ହାଇଦ୍ରାବାଦ: ଭଲ ନିଦ ଏକ ସୁସ୍ଥ ଜୀବନଶୈଳୀର ସଜ୍ଞା । ଅର୍ଥାତ୍ ଯେଉଁ ବ୍ୟକ୍ତି ଠିକ୍ ସମୟରେ ଆରାମରେ ଶୁଅନ୍ତି ଏବଂ ଠିକ୍ ସମୟରେ ଶଯ୍ୟାତ୍ୟାଗ କରନ୍ତି ସେ ମାନସିକ ଓ ଶାରୀରିକ ସ୍ତରରେ ସୁସ୍ଥ ବୋଲି ପ୍ରମାଣିତ । ତେଣୁ ସୁସ୍ଥତା ବଜାୟ ରଖିବା ପାଇଁ ନିଦ ନିହାତି ଗୁରୁତ୍ବପୂର୍ଣ୍ଣ । ମାତ୍ର ବର୍ତ୍ତମାନର ପରିବର୍ତ୍ତିତ ଜୀବନଶୈଳୀ ନିଦ୍ରାହୀନତାର ପ୍ରମୁଖ କାରଣ ସାଜିଛି । କେଉଁ ସବୁ କୁଅଭ୍ୟାସ ବଦଳାଇଲେ ଭଲ ନିଦ ହେବ, ଜାଣନ୍ତୁ
ଶୋଇବା ସମୟ ସେଟ୍ କରନ୍ତୁ:ଶୋଇବାର କିଛି ଘଣ୍ଟା ପୂର୍ବରୁ ମସ୍ତିଷ୍କ ନିୟମିତ ଭାବରେ ପ୍ରସ୍ତୁତି ଆରମ୍ଭ କରେ । ଏକ ନିର୍ଦ୍ଦିଷ୍ଟ ଶୋଇବା ଏବଂ ଜାଗ୍ରତ ସମୟ ବାଛନ୍ତୁ, ଯାହା ଆପଣଙ୍କର ନିତ୍ୟକର୍ମ ପାଇଁ ସର୍ବୋତ୍ତମ ସମୟ ହେବ । ପ୍ରତିଦିନ ଏହି ଅଭ୍ୟାସ କରନ୍ତୁ, ଏପରିକି ସପ୍ତାହ ଶେଷରେ ମଧ୍ୟ ଏହାକୁ ପାଳନ କରନ୍ତୁ ।
ଆପଣଙ୍କର ଇଲେକ୍ଟ୍ରୋନିକ୍ ଗ୍ୟାଜେଟଗୁଡିକ ଦୂରରେ ରଖନ୍ତୁ:ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ଯେପରିକି ଲାପଟପ୍, ଟେଲିଭିଜନ, ସ୍ମାର୍ଟଫୋନ୍ ଏବଂ ଟାବଲେଟ୍ରୁ ନିର୍ଗତ ସବୁଜ ଆଲୋକ ନିଦ ପାଇଁ ବାଧକ ସାଜେ । ସୋସିଆଲ୍ ମିଡିଆ ମାଧ୍ୟମରେ ବ୍ରାଉଜିଂ କରିବା ଦ୍ବାରା ମସ୍ତିଷ୍କ ବିଚଳିତ ହୋଇପାରେ । ମସ୍ତିଷ୍କ ଫଳସ୍ୱରୂପ ମେଲାଟୋନିନ୍ ଉତ୍ପାଦନକୁ ଦମନ କରେ । ଏହା ଦ୍ବାରା ନିଦ ହୋଇନଥାଏ । ତେଣୁ, ଶୋଇବା ପୂର୍ବରୁ ବୈଦ୍ୟୁତିକ ଉପକରଣକୁ ଦୂରେଇ ରଖନ୍ତୁ ।
ନାଇଟ୍ ସ୍କିନ୍ କେୟାର:ଯଦି ମେକଅପ୍ ସଫା ନ କରି ଶୋଇବାକୁ ଯାଉଛନ୍ତି, ତେବେ ଏହି ଅଭ୍ୟାସକୁ ତୁରନ୍ତ ତ୍ୟାଗ କରନ୍ତୁ । ମେକଅପ୍ ଲଗାଇ ଶୋଇବା କିମ୍ବା ବିଛଣାକୁ ଯିବା ପୂର୍ବରୁ ପରିଷ୍କାର ପରିଚ୍ଛନ୍ନ ନ ହେବା ନିଦ୍ରା ଭଙ୍ଗର ପ୍ରମୁଖ କାରଣ । ତେଣୁ ରାତ୍ରି ସମୟର ସ୍କିନ୍ କେୟାର ରୁଟିନ୍ ଅନୁସରଣ କରନ୍ତୁ ।