ହାଇଦ୍ରାବାଦ:ବର୍ଷା ଦିନରେ ବୃଦ୍ଧି ପାଏ ମଶା ପ୍ରାଦୁର୍ଭାବ। ବର୍ଷା ଧରତ୍ରୀକୁ ଶୀତଳ କରୁଥିଲେ ହେଁ ସାଙ୍ଗରେ ଅନେକ ରୋଗ ନେଇ ଆସିଥାଏ ବୋଲି ସମସ୍ତେ ଜାଣନ୍ତି। ତେବେ ମ୍ୟାଲେରିଆ ଏବଂ ଡେଙ୍ଗୁ ହେବାର ସମ୍ଭାବନା ମଧ୍ୟ ଅଧିକ ରହିଥାଏ। ତେବେ ମଶାର ପ୍ରାଦୁର୍ଭାବରୁ ବଞ୍ଚିବାକୁ ହେଲେ ଆପାଣାନ୍ତୁ ଏହି ଉପାୟ ଏବଂ ଘରେ ଲଗାନ୍ତୁ ଏହି ଉଦ୍ଭିଦ।
ନିମ୍ବ: ଏଥିରେ ରହିଥିବାଆଣ୍ଟି-ମାଇକ୍ରୋବାୟଲ୍ ଏବଂ ଆଣ୍ଟି-ଫଙ୍ଗଲ୍ ଗୁଣ କେବଳ କୀଟନାଶକ ନୁହେଁ ବରଂ ମଶାମାନଙ୍କୁ ମଧ୍ୟ ଦୂରେଇ ରଖିଥାଏ। ଏହି ଗଛକୁ ଆପଣ ଘରେ ଲଗାଇପାରିବେ। ଘର ପରିସର କିମ୍ବା ଛାତ ଉପରେ ଲଗାଇବା ଠିକ ଅଟେ। ଅଧିକାଂଶ ତିକ୍ତ ଗନ୍ଧ ମଶାକୁ ଘଉଡାଇଥାଏ। ତେବେ ନିମ୍ବର ପତ୍ରକୁ ଶୁଖାଇ ଘରେ ଜାଳିବା ଦ୍ବାରା ଉକ୍ତ ଗନ୍ଧରେ ମଶା ଘରକୁ ପ୍ରବେଶ କରନ୍ତି ନାହିଁ। ତେବେ ସନ୍ଧ୍ୟାରେ 2ରୁ 3ଟି ନିମ୍ବ ପତ୍ରକୁ ପୋଡିବା ଆବଶ୍ୟକ। ଏହାଠାରୁ ଅଧିକ ବ୍ୟବହାର ଶ୍ବାସକ୍ରିୟାରେ ସମସ୍ୟା କରାଇପାରେ।
ଲେମନ ଗ୍ରାସ:ମଶାକୁ ଘଉଡାଇବାରେ ଲେମନ ଗ୍ରାସ ଅଧିକ ଫଳପ୍ରଦୀ। ତେଣୁ ଏଥିରୁ ତେଲ ବାହାର କରି ବ୍ୟବହୃତ କରାଯାଇଥାଏ। ମଶା ଦାଉରୁ ରକ୍ଷା କରିବା ପାଇଁ ବଜାରରରେ ମିଳୁଥିବା ଲୋସନରେ ଏହି ତେଲ ବ୍ୟବହୃତ ହୁଏ। ତେବେ ମଶାଠୁ ବର୍ତ୍ତିବାକୁ ଚାହୁଁଥିଲେ ଏହାକୁ ଘରେ ଲଗାଇପାରିବେ। ଏହି ଗଛକୁ ଅଧିକ ଯତ୍ନ ନେବାକୁ ମଧ୍ୟ ପଡେ ନାହିଁ। ଅନ୍ୟପଟେ ଏଥିରୁ ତେଲ ବାହାର କରି ସେଥରେ ନଡିଆ ତେଲ ମିଶାଇ ହାତ ଏବଂ ପାଦରେ ବ୍ୟବହାର କରିପାରିବେ। ଏହି ତେଲର ସୁଗନ୍ଧରେ ମଶା ଦେହରେ ବସିବ ନାହିଁ।
ଏହା ମଧ୍ୟ ପଢନ୍ତୁ: ଏହି ତେଲରେ ପ୍ରସ୍ତୁତ କରନ୍ତୁ ମଶ୍ଚରାଇଜର: କାମୁଡିବନି ମଶା, ସ୍କିନ କରିବ ଗ୍ଲୋ !
ରୋଜମେରୀ:ଏହି ଗଛକୁ ଘରେ ଲଗାଇବା ଦ୍ବାରା ମଶା ଦାଉକୁ ରକ୍ଷା ପାଇପାରିବେ। ଏହାର ସୁଗନ୍ଧରେ ମଶା ପାଖ ମାଡିପାରନ୍ତି ନାହିଁ।