ହାଇଦ୍ରାବାଦ: ଅନ୍ତର୍ଜାତୀୟ ଚୁମ୍ବନ ଦିବସ ପ୍ରତ୍ୟେକ ବର୍ଷ 6 ଜୁଲାଇରେ ପାଳନ କରାଯାଏ । ଏହି ଦିନ ପ୍ରଥମେ ଆମେରିକାରେ ପାଳନ କରାଯାଇଥିଲା । 2000 ମସିହା ପରେ ଏହା ବିଶ୍ବବ୍ୟାପୀ ପାଳନ କରାଯାଇଥିଲା । ଅନେକେ ବିଶ୍ବାସ କରନ୍ତି ଯେ, ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଏହି ଦିନଟି ପାଳନ ହେବାକୁ ଲାଗିଲା । ସାମାଜିକ ଔପଚାରିକତାଠାରୁ ଆରମ୍ଭ କରି ଚୁମ୍ବନ ପଛରେ ଅନେକ ତତ୍ତ୍ବ ରହିଛି । ଶତାବ୍ଦୀ ଧରି ପ୍ରେମର ଗଭୀରତାକୁ ପ୍ରକାଶ କରିବା ପାଇଁ ଚୁମ୍ବନ ଦିଆଯାଇଥାଏ। ପିଲାମାନଙ୍କର ଆଲିଙ୍ଗନ ଏବଂ ବୟସ୍କମାନଙ୍କ ଚୁମ୍ବନ ସବୁ ପ୍ରେମର ପ୍ରତୀକ ଏବଂ ଏହି ପ୍ରେମର ଅନେକ ଲାଭ ଅଛି ।
ଅନ୍ତର୍ଜାତୀୟ ଚୁମ୍ବନ ଦିବସ କିପରି ପାଳନ କରିବେ?
ଅନ୍ତର୍ଜାତୀୟ କିସ୍ ଦିବସ ପାଳନ କରିବାକୁ ଆପଣଙ୍କର ସାଙ୍ଗ, ପରିବାର ଏବଂ ପ୍ରିୟଜନଙ୍କୁ ଏକତ୍ର କରନ୍ତୁ ଏବଂ ସେମାନଙ୍କ ସହିତ ଏକ ମିଠା ଚୁମ୍ବନ ବାଣ୍ଟନ୍ତୁ । କେବଳ ଯେ ପ୍ରେମି ଯୁଗଳ ହିଁ ଚୁମ୍ବନ ଦେଇଥାଆନ୍ତି, ଏହା ଭାବିବା ଭୁଲ ଅଟେ । ପରିବାର ପରିଜନଙ୍କୁ ମଧ୍ୟ କିସ ବା ଚୁମ୍ବନ ଦିଆଯାଇଥାଏ ।
କାହିଁକି ଚୁମ୍ବନ ସମସ୍ତେ ପସନ୍ଦ କରିଥାଆନ୍ତି:
ଚୁମ୍ବନ ଏକ ସର୍ବଭାରତୀୟ ଭାଷା:ଯଦି ଆପଣ ଇଂରାଜୀ, ଚାଇନିଜ୍ କିମ୍ବା ସ୍ପାନିଶ୍ କୁହନ୍ତି ତେବେ ଏଥିରେ କିଛି ଫରକ ପଡ଼ିବ ନାହିଁ । ଚୁମ୍ବନ ଏକ ଏପରି ଏକ ଭାଷା ଯାହାକୁ ସାରା ବିଶ୍ୱରେ ଲୋକମାନେ ବୁଝିପାରିବେ ଏବଂ ଉତ୍ସାହିତ କରିପାରିବେ । ସ୍ନେହ ଏବଂ ପ୍ରେମ ଦେଖାଇବାର ଏହା ଏକ ମାଧ୍ୟମ କହିଲେ ଚଳେ । ପରିବାର, ବନ୍ଧୁ କିମ୍ବା ପ୍ରେମୀ ହୁଅନ୍ତୁ ସମସ୍ତଙ୍କୁ କିସ ବା ଚୁମ୍ବନ ଦେଇ ପ୍ରେମକୁ ପରିପ୍ରକାଶ କରିପାରିବେ ।