ହାଇଦ୍ରାବାଦ:ବହୁତ୍ କମ୍ ଲୋକେ ପ୍ରଗାଢ ସ୍ମରଣ ଶକ୍ତି ନେଇ ଜନ୍ମ ହୋଇଥାନ୍ତି। ସ୍ମରଣଶକ୍ତି ଦ୍ବାରା ଜଣକର ପର୍ସାନାଲିଟି ଦ୍ବିଗୁଣିତ ହୋଇଥାଏ । କିନ୍ତୁ କେତେକ କାରଣ ପାଇଁ ଛୋଟ ଛୁଆଙ୍କ କ୍ଷେତ୍ରରେ କମ ସ୍ମରଣ ଶକ୍ତି ରହିଥାଏ । ବେଳେେଳେ ଛୋଟ ଛୁଆଙ୍କୁ କିଛି ପଚାରିଲେ ମୁଁ ଜାଣନି, ମୁଁ ଭୁଲି ଯାଇଛି ଏଭଳି ଉତ୍ତର ଦେଇଥାଆନ୍ତି । ଏହା ଶୁଣି ବାପାମାଆଙ୍କର ମଧ୍ୟ ଚିନ୍ତା ବୃଦ୍ଧି ପାଇଥାଏ । ଯଦି ଆପଣ ମଧ୍ୟ ନିଜ ଛୁଆକୁ ନେଇ ଚିନ୍ତିତ ରହିଛନ୍ତି ତେବେ ଆପଣ ଚାହିଁଲେ ମଧ୍ୟ ଛୁଆର ସ୍ମୃତିଶକ୍ତି ବୃଦ୍ଧି ହୋଇପାରିବ ।
- ପ୍ରତିଦିନ ଛୁଆକୁ ଓମେଗା-3, ଆଣ୍ଟିଅକ୍ସିଡେଣ୍ଟ ଏବଂ ଭିଟାମିନ ଯୁକ୍ତ ଖାଦ୍ୟ ଖାଇବାକୁ ଦିଅନ୍ତୁ । ଏହାସହିତ ପାଚିଲା ଫଳ, ତଟକା ପନିପରିବା, ବାଦାମ ଏବଂ ମାଛକୁ ଖାଦ୍ୟରେ ସାମିଲ କରନ୍ତୁ । ଏକ ବାଲାନ୍ସ ଡାଏଟ୍ ମସ୍ତିଷ୍କକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ଏବଂ ସ୍ମୃତିଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ ।
- ପ୍ରାୟତଃ ଛୋଟ ଛୁଆମାନେ ଶୋଇବା ପାଇଁ ପସନ୍ଦ କରିଥାଆନ୍ତି । ତେବେ ଏକ ରିପୋର୍ଟରୁ ଜଣାପଡିଛି ଯେ, ସ୍ମୃତିଶକ୍ତି ସହିତ ଶୋଇବାର ଏକ ବିଶେଷ ସମ୍ବନ୍ଧ ରହିଛି । ତେବେ ଅଧିକା ସମୟ ଶୋଇବା ବଦଳରେ ତାଙ୍କୁ ବ୍ୟାୟାମ କିମ୍ବା ଖେଳିବା ପାଇଁ ପ୍ରୋତ୍ସାହିତ କରିବା ଉଚିତ । ଏହା ଦ୍ବାରା ବ୍ରେନରେ ରକ୍ତ ସଞ୍ଚାଳନ ଠିକ ଭାବେ ହୋଇପାରିବ ଏବଂ ଛୁଆ ମଧ୍ୟ ଆକ୍ଟିଭ ହେବ ।