପାଇଁ ନିୟମିତ ଆଣ୍ଟାସିଡ୍ ଖାଉଥିଲେ ସାବଧାନ !

NYU ଲାଙ୍ଗୋନ୍ ହେଲ୍‌ଥର ପୋଷ୍ଟଡକ୍ଟରାଲ୍ ଫେଲୋ ଅନୁସନ୍ଧାନକାରୀ କ୍ୟୁ ସନ୍(Qi Sun) କହିଛନ୍ତି ଯେ, ମେଲାନୋସାଇଟ୍ ଷ୍ଟିମ୍ କୋଷଗୁଡ଼ିକ କେଶକୁ ରଙ୍ଗ କରିବା ପାଇଁ କିପରି କାମ କରେ ତାହା ଆମର ଅଧ୍ୟୟନ ଦର୍ଶାଇଥାଏ । ଏଥିରୁ ଜଣାଗଲା ମେଲାନୋସାଇଟ୍ ଷ୍ଟିମ୍ କୋଷଗୁଡିକରେ କାମେଲିଅନ୍(ଏଣ୍ଡୁଅଙ୍କ) ପରି କାର୍ଯ୍ୟ କରିବାର ଶକ୍ତି ହରାଇବା ଫଳରେ କେଶର ରଙ୍ଗ ଧୂସର ହୋଇପାରେ । ଏହି କୋଷଗୁଡିକ ପାଇଁ ମଧ୍ୟ କେଶ କ୍ଷୟ ହୋଇପାରେ ବୋଲି ସେ କହିଛନ୍ତି । ଏହି ଅନୁସନ୍ଧାନରୁ ଜଣାପଡିଛି ଯେ, ମେଲାନୋସାଇଟ୍ ଷ୍ଟିମ୍ ସେଲ୍‌ର କାର୍ଯ୍ୟ କେଶକୁ ସୁସ୍ଥ ଏବଂ ବାସ୍ତବ ରଙ୍ଗ ବଜାୟ ରଖିବା କାର୍ଯ୍ୟ କରିଥାଏ ।

ABOUT THE AUTHOR

...view details