ଓଡିଶା

odisha

ETV Bharat / sukhibhava

ଏଣିକି 7 ମିନିଟରେ ହେବ କ୍ୟାନ୍ସର ଚିକିତ୍ସା, ବ୍ରିଟେନରେ ବାହାରିଲା ପ୍ରଥମ ଇଞ୍ଜେକ୍ସନ - କ୍ୟାନ୍ସର ଇଞ୍ଜେକ୍ସନ

କ୍ୟାନ୍ସର ଚିକିତ୍ସା ପାଇଁ ଖୁବ ଶୀଘ୍ର ବଜାରକୁ ଆସିବ ନୂଆ ଇଞ୍ଜେକ୍ସନ । ମାତ୍ର 7 ମିନିଟରେ ହୋଇପାରିବ ଚିକିତ୍ସା । ଅଧିକ ପଢନ୍ତୁ

cancer treatment jab
cancer treatment jab

By ETV Bharat Odisha Team

Published : Sep 1, 2023, 10:34 AM IST

ହାଇଦ୍ରାବାଦ:କର୍କଟ ରୋଗ ଏବଂ ରୋଗୀଙ୍କ ପାଇଁ ଆଶ୍ବସ୍ତିକର ଖବର । ଏଣିକି 7 ମିନିଟରେ ହୋଇପାରିବ କ୍ୟାନ୍ସର ଚିକିତ୍ସା । ପ୍ରଥମ ଥର କରି ବ୍ରିଟେନ ଏଭଳି ଚିକିତ୍ସା ପ୍ରଣାଳୀ ବାହାର କରିଛି । ବ୍ରିଟେନର ସରକାରୀ ସ୍ୱାସ୍ଥ୍ୟ ସେବା (NHS) ହେଉଛି ବିଶ୍ୱର ପ୍ରଥମ ଏଜେନ୍ସି ଯାହା କର୍କଟ ରୋଗୀଙ୍କ ପାଇଁ ଇଞ୍ଜେକ୍ସନ ପ୍ରସ୍ତୁତ କରୁଥିବା ବେଳେ ଖୁବଶୀଘ୍ର ବଜାରକୁ ଆସିବ ବୋଲି ସୂଚନା ମିଳିଛି । ତେବେ ଏହି ଇଞ୍ଜେକ୍ସନ ମାତ୍ର 7 ମିନିଟରେ କ୍ୟାନ୍ସରକୁ ଭଲ କରିପାରିବ । ତେବେ ବିଶେଷଜ୍ଞଙ୍କ କହିବା ଅନୁସାରେ, କ୍ୟାନ୍ସର ଚିକିତ୍ସା ପାଇଁ ଯେତେ ସମୟ ଖର୍ଚ୍ଚ ହେଉଛି ଏହି ଇଞ୍ଜେକ୍ସନ ଚିକିତ୍ସା ପାଇଁ ହେଉଥିବା ସମୟକୁ ତିନି-ଚତୁର୍ଥାଂଶ ହ୍ରାସ କରିପାରିବ।

ଇଞ୍ଜେକ୍ସନ ସାହାଯ୍ୟରେ ହେବ କ୍ୟାନ୍ସର ଚିକିତ୍ସା: ଦିନକୁ ଦିନ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ମହିଳାଙ୍କ ଠାରେ ସ୍ତନ ଏବଂ ଓଭାରି କ୍ୟାନ୍ସରର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ପୁରୁଷଙ୍କ ଠାରେ ପ୍ରୋଷ୍ଟେଟ କର୍କଟ ସଂଖ୍ୟା ଅଧିକ ପରିଲକ୍ଷିତ ହେଉଛି । ତେବେ କ୍ୟାନ୍ସର ଏଭଳି ଏକ ରୋଗ, ଏଥିରୁ ଆରୋଗ୍ୟ ହେବା ସମୟ ସାପେକ୍ଷ । ଯଦିଓ ପ୍ରଥମ ପର୍ଯ୍ୟାୟରେ କର୍କଟ ଚିହ୍ନଟ ହୁଏ ତେବେ ଏହାର ଚିକିତ୍ସା ସମ୍ଭବ । ତେବେ କର୍କଟ ରୋଗର ଚିକିତ୍ସା ପାଇଁ ବୈଜ୍ଞାନିକମାନେ ପ୍ରତିଦିନ କିଛି ନୂଆ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ଏହି ଇଞ୍ଜେକ୍ସନ ଅଧିକ ସହାୟକ ହେବ ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: Cancer Cure Pill: ବୈଜ୍ଞାନିକଙ୍କୁ ବଡ ସଫଳତା, ଏଣିକି ବଟିକାରେ ହେବ କ୍ୟାନ୍ସରର ଚିକିତ୍ସା

କମ ସମୟରେ ହୋଇପାରିବ ଚିକିତ୍ସା: ଏହି ଇଞ୍ଜେକ୍ସନ ବ୍ରିଟିଶ ମେଡିସିନ୍ ଏବଂ ହେଲଥ କେୟାର ପ୍ରଡକ୍ଟ ରେଗୁଲେଟୋରୀ ଏଜେନ୍ସି (MHRA) ଦ୍ୱାରା ଅନୁମୋଦିତ ହୋଇଛି । ଅନୁମୋଦନ ପରେ, NHS ଇଂଲଣ୍ଡ ଅନୁଯାୟୀ, ଇମ୍ୟୁନୋଥେରାପି, ଆଟେଜୋଲିଜୁମାବ ସହିତ ଚିକିତ୍ସିତ ଅନେକ ରୋଗୀଙ୍କୁ ଚର୍ମ ତଳେ ଇଞ୍ଜେକ୍ସନ ଦିଆଯିବ । ଏହା ବ୍ୟତୀତ କର୍କଟ ଚିକିତ୍ସା ପାଇଁ ନିଆଯାଇଥିବା ସମୟ ମଧ୍ୟ ହ୍ରାସ ପାଇବ ।

ଆଟେଜୋଲିଜୁମାବ, ଯାହା ଟେକିଂଟ୍ରିକ ଭାବରେ ମଧ୍ୟ ଜଣାଶୁଣା । ଟେକିଂଟ୍ରିକ ହେଉଛି ଏକ ମୋନୋକ୍ଲୋନଲ ଆଣ୍ଟିବଡି । ଯାହାକି କର୍କଟ ରୋଗୀର ରୋଗ ପ୍ରତିରୋଧକ କ୍ଷମତାକୁ ପ୍ରଭାବିତ କରିଥାଏ । ଏହା ଡ୍ରପ ରୋଗୀର ଶିରା ଦ୍ବାରା ଶରୀର ଭିତରକୁ ପ୍ରବେଶ କରାଯିବ। କିନ୍ତୁ ଯେତେବେଳେ ଶିରା ଦେଖାଯାଏ ନାହିଁ ସେତେବେଳେ ଏହି ଡ୍ରପ ଶରୀରକୁ ଯିବା ପାଇଁ ଅସୁବିଧା ହୋଇଥାଏ । ରୋଗୀମାନଙ୍କୁ ଡ୍ରପ ଦେବା ପାଇଁ 30 ମିନିଟ୍ କିମ୍ବା ଏକ ଘଣ୍ଟା ପର୍ଯ୍ୟନ୍ତ ସମୟ ଲାଗିପାରେ । କିନ୍ତୁ ବର୍ତ୍ତମାନ ବ୍ରିଟେନରେ ପ୍ରସ୍ତୁତ ହେଉଥିବା ଏହି ଇଞ୍ଜେକ୍ସନରେ କେବଳ 7 ମିନିଟରେ ଚିକିତ୍ସା ହୋଇପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details