ଓଡିଶା

odisha

ETV Bharat / sukhibhava

Scalp Folliculitis: ସ୍କାଲ୍‌ପ ଅଧିକ କୁଣ୍ଡାଇ ହେଉଥିଲେ ଜାଣନ୍ତୁ କାରଣ - ସ୍କାଲ୍‌ପ ସଂକ୍ରମଣର କାରଣ କଣ

ସ୍କାଲ୍‌ପରେ ବେଳେବେଳେ କୁଣ୍ଡାଇ ହେବା ସାଧାରଣ କଥା । କିନ୍ତୁ ଯେତେବେଳେ ଏହା ଅସହ୍ୟ ହୋଇଯାଏ, ସେତେବେଳେ ସ୍କାଲ୍‌ପରେ ସଂକ୍ରମଣ ହେବା ଯୋଗୁଁ ହୋଇଥାଏ । ଏହି ସଂକ୍ରମଣର ଯତ୍ନ ନ ନେଲେ ଆଗକୁ ଏହା ଜଟିଳ ସମସ୍ୟା ସୃଷ୍ଟି କରିଥାଏ । ଅଧିକ ପଢନ୍ତୁ

Scalp Folliculitis: ସ୍କାଲ୍‌ପ ଅଧିକ କୁଣ୍ଡାଇ ହେଉଥିଲେ ଜାଣନ୍ତୁ କାରଣ
Scalp Folliculitis: ସ୍କାଲ୍‌ପ ଅଧିକ କୁଣ୍ଡାଇ ହେଉଥିଲେ ଜାଣନ୍ତୁ କାରଣ

By

Published : Feb 17, 2022, 6:04 PM IST

ହାଇଦ୍ରାବାଦ:ମୁହଁରେ ବ୍ରଣ ହେବା ସାଧାରଣ କଥା । କିନ୍ତୁ ଯେତେବେଳେ ଏହି ବ୍ରଣ ସ୍କାଲ୍‌ପ(ତାଳୁ)ରେ ହୋଇଥାଏ, ସେତେବେଳେ ନାନାଦି ସମସ୍ୟା ସୃଷ୍ଟି ହୁଏ । ଅନେକ ଏହାକୁ ସାଧାରଣ ଭାବି ଅଣଦେଖା କରନ୍ତି । କିନ୍ତୁ ଏହା ପରବର୍ତ୍ତୀ ସମୟରେ ଅନ୍ୟ ଚର୍ମ ଜନିତ ସମସ୍ୟା ସୃଷ୍ଟି କରେ । ମୁମ୍ବାଇର ଚର୍ମ ବିଶେଷଜ୍ଞ ଡକ୍ଟର ସବା ଶେଖ ଏହି ସଂକ୍ରମଣ କୌଣସି ରୋଗ, ଅପରିଷ୍କାର, ପାଣିପାଗ ପରିବର୍ତ୍ତନ ଯୋଗୁଁ ଅଧିକ ଝାଳ ବାହାରିବା ଯୋଗୁଁ କୁଣ୍ଡାଇ ହେବା ସହିତ ବ୍ରଣ ଗୁଡ଼ିକ ହୋଇଥାଏ ବୋଲି ସେ କହିଛନ୍ତି ।

ଡାକ୍ତର ସବାଙ୍କ କହିବାନୁସାରେ ଏହା କେଶର ମୂଳ ଭାଗକୁ ସଂକ୍ରମିତ କରିଥାଏ । ପ୍ରାଥମିକ ଅବସ୍ଥାରେ ଏହା ଅଧିକ ସମସ୍ୟା ସୃଷ୍ଟି କରେ ନାହିଁ । କିନ୍ତୁ ଏହାକୁ ଅଣଦେଖା କରିବା ପରେ ସ୍କାଲ୍‌ପରେ ବ୍ରଣ ହେବା ସହ ଏଥିରେ ପୁଜ(Pus) ଜମିଥାଏ ଏବଂ ଲାଲ ପଡ଼ିଯିବା ସହିତ ଅଧିକ କୁଣ୍ଡାଇ ହୋଇଥାଏ ।

କାରଣ କଣ ?

ସ୍କାଲ୍‌ପ ଫଲିକୁଲାଇଟିସ ସୃଷ୍ଟି ପାଇଁ ଅନେକ କାରଣ ଦାୟୀ ହୋଇଥାଏ । ଡକ୍ଟର ସବା କହିଛନ୍ତି ଯେ ଦୀର୍ଘ ଦିନ ଧରି ହେଲମେଟ ପିନ୍ଧୁଥିବା ଲୋକଙ୍କଠାରେ ଏହି ସମସ୍ୟା ସାଧାରଣ ହୋଇଥାଏ, କାରଣ ସେମାନଙ୍କ କେଶ ଝାଳ ହୋଇଯାଏ । ଯେଉଁମାନେ କେଶକୁ ଜୋରରେ ବାନ୍ଧନ୍ତି କିମ୍ବା ବିଭିନ୍ନ ହେୟାର ଷ୍ଟାଇଲିଂ ପ୍ରଡକ୍ଟ ବ୍ୟବହାର କରନ୍ତି ସେମାନଙ୍କ କ୍ଷେତ୍ରରେ ମଧ୍ୟ ଏହି ସମସ୍ୟା ଦେଖାଯାଏ । ଯେଉଁମାନେ ଲଣ୍ଡା ହେବାକୁ ଅଳ୍ପ ସମୟ ବ୍ୟବଧାନରେ କେଶ କାଟନ୍ତି ସେମାନଙ୍କ କ୍ଷେତ୍ରରେ ଏହା ଦେଖାଯାଏ । ଏହା ସହିତ ଶାମ୍ପୁ, କଣ୍ଡିସନର, ହେୟାର ଜେଲ, ସ୍ପ୍ରେ, ରଙ୍ଗ ଇତ୍ୟାଦି କଠିନ ଏବଂ ରାସାୟନିକ ଭିତ୍ତିକ କେଶ ଯତ୍ନ ଉତ୍ପାଦ ବ୍ୟବହାର କରିବା ଦ୍ବାରା ହେୟାର ଫୋଲିକଲଗୁଡ଼ିକ ବନ୍ଦ ହୋଇଯାଏ ଏବଂ ଏହାଦ୍ବାରା ସଂକ୍ରମଣ ମଧ୍ୟ ବୃଦ୍ଧି ପାଏ ।

Scalp Folliculitisର ପ୍ରକାରଭେଦ

ତ୍ବଚା ଫଲିକୁଲାଇଟିସ ବିଭିନ୍ନ ପ୍ରକାରର ହୋଇପାରେ, କିନ୍ତୁ ଏହା ମୁଖ୍ୟତଃ ଦୁଇଟି ଶ୍ରେଣୀରେ ବିଭକ୍ତ ହୋଇଥାଏ । ସୁପରଫିସିଆଲ(ଅତିରିକ୍ତ) ବା ଗଭୀର । ଅତିରିକ୍ତ ଶ୍ରେଣୀରେ pseudofolliculitis barbae ଓ pseudomonas folliculitis ଜୀବାଣୁ ସଂକ୍ରମଣର କାରଣ ହୋଇଥାଏ । ଗଭୀର ଫୋଲିକୁଲାଇଟିସରେ sycosis barbae ଓ eosinophilic folliculitis ଯୋଗୁଁ ସଂକ୍ରମଣ ହୋଇଥାଏ ।

ନିରାକରଣ

ଏହି ସଂକ୍ରମଣର ନିରାକରଣ ପାଇଁ ସଠିକ ଭାବେ ସଚେତନ ହେବା ଆବଶ୍ୟକ । ଉତ୍ତମଧରଣର ହେୟାର କେୟାର ପ୍ରଡକ୍ଟକୁ ବ୍ୟବହାର କରି କେଶ ଧୋଇବା ଆବଶ୍ୟକ । ସାଲିସିଲିକ ଏସିଡ଼ ଓ କିଟୋକୋନାଜୋଲ ଥିବା ହେୟାର କେୟାର ପ୍ରଡକ୍ଟ ବ୍ୟବହାର କରିବା ଆବଶ୍ୟକ । ଏହି ସଂକ୍ରମଣରୁ ବର୍ତ୍ତିବା ପାଇଁ କିଛି ଜରୁରୀ ଟିପ୍ସ:-

  • ମୁଣ୍ଡକୁ ସଫା ରଖନ୍ତୁ । ଯଦି ଆପଣ ଦୀର୍ଘ ସମୟ ଧରି ହେଲମେଟ ପିନ୍ଧୁଛନ୍ତି, ତେବେ ଝାଳରୁ ରକ୍ଷା ପାଇବା ପାଇଁ ଏହା ତଳେ ଏକ ସୂତା କପଡା ରଖନ୍ତୁ । ଏହି ଉପାୟ ପରେ ଯଦି ବି ଝାଳ ବାହାରେ ତେବେ ଏହା ଆପଣଙ୍କ କେଶର ମୂଳରେ ସଂଗୃହିତ ହେବ ନାହିଁ ଏବଂ ସୂତା କପଡା ଦ୍ବାରା ଶୋଷିତ ହେବ ।
  • ବ୍ୟାୟାମ କିମ୍ବା ଚାଲିବା ସମୟରେ ଯଦି ଆପଣଙ୍କର ବହୁତ ଝାଳ ବାହାରେ ତେବେ ଏକ ସୂତା କପଡାକୁ ସର୍ବଦା ସାଥୀରେ ରଖନ୍ତି । ତ୍ବଚାରେ ଜମା ନହେବା ପାଇଁ ଝାଳକୁ କିଛି ସମୟ ବ୍ୟବଧାନରେ ପୋଛି ନିଅନ୍ତୁ ।
  • କେଶ ଧୋଇବା ପାଇଁ mild herbal shampoo ବ୍ୟବହାର କରନ୍ତୁ । ଗ୍ରୀଷ୍ମ ଋତୁରେ ନିୟମିତ ଭାବରେ ଏହି ଶ୍ୟାମ୍ପୁକୁ ବ୍ୟବହାର କରନ୍ତୁ ।
  • ରାସାୟନିକ ପଦାର୍ଥ ଥିବା ହେୟାର କେୟାର ପ୍ରଡକ୍ଟକୁ ବ୍ୟବହାର କରନ୍ତୁ ନାହିଁ । ଏହାସହ ହେୟାର ଷ୍ଟାଇଲିଂ ପ୍ରଡକ୍ଟକୁ ମଧ୍ୟ ଅତ୍ୟଧିକ ବ୍ୟବହାର କରନ୍ତୁ ନାହିଁ ।
  • ଏହାସହିତ ସୁସ୍ଥକର ଖାଦ୍ୟ ଖାଇବା ମଧ୍ୟ ନିହାତି ଆବଶ୍ୟକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details