ହାଇଦ୍ରାବାଦ: ମାସିକ ଋତୁସ୍ରାବ ସମୟରେ ଗୋଡ, ଅଣ୍ଟା ଏବଂ ପେଟ କାଟିବା ସାଧାରଣ କଥା । ସାଧାରଣତଃ ଏହି ଯନ୍ତ୍ରଣା ଋତୁସ୍ରାବର ପ୍ରଥମ ଦୁଇଦିନ ହୋଇଥାଏ । କେତେକ ଯୁବତୀ ବା ମହିଳାଙ୍କ କ୍ଷେତ୍ରରେ ଏହି ଯନ୍ତ୍ରଣା ସାମାନ୍ୟ ହୋଇଥିବା ବେଳେ ଅନ୍ୟ କେତେକଙ୍କ କ୍ଷେତ୍ରରେ ଏହା ଗମ୍ଭୀର ହୋଇଥାଏ । ତେବେ ଏହି ଯନ୍ତ୍ରଣାକୁ ମୁକ୍ତି ପାଇବା ପାଇଁ ଅନେକ ମହିଳା ଔଷଧ ସେବନ କରିଥାଆନ୍ତି ।
ତେବେ ଆପଣ ଜାଣିଛନ୍ତି କି ଏହି ଔଷଧ ଶରୀର ଉପରେ କେଉଁ ପ୍ରକାର ପ୍ରଭାବ ପକାଇପାରେ ? ଜୀବନ ମଧ୍ୟ ନେଇପାରେ ଭୁଲ ଔଷଧ ! ବ୍ରିଟେନରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଋତୁସ୍ରାବ ସମୟରେ ହେଉଥିବା ଯନ୍ତ୍ରଣାକୁ କମ୍ କରିବା ପାଇଁ ଯୁବତୀ ଜଣକ ଗର୍ଭ ନିରୋଧକ ଔଷଧ ଖାଇବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ କୁହାଯାଇଛି । ବିଟ୍ରେନର 16 ବର୍ଷୀୟ ଯୁବତୀଜଣକ ଏହି ଔଷଧ ଖାଇବା ପରେ ଶରୀର ଉପରେ ଏହାର ନକରାତ୍ମକ ପ୍ରଭାବ ପଡିଥିଲା । କିନ୍ତୁ ମହିଳାଜଣକ ସେହି ସମୟରେ ଡାକ୍ତରଙ୍କ ସହ ପରାମର୍ଶ ନକରି ସ୍ଥିତି ଗମ୍ଭୀର ହେବା ପରେ ପରାମର୍ଶ କରିଥିଲେ। ତେବେ ଗର୍ଭନିରୋଧକ ଔଷଧ ଖାଇବା ଯୋଗୁଁ ତାଙ୍କ ଶରୀରରେ ଅନେକ ପରିବର୍ତ୍ତନ ହୋଇଥିବା ଜଣାପଡ଼ିଥିଲା । ଏକ ଅନ୍ତର୍ଜାତୀୟ ମିଡିଆ ରିପୋର୍ଟ ଅନୁସାରେ, ଗର୍ଭନିରୋଧକ ଔଷଧ ସେବନର 3 ସପ୍ତାହ ପରେ ହିଁ ଯୁବତୀଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତ ଯୁବତୀଙ୍କ ନାମ ଲୈଲା ଖାନ ବୋଲି ଜଣାପଡିଛି।
25 ନଭେମ୍ବରରେ ଔଷଧ ସେବନ ଆରମ୍ଭ କରିଥିଲେ ଯୁବତୀ: 16ବର୍ଷୀୟ ଯୁବତୀ ଜଣକ ନଭେମ୍ବର 25 ତାରିଖରୁ ଗର୍ଭନିରୋଧକ ଔଷଧ ସେବନ ଆରମ୍ଭ କରିଥିଲେ। ଏହା ପରେ ପ୍ରଥମେ ଡିସେମ୍ବର 5 ତାରିଖରେ ମୁଣ୍ଡବିନ୍ଧା ହେଉଥିବା ନେଇ ସେ ଅନୁଭବ କରିଥିଲେ। କିନ୍ତୁ ଏହାକୁ ପରିବାର ଲୋକେ ସାଧାରଣ ଭାବେ ନେଇଥିବା ବେଳେ ସପ୍ତାହ ଶେଷରେ ତାଙ୍କୁ ବାନ୍ତି ମଧ୍ୟ ହୋଇଥିଲା। ପରିବାର ଲୋକଙ୍କ କହିବା ଅନୁସାରେ, ପ୍ରତି 30 ମିନିଟରେ ତାଙ୍କୁ ବାନ୍ତି ହେଉଥିଲା। ତାଙ୍କ ଶରୀରରେ ଅସହ୍ୟ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ଅନୁଧ୍ୟାନ କରିବା ପରେ ପେଟରେ ଏକ ପୋକ ରହିଥିବା ନେଇ ଅନୁମାନ କରାଯାଇଥିଲା । ଜୀବନ ପ୍ରତି ବିପଦ ନଥିବା ନେଇ କହିଥିଲେ ଡାକ୍ତର । କିନ୍ତୁ ଔଷଧ ସେବନର 18 ଦିନ ପରେ ଅର୍ଥାତ ଡିସେମ୍ବର 13 ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ ।