ହାଇଦ୍ରାବାଦ:ପାଗରେ ପରିବର୍ତ୍ତନ ଯୋଗୁଁ ଅନେକ ପ୍ରକାର ରୋଗ ହେବାର ସମ୍ଭାବନା ରହିଥାଏ । ପାଗରେ ପରିବର୍ତ୍ତନ ଯୋଗୁଁ ମାଶା, ମାଛି, ଅସରପା ଏବଂ ଛୋଟଛୋଟ କୀଟ ପତଙ୍ଗ ଯୋଗୁଁ ରୋଗ ହେବାର ସମ୍ଭାବନା ବୃଦ୍ଧି ପାଇଥାଏ । ସାଧାରଣତଃ ସୂର୍ଯ୍ୟକିରଣ ପଡୁନଥିବା ସ୍ଥାନରେ ଅସରପା ଅଧିକ ଦେଖାଯାଆନ୍ତି । ଗୋଟିଏ ଅସରପା ବା ମଶା ଘରେ ପ୍ରବେଶ କରିବା ଦ୍ବାରା ସେଠାରେ ବଂଶ ବିସ୍ତାର କରିଥାଆନ୍ତି । ଫଳରେ ଏହାର ପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡୁଥିବା ବେଳେ ପିଲାଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ସମସ୍ୟା ଭୋଗିବାର ଆଶଙ୍କା ରହିଥାଏ । ଯଦି ଆପଣ ମଧ୍ୟ ଏହି ସମସ୍ୟା ଦେଇ ଗତି କରୁଛନ୍ତି ତେବେ କୌଣସି ଚିନ୍ତା କରନ୍ତୁ ନାହିଁ । କିଛି ତେଲର ବ୍ୟବହାର କରି ମଧ୍ୟ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।
ନିମ୍ବ ତେଲ:ନିମ୍ବ..ଉତ୍ତମ ସ୍ବାସ୍ଥ୍ୟ ପାଇଁ ନିତ୍ୟାନ୍ତ ଆବଶ୍ୟକ ବୋଲି ସମସ୍ତେ ଜାଣନ୍ତି । ଯଦି ଘରେ ଅଧିକା ମଶା ରହୁଛନ୍ତି ତେବେ ଆପଣ ଏକ ଚାମଚ ନିମ୍ବତେଲ, ଅଧା ଚାମଚ ବେକିଂ ସୋଡାକୁ ଅଧା ଲିଟର ପାଣିରେ ମିଶାନ୍ତୁ । ଏହି ପାଣକୁ ଘରର ଚାରିପଟେ ସ୍ପ୍ରେ କରନ୍ତୁ। ଏହା ଦ୍ବାରା କୀଟପତଙ୍ଗ, ମଶା ଏବଂ ଅସରପା ଘରକୁ ପ୍ରବେଶ କରିପାରିବେ ନାହିଁ। ନିମ୍ବର ବାତ୍ସାରେ ପାଖ ମାଡିବେନି କୀଟ ପତଙ୍ଗ।
ଏହା ମଧ୍ୟ ପଢନ୍ତୁ: ମଶାର ବିନାଶ ଚାହୁଁଛନ୍ତି କି, ଘରେ ଲଗାନ୍ତୁ ଏହି ଉଦ୍ଭିଦ