ଓଡିଶା

odisha

By ETV Bharat Odisha Team

Published : Aug 25, 2023, 4:06 PM IST

ETV Bharat / sukhibhava

Sugar Side Effects: ଅଧିକ ମିଠା ଖାଇବା ଦ୍ବାରା ଶରୀର ଉପରେ ପଡେ ଏହି ପ୍ରଭାବ, ହୋଇପାରେ ମାରାତ୍ମକ ରୋଗ

ଅଧିକ ମିଠା ଖାଇବା ଦ୍ବାରା ଶରୀର ଉପରେ ପଡେ କୁପ୍ରଭାବ । ହୋଇପାରେ ଏହି ରୋଗ । ଅଧିକ ପଢନ୍ତୁ

Sugar Side Effects
Sugar Side Effects

ହାଇଦ୍ରାବାଦ:ଅନେକ ଖାଦ୍ୟ ପଦାର୍ଥ ରହିଛି ଯାହା ଦ୍ବାରା ଆମ ଶରୀର ଉପରେ କୁପ୍ରଭାବ ପଡିଥାଏ । ଉତ୍ତମ ସ୍ବାସ୍ଥ୍ୟ ବଜାୟ ରଖିବାକୁ ହେଲେ ଚିନିର ମାତ୍ରା କମ କରିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥାଆନ୍ତି । ଅଧିକ ଚିନି କିମ୍ବା ମିଠା ଜିନିଷ ଖାଇବା ଦ୍ୱାରା ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବାର ସମ୍ଭାବନା ଅଧିକ ରହିଥାଏ । ଶର୍କରା ଜିନିଷର ଅତ୍ୟଧିକ ବ୍ୟବହାର ହେତୁ ମଧୁମେହ ହେବାର ଆଶଙ୍କା ସର୍ବାଧିକ ବୋଲି ସମସ୍ତେ ଜାଣନ୍ତି । କିନ୍ତୁ ଆପଣ ଜାଣନ୍ତି କି ଅଧିକ ମିଠା ଖାଇବା ଦ୍ବାରା ମିଠା ବଦଳରେ ଅନେକ ମାରାତ୍ମକ ରୋଗର ସମ୍ଭାବନା ମଧ୍ୟ ରହିଥାଏ । ଏହା ଦ୍ବାରା ଶରୀର ଉପରେ କୁପ୍ରଭାବ ପଡିଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଯେଉଁ ଖାଦ୍ୟ ପଦାର୍ଥରେ କାର୍ବୋହାଇଡ୍ରେଟର ମାତ୍ରା ଅଧିକ ରହିଥାଏ ସେଥିରେ ଶର୍କରା ମଧ୍ୟ ଅଧିକ ରହିଥାଏ । କିନ୍ତୁ ପ୍ରାକୃତିକ ଦ୍ରବ୍ୟରେ ମିଳୁଥିବା ଶର୍କରା ଯେପରିକି ଫଳ ଏବଂ ପନିପରିବା, ଶସ୍ୟ ଏବଂ ଦୁଗ୍ଧ ଶରୀର ପାଇଁ କ୍ଷତିକାରକ ବୋଲି ବିବେଚନା କରାଯାଏ ନାହିଁ । ତେବେ ଜାଣନ୍ତୁ ଅତ୍ୟଧିକ ଶର୍କରା ଖାଇବା ଦ୍ବାରା ଶରୀର ଉପରେ କେଉଁ ପ୍ରଭାବ ପଡିଥାଏ ।

ଏକ ରିପୋର୍ଟ ଅନୁସାରେ, ଅଧିକ ଚିନି ଖାଇବା କାରଣରୁ ଶରୀରରେ ମଧୁମେହ ଠାରୁ ଆରମ୍ଭ କରି ମେଦବହୁଳତା ପର୍ଯ୍ୟନ୍ତ ରୋଗ ହୋଇଥାଏ। ମେଦବହୁଳତାର ସମସ୍ୟା ହେତୁ ଅନ୍ୟାନ୍ୟ ଗମ୍ଭୀର ରୋଗ ଯଥା ହୃଦଘାତ, ଆର୍ଥ୍ରାଇଟିସ୍ ଏବଂ ହଜମ ଜନିତ ସମସ୍ୟା ସହିତ ଜଡିତ ରୋଗ ହେବାର ସମ୍ଭାବନା ରହିଥାଏ । ଏଥିରୁ ପ୍ରମାଣିତ ଯେ, ଅତ୍ୟଧିକ ମିଠା କିମ୍ବା ଚିନି ଖାଇବା ଦ୍ବାରା ଶରୀର ଉପରେ କୁପ୍ରଭାବ ପଡ଼ିଥାଏ ।

ଏହା ମଧ୍ୟ ପଢନ୍ତୁ: ଗୋଟିଏ ମାସ ଚିନି ନଖାଇଲେ ଶରୀର ଉପରେ କଣ ରହିବ ପ୍ରଭାବ, ଏମିତି କହିଲେ ଏକ୍ସପର୍ଟ

ଟାଇପ-2 ଡାଇବେଟିସ ଆଶଙ୍କା:ଅଧିକ ଚିନି କିମ୍ବା ମିଠା ଜିନିଷ ଖାଇବା ଦ୍ୱାରା ଶରୀରରେ ଶର୍କରା ସ୍ତର ବୃଦ୍ଧି ହୋଇଥାଏ । ରକ୍ତରେ କିଛି ସମୟ ଧରି ଶର୍କରା ସ୍ତର ବୃଦ୍ଧି ପାଇବା କାରଣରୁ ଟାଇପ୍-୨ ମଧୁମେହ ହେବାର ଆଶଙ୍କା ଅଧିକ ରହିଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଯେତେବେଳେ ଜଣେ ଶରୀରର ଆବଶ୍ୟକତାଠାରୁ ଅଧିକ କ୍ୟାଲୋରୀ ଖାଆନ୍ତି, ସେତେବେଳେ ଓଜନ ବୃଦ୍ଧି ପାଇଥାଏ । ଏହାପରେ ମଧୁମେହର ଆଶଙ୍କା ବୃଦ୍ଧି ପାଇଥାଏ । ଶର୍କରା ଯୁକ୍ତ ଖାଦ୍ୟ ଏବଂ ପାନୀୟରେ ଅଧିକ କ୍ୟାଲୋରୀ ରହିଥାଏ ।

ହୃଦୟ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ: ଅନୁସନ୍ଧାନକାରୀମାନେ ରିପୋର୍ଟ କରିଛନ୍ତି ଯେ, ଅଧିକ ଶର୍କରା ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ହୃଦଘାତ ସହିତ ମୃତ୍ୟୁର ଆଶଙ୍କା ବୃଦ୍ଧି ପାଇଥାଏ । କରାଯାଇଥିବା ଅନୁସନ୍ଧାରେ ଯେଉଁ ଅଂଶଗ୍ରହଣକାରୀଙ୍କ ଖାଦ୍ୟରୁ ଶର୍କରା 17ରୁ 21 ପ୍ରତିଶତ କ୍ୟାଲୋରୀ ମିଳିଥିଲା ସେମାନଙ୍କର ହୃଦଘାତରେ ମୃତ୍ୟୁ ହେବାର ଆଶଙ୍କା ଅଧିକ ରହିଥିଲା । କମ ଶର୍କରା ଖାଇଥିବା ଲୋକଙ୍କ ତୁଳନାରେ ଶର୍କରା ଖାଉଥିବା ଲୋକଙ୍କୁ ହୃଦଘାତରେ ମୃତ୍ୟୁ ହେବାର ଆଶଙ୍କା 38 ପ୍ରତିଶତ ଅଧିକ ରହିଥିଲା ।

ମେଦବହୁଳତା: କୁହାଯାଏ ମୋଟାପା ଅନେକ ରୋଗର କାରଣ । ମେଦବହୁଳତା ଯୋଗୁଁ ଶରୀରରେ ଅନେକ ପ୍ରକାର ରୋଗ ହୋଇଥାଏ । ଯେଉଁମାନେ ପ୍ରତ୍ୟେକ ଦିନ ଚିନି ବା ଶର୍କରା ଯୁକ୍ତ ଖାଦ୍ୟ ଖାଇଥାଆନ୍ତି ସେମାନଙ୍କଠାରେ ମେଦବହୁଳତା ହେବାର ସମ୍ଭାବନା ଅଧିକ ରହିଥାଏ । କାରଣ ଅଧିକ ମାତ୍ରାରେ ଶର୍କରା ସେବନ ଶରୀରରେ କ୍ୟାଲୋରୀର ମାତ୍ରା ବୃଦ୍ଧି କରିଥାଏ । ଫଳରେ ଶରୀରରେ ଚର୍ବି ବୃଦ୍ଧି ପାଇଥାଏ । ଯାହାକି ଅନେକ ରୋଗର କାରଣ ଅଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details