ଓଡିଶା

odisha

Viral Fever: ଶୀତ ଦିନେ ଥଣ୍ଡା-ଜ୍ବର ଲାଗି ରହୁଛି କି ? ଆପଣାନ୍ତୁ ଏହି ଘରୋଇ ଉପଚାର

By

Published : Jan 23, 2023, 12:06 PM IST

ଶୀତଋତୁରେ ଥଣ୍ଡା-ଜ୍ବର ଲାଗି ରହିବା ସାଧାରଣତଃ ରୋଗ ପ୍ରତିରୋଧକ ଶକ୍ତିର ଅଭାବ କାରଣରୁ ହୋଇଥାଏ । କିପରି ଏହାର ପ୍ରାକୃତିକ ଉପଚାର କରିବେ ଜାଣନ୍ତୁ ।

Etv Bharat
Etv Bharat

ହାଇଦ୍ରାବାଦ: ଆଜିକାଲି ଭାଇରାଲ୍ ଜ୍ୱର ଏକ ସାଧାରଣ ରୋଗ, ଯାହା ଉଭୟ ବୟସ୍କ ଏବଂ ପିଲାମାନଙ୍କୁ ପ୍ରଭାବିତ କରିଥାଏ । ଶୀତଋତୁରେ ଭାଇରାଲ୍ ଜ୍ୱର ପାଇଁ ଏକ ବିପଦ କାରଣ ହେଉଛି ଜଳବାୟୁରେ ପରିବର୍ତ୍ତନ । ଅଧିକାଂଶ ସଂକ୍ରମଣ ବାୟୁ ଦ୍ବାରା ବ୍ୟାପିଥାଏ । ପରିବେଶ ପ୍ରଦୂଷଣ କାରଣରୁ ବାୟୁ ପ୍ରଦୂଷିତ ହେଉଛି । ଫଳରେ ଆମେ ନେଉଥିବା ନିଶ୍ବାସ ମାଧ୍ୟମରେ ବିଭିନ୍ନ ପ୍ରକାର ରୋଗକାରକ ଜୀବାଣୁ-ଭୂତାଣୁ ଆମ ଶରୀର ମଧ୍ୟକୁ ପ୍ରବେଶ କରି ସଂକ୍ରମଣ ସୃଷ୍ଟି କରେ । ଏହି ସଂକ୍ରାମଣ ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ବ୍ୟାପିବାକୁ ଭାଇରାଲ୍ ଫିବର୍ କୁହାଯାଏ ।

ସାଧାରଣ ଥଣ୍ଡା ଏବଂ ସ୍ୱାଇନ୍ ଫ୍ଲୁ ସମେତ ବିଭିନ୍ନ ଭାଇରାଲ୍ ରୋଗରେ ଲୋକେ ପୀଡିତ ହୋଇଥାନ୍ତି । ଅନେକ ଭାଇରାଲ୍ ସଂକ୍ରମଣର ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ସାମାନ୍ୟ ଜ୍ୱର କିମ୍ବା ନିମ୍ନ ଗ୍ରେଡ୍ ଜ୍ୱର । ଏଥିପାଇଁ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ, ମୃଦୁ ଭାଇରାଲ୍ ଜ୍ୱରକୁ ଘରେ ଏକ ସନ୍ତୁଳିତ ଖାଦ୍ୟ ସହିତ ଭଲ ଭାବରେ ଚିକିତ୍ସା କରାଯାଇପାରିବ, ଯେଉଁଥିରେ ଅନେକ ଆରାମଦାୟକ ଖାଦ୍ୟ, ପ୍ରଚୁର ପାନୀୟ ଏବଂ ଉପଯୁକ୍ତ ବିଶ୍ରାମ ଅନ୍ତର୍ଭୁକ୍ତ ।

ଏହା ବ୍ୟତୀତ, ପ୍ରକୃତି ମାଆ ଆମକୁ ବିଭିନ୍ନ ପ୍ରକାରର ଔଷଧ ପ୍ରଦାନ କରିଛନ୍ତି, ଯାହା ଭାଇରାଲ୍ ଜ୍ୱରର ଚିକିତ୍ସା ପାଇଁ ଏକ ଚମତ୍କାର ପ୍ରାକୃତିକ ଉପଚାର ଭାବରେ କାର୍ଯ୍ୟ କରିଥାଏ । ନିମ୍ନ ଗ୍ରେଡ୍ ଭାଇରାଲ୍ ଫିଭର୍‌ର ଚିକିତ୍ସା ପାଇଁ ନିମ୍ନରେ କେତେକ ପ୍ରାକୃତିକ ଉପଚାର ବାବଦରେ ବର୍ଣ୍ଣନା କରାଯାଇଛି...

ମହୁ ଓ ଅଦା ଚା'

ମହୁ ଓ ଅଦା ଚା': ଯନ୍ତ୍ରଣାରୁ ମୁକ୍ତି ଦେବା ଏବଂ ଭାଇରାଲ୍ ଜ୍ୱରର ଲକ୍ଷଣକୁ ହ୍ରାସ କରିବା ପାଇଁ ଅଦା ବେଶ୍ ଉପକାରୀ । କାରଣ ଅଦାରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ, ଆଣ୍ଟିଅକ୍ସିଡାଣ୍ଟ ଏବଂ ଆନାଲେଜିକ୍ ରହିଛି । ମହୁରେ ଶକ୍ତିଶାଳୀ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ କାଶକୁ ଚିକିତ୍ସା କରିବାରେ ଏବଂ ସଂକ୍ରମଣର ଗମ୍ଭୀରତାକୁ ହ୍ରାସ କରିବାରେ ସାହାଯ୍ୟ କରେ । ତେଣୁ ଭାଇରାଲ୍ ଜ୍ୱରରୁ ମୁକ୍ତି ପାଇଁ ଏକ ଚାମଚ ଅଦାରସକୁ ଏକ ଚାମଚ ମହୁରେ ମିଶାଇ ସେବନ କରନ୍ତୁ । ଏହା ଭାଇରାଲ୍ ଭିବର୍ ଦୂର କରିବାରେ ବେଶ୍ ସହାୟକ ହେବ ।

ଗୋଲମରିଚ

ଗୋଲମରିଚ:- ଏହା ଶ୍ବାସକ୍ରିୟା ଜନିତ ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ, କାରଣ ଏଥିରେ ଶକ୍ତିଶାଳୀ ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିବାୟୋଟିକ୍ ଗୁଣ ରହିଛି । ଗୋଲମରିଚ ମଧ୍ୟ ପ୍ରତିରକ୍ଷା ପ୍ରଣାଳୀକୁ ଦୃଢ କରି ସଂକ୍ରମଣ ରୋକିବାରେ ସହାୟକ ହୁଏ । ଏଥିରେ ଭିଟାମିନ୍ ସି ଅଧିକ ଥାଏ ।

ଜୁଆଣି

ଜୁଆଣି: ଆୟୁର୍ବେଦିକ ଔଷଧରେ ଜୁଆଣି ଏକ ପ୍ରମୁଖ ଭୂମିକା ଗ୍ରହଣ କରେ । ଏଥିରେ ଥାଇମୋଲ ପରି ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ବୌଶିଷ୍ଟ୍ୟ ଥାଏ, ଯାହା ଥଣ୍ଡା ଏବଂ ଅନ୍ୟାନ୍ୟ ଶ୍ବାସକ୍ରିୟା ସଂକ୍ରମଣର ଲକ୍ଷଣକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଜୁଆଣିରେ ମଧ୍ୟ ଅଧିକ ପରିମାଣର ଫାଇବର, ଭିଟାମିନ୍ ଏବଂ ମିନେରାଲ୍ସ ଥାଏ ।

ପାନମହୂରୀ

ପାନମହୁରୀ: ଭାରତୀୟ ରୋଷେଇରେ ଏହା ଏକ ସାଧାରଣ ମସଲା ଏବଂ ଏହା ବିଭିନ୍ନ ଜୀବାଣୁ ବିରୁଦ୍ଧରେ ପ୍ରଭାବଶାଳୀ । ଶ୍ୱାସକ୍ରିୟା ସଂକ୍ରମଣ ଏବଂ ଦୀର୍ଘ ସମୟ ଧରି ଜ୍ୱର ସୃଷ୍ଟି କରୁଥିବା ଜୀବାଣି ବିରୁଦ୍ଧରେ ଲଢିଥାଏ ପାନମହୂରୀ । ଏଥିରେ ଟ୍ରାନ୍ସ-ଆନାଥୋଲ୍ ନାମକ ଏକ ପଦାର୍ଥର ଉପସ୍ଥିତି କାରଣରୁ ଏହା ଶକ୍ତିଶାଳୀ ଆଣ୍ଟିଭାଇରାଲ୍ ଗୁଣ ଧାରଣ କରିଥାଏ । ଏହା ସହିତ, ପାନମହୂରୀ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିପାରେ, ଫଳରେ ରୋଗ ସଂକ୍ରମଣ ଆଶଙ୍କା ମଧ୍ୟ ହ୍ରାସ ପାଇଥାଏ ।

ତୁଳସୀ ଚା

ତୁଳସୀ ଚା: ତୁଲସୀ ପତ୍ରର ଶକ୍ତିଶାଳୀ ଆଣ୍ଟିବ୍ୟାକ୍ଟେରିଆଲ୍, ଜର୍ମାଇସିଡାଲ୍, ଆଣ୍ଟିବାୟୋଟିକ୍ ଏବଂ ଫଙ୍ଗିସାଇଡ୍ ଗୁଣଗୁଡିକ ଭାଇରାଲ୍ ଜ୍ୱରର ଲକ୍ଷଣ ଏବଂ ସଂକ୍ରମଣକୁ ହ୍ରାସ କରିବାରେ ସାହାଯ୍ୟ କରେ । ଯଦି ଜ୍ୱର, ମୁଣ୍ଡବିନ୍ଧା, ଥଣ୍ଡା, କାଶ, ଫ୍ଲୁ କିମ୍ବା ଗଳା ଯନ୍ତ୍ରଣା ହେଉଛି, ତୁଳସୀ ପାଣି ପିଅନ୍ତୁ କିମ୍ବା ଆରାମ ପାଇବା ପାଇଁ କିଛି କଞ୍ଚା ତୁଳସୀ ପତ୍ର ମଧ୍ୟ ଖାଇପାରିବେ । ଏହା ବେଶ୍ ଲାଭଦାୟକ । ତୁଳସୀ ପତ୍ରରୋଗ ପ୍ରତିରୋଧକ ଶକ୍ତି ଦୃଢ କରିବାରେ ବେଶ୍ ଲାଭପ୍ରଦ । ତୁଳସୀ ଚା' ପିଇବା ଦ୍ବାରା ମଧ୍ୟ ଚିନ୍ତାରୁ ମୁକ୍ତି ମିଳିଥାଏ । ମୁଣ୍ଡ ବଥା ବା ଯନ୍ତ୍ରଣା ହ୍ରାସପାଏ ।

Disclaimer:ଉପରସ୍ଥ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ଖାଦ୍ୟ ଔଷଧ ଏବଂ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଗ୍ରହଣ କରିବା ପୂର୍ବରୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସହ ପରାମର୍ଶ ନିଅନ୍ତୁ ।

ABOUT THE AUTHOR

...view details