ଡେରାଡୁନ୍: UNICEF(United Nations Children's Fund) ପକ୍ଷରୁ ଉତ୍ତରାଖଣ୍ଡ, ଡେରାଡୁନରେ ଏକ ଶିଶୁ କଲ୍ୟାଣ ଟ୍ରେନିଂ କ୍ୟାମ୍ପର ଆୟୋଜନ କରାଯାଇଛି(UNICEF training camp on child welfare), ଯେଉଁଥିରେ 150ରୁ ଊର୍ଦ୍ଧ୍ବ ସାମ୍ବାଦିକ ଉପସ୍ଥିତ ଥିଲେ । ଡାକ୍ତରୀ ଖବରରେ ଭୁଲ୍ ତଥ୍ୟର ପ୍ରସାର ଏବଂ ଏହାକୁ ପ୍ରତିହତ କରିବାରେ ସାମ୍ବାଦିକଙ୍କ ଭୂମିକା ଉପରେ ଆଲୋଚନା କରାଯିବା ସହ ଏନେଇ ସାମ୍ବାଦିକମାନଙ୍କୁ ଶିଶୁମାନଙ୍କ ଚିକିତ୍ସା କ୍ଷେତ୍ରରେ କେତେକ ପ୍ରାଥମିକ ସୂଚନା ବାବଦରେ ତାଲିମ ପ୍ରଦାନ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ETV Bharat ସମ୍ବାଦଦାତାଙ୍କ ପକ୍ଷରୁ ତାମିଲନାଡୁ ସରକାରୀ ବିଦ୍ୟାଳୟରେ ବ୍ରେକ୍ଫାଷ୍ଟ୍ ବା ଜଳଖିଆ ସ୍କିମ୍ ଉପରେ ପ୍ରଶ୍ନ ପଚରାଯାଇଥିଲା । ଉତ୍ତରରେ UNICEFର ଶିଶୁ କଲ୍ୟାଣ ଅଧିକାରୀ ଗାୟତ୍ରୀ ସିଂହ ଜଳଖିଆର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି ଏବଂ ଏହା ପିଲାମାନଙ୍କ ପାଇଁ କେତେ ଉପକାରୀ ଏ ବାବଦରେ କହିଛନ୍ତି ।
ସେ କହିଛନ୍ତି ଯେ, ଜଳଖିଆର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସାଧାରଣତଃ ମସ୍ତିଷ୍କ, ଶକ୍ତି ଆବଶ୍ୟକ କରେ ଏବଂ ମସ୍ତିଷ୍କ ଶକ୍ତି ଯୋଗାଇବା ପାଇଁ ମୁଖ୍ୟତଃ ଗ୍ଲୁକୋଜ ବ୍ୟବହାର କରେ । ତାମିଲନାଡୁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପ ନିହାତି ଆବଶ୍ୟକ । ପିଲାମାନଙ୍କର ଜଳଖିଆ ଭୋଜନ ଅତ୍ୟନ୍ତ ଜରୁରୀ । ଅଧିକାଂଶ ସମୟ ପିଲାମାନେ ବିଦ୍ୟାଳୟକୁ ଆସନ୍ତି କିମ୍ବା ପର୍ଯ୍ୟାପ୍ତ ଜଳଖିଆ ଖାଇ ନ ଥାନ୍ତି କିମ୍ବା ସେମାନଙ୍କ ପାଖରେ ଖାଇବାକୁ କିଛି ନଥାଏ ।