ହାଇଦ୍ରାବାଦ:ନାକରେ ହାଡ ବଢୁଥିବା ସମସ୍ୟ ବିଷୟରେ ଆପଣ ଶୁଣିଥିବେ । କିନ୍ତୁ ନାକରେ ହାଡ ବଢିବାର କାରଣ ଏହା ନୁହେଁ ଯେ, ନାକର ଆକାର ବଡ ହୋଇଯାଇଥାଏ । ଘୁଙ୍ଗୁଡି ମାରିବା, ନାକ ଅବରୋଧ ବା ବାରମ୍ବାର ଥଣ୍ଡା ହେବା ଭଳି ସମସ୍ୟା ଅନେକଙ୍କ ଠାରେ ସାଧାରଣ ହୋଇଥାଏ । ତେବେ ଟର୍ବିନେଟ୍ ହାଇପରଟ୍ରୋଫି ଏହାର ଏକ କାରଣ ବୋଲି ବିବେଚନା କରାଯାଏ । ଏହାକୁ ସାଧାରଣ ଭାଷାରେ ନାକରେ ହାଡ ବଢିବା ବୋଲି କୁହାଯାଏ । ଏଥିପାଇଁ ଅନେକ କାରଣ ଦାୟୀ ହୋଇଥାଏ । ଅଧିକାଂଶ ସମୟରେ ଏହା ଆଶିଂକ ବା ଦୀର୍ଘକାଳୀନ ହୋଇପାରେ ।
ଟର୍ବିନେଟ୍ ହାଇପରଟ୍ରୋଫି:ନାକ ହାଡର ବୃଦ୍ଧିର ଏହା ଅର୍ଥ ନୁହେଁ ଯେ ନାକ ହାଡର ଆକାରରେ ପରିବର୍ତ୍ତନ ବରଂ ଏହା ନାକରେ ଥିବା ଟର୍ବବିନେଟରେ ଫୁଲା କାରଣରୁ ହୋଇଥାଏ । ନାକ ଭିତରେ ଥିବା ବାୟୁ ପଥକୁ ଟର୍ବିନେଟ୍ କୁହାଯାଏ । ଯଦି କହିବା ମନୁଷ୍ୟର ନାକରେ 3 କିମ୍ବା 4 ଟର୍ବିନେଟ୍ ରହିଥାଏ । ଯାହା ବାୟୁପଥର ଉପର, ତଳ କିମ୍ବା ମଧ୍ୟ ଭାଗରେ ହୋଇପାରେ। ଯଦି ଏହି ଟର୍ବିନେଟ୍ ଗୁଡିକ ବେଳେବେଳେ କୌଣସି ପ୍ରକାରର ଆଘାତ, ସଂକ୍ରମଣ, ଆଲର୍ଜି କିମ୍ବା କିଛି ରୋଗ କାରଣରୁ ଫୁଲିବା ଆରମ୍ଭ କରନ୍ତି, ତେବେ ସେମାନଙ୍କର ଆକାର ସାଧାରଣ ଅପେକ୍ଷା ଅଧିକ ବୃଦ୍ଧି ହୋଇଥାଏ । ବିଶେଷକରି ଯଦି ନାକର ମଧ୍ୟ କିମ୍ବା ତଳ ଟର୍ବିନେଟରେ ଫୁଲା ବା ବଢିଯାଏ ଏବଂ ଉକ୍ତ ଟର୍ବିନେଟର ଆକାର ପରିବର୍ତ୍ତନ ହେବାକୁ ଲାଗେ । ତେବେ ଏହି ସମସ୍ୟା ନାକର ହାଡ ବୃଦ୍ଧି କିମ୍ବା ଟର୍ବିନେଟ୍ ହାଇପରଟ୍ରୋଫି କୁହାଯାଇଥାଏ ।
ଲକ୍ଷଣ: ଚଣ୍ଡିଗଡ଼ର ନାକ, କାନ ଏବଂ ଗଳା ବିଶେଷଜ୍ଞ ଡାକ୍ତର ସୁଖବୀର ସିଂ କହିଛନ୍ତି ଯେ, ଟର୍ବିନେଟ୍ ହାଇପରଟ୍ରୋଫିରେ ନାକ ଭିତରେ ଅନେକ ପ୍ରକାରର ବାଧା ଏବଂ ସମସ୍ୟା ଉପୁଜିଥାଏ। ସେ ବ୍ୟାଖ୍ୟା କରିଛନ୍ତି ଯେ ଯେତେବେଳେ ଟର୍ବବିନେଟରେ ଫୁଲା ହେତୁ ଶ୍ୱାସକ୍ରିୟା ପଥ ସଂକୀର୍ଣ୍ଣ ହେବାକୁ ଲାଗେ, ସେତେବେଳେ ନିଶ୍ବାସ ପ୍ରଶ୍ବାସରେ ସମସ୍ୟା ହୋଇଥାଏ। ଶୋଇବା ସମୟରେ ଏହି ସମସ୍ୟାର ପ୍ରଭାବ ବିଶେଷ ଭାବରେ ପଡିଥାଏ। ଏହା ବ୍ୟତୀତ, ଟର୍ବିନେଟରେ ଦୀର୍ଘ କିମ୍ବା ଅଧିକ ଫୁଲା ହେତୁ ପୀଡିତା ନାକରେ ଅସ୍ୱାଭାବିକତା କିମ୍ବା ସାଧାରଣ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରିପାରନ୍ତି। ଏହା ଯୋଗୁଁ ସୁଗନ୍ଧ ବାରିବାରେ ଅସୁବିଧା, କ୍ରମାଗତ ମୁଣ୍ଡବିନ୍ଧା କିମ୍ବା ବେଳେବେଳେ ମାଇଗ୍ରେନ, ମୁଣ୍ଡ ଏବଂ ନାକ ଭାରି ଲାଗିବା ଏବଂ ନାକରୁ ସାମାନ୍ୟ ରକ୍ତସ୍ରାବ ଭଳି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
ଏହା ମଧ୍ୟ ପଢନ୍ତୁ: Nose Congestion: ବର୍ଷା ଋତୁରେ ବୃଦ୍ଧି ପାଏ ନାକ ବନ୍ଦ ସମସ୍ୟା, ଆପଣାନ୍ତୁ ଏହି ଉପାୟ
ଡାକ୍ତର ସୁଖବୀର ସିଂହଙ୍କ କହିବା ଅନୁସାରେ, ଟର୍ବିନେଟ୍ ହାଇପରଟ୍ରୋଫି ଦୁଇ ପ୍ରକାର ବୋଲି ବିବେଚନା କରାଯାଏ। କ୍ରନିକ୍ ଏବଂ ନାସାଲ୍ ସାଇକିଲ ଅଟେ। ନାସାଲ ସାଇକିଲ ସମସ୍ୟା ଅସ୍ଥାୟୀ ବୋଲି ବିବେଚନା କରାଯାଏ। ଏଥିରେ, ନାକର ଗୋଟିଏ ପାର୍ଶ୍ୱରେ ଉପସ୍ଥିତ ଥିବା ଟର୍ବିନେଟ୍ ଗୁଡିକ କିଛି ଘଣ୍ଟା ଫୁଲିଯାଏ ଏବଂ ତାପରେ ଆପେଆପେ ଭଲ ହୋଇଯାଇଥାଏ। ବେଳେବେଳେ ଏହି ସମସ୍ୟାରେ, ଗୋଟିଏ ପାର୍ଶ୍ୱରେ ଟର୍ବିନେଟ୍ ଭଲ ହେବା ପରେ ମଧ୍ୟ ଅନ୍ୟ ପଟେ ଟର୍ବିନେଟ୍ ମଧ୍ୟ ଫୁଲି ଯାଇପାରେ। କ୍ରନିକ୍ ସମସ୍ୟାରେ, ଦୀର୍ଘସ୍ଥାୟୀ ସଂକ୍ରମଣ କିମ୍ବା ରୋଗ ହେତୁ ଟର୍ବିନେଟରେ ଫୁଲା ହୋଇଥାଏ। ବେଳେବେଳେ ଟର୍ବିନେଟର ଆକାର ମଧ୍ୟ ବୃଦ୍ଧି ପାଇଥାଏ। ଏପରି ପରିସ୍ଥିତିରେ, ଯଦି ଟର୍ବିନେଟ୍ରେ ଫୁଲା ଦୀର୍ଘ ସମୟ ଧରି ରହିଥାଏ, ତେବେ ଏହା ସାଇନସ୍, ମାଇଗ୍ରେନ୍ କିମ୍ବା ବେଳେବେଳେ ଆନାସମିଆ କିମ୍ବା ପୀଡିତାର ଗନ୍ଧ କରିବାର କ୍ଷମତା ହରାଇବାର ମଧ୍ୟ ସମ୍ଭାବନା ରହିଥାଏ।
ଡାକ୍ତର ସୁଖବୀର ସିଂ ବ୍ୟାଖ୍ୟା କରିଛନ୍ତି ଯେ ଯେତେବେଳେ ନାକ ହାଡ ବଢିଥାଏ, ସେତେବେଳେ ନିଶ୍ବାସ ନେବାରେ ଅସୁବିଧା ହୋଇଥାଏ। ଏହା ସହିତ
- ନାକ ବନ୍ଦ ହୋଇଯିବା
- ସୁଗନ୍ଧ ନଜାଣିପାରିବା
- ମୁହଁରେ ସାମାନ୍ୟ ଯନ୍ତ୍ରଣା
- କପାଳ କିମ୍ବା ମୁଣ୍ଡର ଆଗ ଭାଗରେ ଅତ୍ୟଧିକ ଚାପ ଅନୁଭବ କରିବା