ହାଇଦ୍ରାବାଦ:ଆପଣ ଜଣେ ଟି' ବା ଚା' ଲଭର କି ? ଖରା ଦିନେ ବି ଚା ପିଇବାକୁ ମନ ହେଉଛି ? ତାହେଲେ ଥରେ ଆଇସ ଟି' ଟ୍ରାଏ କରନ୍ତୁ ନା... ଗ୍ରୀଷ୍ମଋତୁରେ, ସୂର୍ଯ୍ୟଙ୍କ ଉତ୍ତାପରେ କଲବଲ ଦେଶବାସୀ। ଏହି ସମୟରେ ଅଧିକ ଝାଳ ବାହାରିବା ଦ୍ବାରା ଦେହରୁ ଜଳୀୟଅଂଶର ପରିମାଣ କମିଯାଇଥାଏ । ଏହି ସମୟରେ ସମସ୍ତଙ୍କୁ ଥଣ୍ଡା ଜାତୀୟ ଖାଦ୍ୟ କିମ୍ବା ପାନୀୟ ପସନ୍ଦ ହୋଇଥାଏ । ଆଇସକ୍ରିମ, ଥଣ୍ଡାପାନୀୟ ଏବଂ ଆଇସ ଗୋଲା ଆଡକୁ ମନ ଟାଣିଥାଏ । ଗ୍ରୀଷ୍ମ ଦିନରେ ଶରୀରକୁ ହାଇଡ୍ରେଟ ରଖିବା ପାଇଁ ଥଣ୍ଡାପାନୀୟର ଆବଶ୍ୟକତା ଥାଏ ।
ଅଧିକାଂଶ ଲୋକେ ଟି' ଲଭର ଥାଆନ୍ତି । ଖରା, ବର୍ଷା, ଶୀତ ସବୁ ଋତୁରେ ସେମାନଙ୍କୁ ଚା' ଦରକାର ପଡିଥାଏ । କିନ୍ତୁ ଗ୍ରୀଷ୍ମ ଦିନରେ ଗରମ ଚା' ପିଇବା ଦ୍ବାରା ଶରୀରକୁ ଅନେକ ପ୍ରକାର କ୍ଷତି ହୋଇଥାଏ। ଗ୍ୟାଷ୍ଟିକ, ଫୁଡ୍ ପଏଜନ ଭଳି ସମସ୍ୟା ହୋଇଥାଏ । କିନ୍ତୁ ଆପଣ ଯଦି ଖରାଦିନରେ ଚା' ପିଇବା ପାଇଁ ମନସ୍ଥ କରିଛନ୍ତି ତାହେଲେ ଆଇସ ଟି'କୁ ଆପଣାଇ ପାରିବେ । ଏହି ଚା' ପିଇବା ଦ୍ବାରା ଶରୀରକୁ ଥଣ୍ଡା, ଆରାମ ଏବଂ ପାଟିକୁ ମଧ୍ୟ ସ୍ବାଦିଷ୍ଟ ଲାଗିଥାଏ । ଆଇସ ଟି' ଆମ ଶରୀର ଏବଂ ମାଇଣ୍ଡ୍କୁ ରିଫ୍ରେସ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ । ନିଜର ଫ୍ଲେବର ଅନୁସାରେ କେମିତି ତିଆରି କରିବେ ଆଇସ୍ ଟି' ? ଜାଣନ୍ତୁ...
ବ୍ଲାକବେରୀ ଆଇସ୍ ଟି': ସତେଜ କିମ୍ବା ଫ୍ରିଜ୍ରେ ଷ୍ଟୋର କରି ରଖିଥିବା ବ୍ଲାକବେରୀ ବା ଜାମୁକୋଳିକୁ ବ୍ୟବହାର କରି ମଧ୍ୟ ଆପଣ ଆଇସ୍ ଟି' ତିଆରି କରିପାରିବେ । ଏଥରେ ଗୋଟିଏ ଟେବୁଲ ସ୍ପୁନ ସୁଗାର ସହ ପୋଦିନା ଏବଂ ସୋଢା ମିଶାନ୍ତୁ । ଏହାପରେ ଚା' ସହିତ ମିଶାନ୍ତୁ ଏବଂ ଛାଣିବା ପୂର୍ବରୁ ଏକ ଘଣ୍ଟା ଛିଡା ହୁଅନ୍ତୁ । ଏହାପରେ ଛାଣି ସେଥିରେ ଅଳ୍ପ ପାଣି ଦେଇ ଥଣ୍ଡା କରନ୍ତୁ । ଏହାପରେ ପିଅନ୍ତୁ ବ୍ଲାକବେରୀ ଆଇସ ଟି' । ଏଥିରେ ପ୍ରାକୃତିକ ଆଣ୍ଟି-ଅକ୍ସିଡାଣ୍ଟ ଥାଏ, ଯାହା ଆମ ଶରୀରର ମୋଟାପଣକୁ ଦୂର କରିବାରେ ସହାୟକ ହୋଇଥାଏ । ଏହା ଆମକୁ ସଂକ୍ରମଣ ଭଳି ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ ।
ପୁଦିନା ଆଇସ ଟି: ଚା’କୁ ଅଧିକ ସ୍ବାଦ ସହ ରିଫ୍ରେସ୍ କରିବା ପାଇଁ ପୁଦିନା ମିଶାନ୍ତୁ । ଯଦି ଆପଣଙ୍କ କମ ଫ୍ଲେବର ଯୁକ୍ତ ପୁଦିନା ପସନ୍ଦ କରନ୍ତି ତାହେଲେ 5 ମିନିଟ ପାଇଁ ପାଣିରେ ଭିଜାନ୍ତୁ । ଏହାପରେ ଥଣ୍ଡା ହେବା ପୂର୍ବରୁ ସେଥିରୁ କାଢି ଦିଅନ୍ତୁ । କହିବାକୁ ଗଲେ ପୁଦିନାର ବାସ୍ନା ଏବଂ ସ୍ବାଦ ପ୍ରାୟ ସମସ୍ତଙ୍କୁ ପସନ୍ଦ ଥାଏ । ଆପଣ ଏଥିରେ ସ୍ବାଦ ଅନୁସାରେ ଚିନି ବ୍ୟବହାର କରିପାରିବେ । ଭୋକ, ପେଟ ସମ୍ବନ୍ଧୀୟ ସମସ୍ୟା, ଜ୍ବର ଏବଂ ଯକୃତ କିମ୍ବା ମୂତ୍ର ସମସ୍ୟା ସହିତ ଏହାର ବ୍ୟବହାର ଅନେକ ସମସ୍ୟାରେ ବହୁତ ଲାଭ ଦେଇଥାଏ ।