ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ଆରମ୍ଭ ହୋଇଯିବ ପାର୍ବଣର ଋତୁ । ପର୍ବପର୍ବାଣୀ ହେଉଛି ଉତ୍କୃଷ୍ଟ ସମୟ, ଯେଉଁ ସମୟରେ ଆମେ ଜୀବନର ଖୁସିର ସମୟ ବିତାଇଥାଆନ୍ତି । ଏହି ପାର୍ବଣର ସମୟରେ ପ୍ରିୟ ଖାଦ୍ୟକୁ ପ୍ରତ୍ୟାଖ୍ୟାନ କରିବା ମଧ୍ୟ ଅସମ୍ଭବ । ତେବେ ପସନ୍ଦର ଖାଦ୍ୟ ସାଙ୍ଗକୁ ପାର୍ବଣରେ ଆପଣାନ୍ତୁ କେତେକ ଯୋଗ ଅଭ୍ୟାସ(yoga tips), ଯାହା ଆପଣଙ୍କୁ ସୁସ୍ଥ ଏବଂ ସୁନ୍ଦର ରଖିବାରେ ସହାୟକ ହେବ ।
ଜାନୁଶିରାଶନ(Janushirshasana): ଏହା ପଶ୍ଚିମୋତ୍ତ ଆସନ ଏବଂ ବାଦ୍ଧାକୋସନର ପ୍ରାରମ୍ଭିକ ପର୍ଯ୍ୟାୟ । ଏହି ଆସନ ଆପଣଙ୍କ ମେରୁଦଣ୍ଡକୁ ପ୍ରସାରଣ କରିଥାଏ ଏବଂ ଏହାକୁ ସୁସ୍ଥ ରଖିଥାଏ । ଏହା ଆପଣଙ୍କ ପେଟ ଏବଂ ପେଲଭିକ୍ ମାଂସପେଶୀକୁ ମଧ୍ୟ ମଜବୁତ କରିଥାଏ । ଏଥିସହ ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ ଏବଂ ଅନ୍ତନଳୀକୁ ସଫା ରଖିବାରେ ସାହାଯ୍ୟ କରେ ।
ଉସ୍ତ୍ରାସନ(Ustrasana):ଯଦି ଆପଣ ଏକ ସରଳ ବ୍ୟାକବେଣ୍ଡ ଖୋଜୁଛନ୍ତି, ତେବେ ସାଧାରଣତ କ୍ୟାମେଲ ପୋଜ୍ ଭାବରେ ଜଣାଶୁଣା ଉସ୍ତ୍ରାସନ ଟ୍ରାଏ କରନ୍ତୁ । ଏହାର ଅଭ୍ୟାସ ଆପଣଙ୍କ ମେରୁଦଣ୍ଡକୁ ମଜବୁତ କରିବ । ଏହା ଆପଣଙ୍କ ଶରୀରର ଅଗ୍ର ଭାଗକୁ ବିସ୍ତାର କରିଥାଏ ଏବଂ ହଜମ କରିବାରେ ସାହାଯ୍ୟ କରିଥାଏ । ଯଦି ଆପଣ ଗର୍ଭବତୀ ଅଛନ୍ତି, ଆଣ୍ଠୁ କିମ୍ବା ବେକରେ ଆଘାତ ଲାଗିଛି କିମ୍ବା ପିଠିରେ ଯନ୍ତ୍ରଣା ହେଉଛି ତେବେ ଏହି ଆସନ କରନ୍ତୁ ନାହିଁ ।