ହାଇଦ୍ରାବାଦ:ମାନସିକ ସ୍ବାସ୍ଥ୍ୟ ହିଁ ଶାରୀରିକ ସୁସ୍ଥତା ବଜାୟ ରଖିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଶରୀରର ପ୍ରତିଟି କାର୍ଯ୍ୟ ମସ୍ତିଷ୍କ ଉପରେ ହିଁ ନିର୍ଭର କରେ । ତେଣୁ ମସ୍ତିଷ୍କ ସୁସ୍ଥ ରହିବା ନିହାତି ଆବଶ୍ୟକ । ମାତ୍ର ଭାରତୀୟମାନଙ୍କ ଷ୍ଟ୍ରୋକ୍(ମସ୍ତିଷ୍କାଘାତ) ଆଶଙ୍କା ଅଧିକ । ଏମ୍ସ ସ୍ନାୟୁବିଜ୍ଞାନୀ ପଦ୍ମଶ୍ରୀ ଏମଭି ପଦ୍ମ ଶ୍ରୀବାସ୍ତବଙ୍କ ତଥ୍ୟ ଚିନ୍ତାରେ ପକାଇଛି । ସେ କହିଛନ୍ତି ଯେ, ଭାରତରେ ପ୍ରତି 4 ମିନିଟରେ ଜଣେ ଷ୍ଟ୍ରୋକ୍ରେ ପ୍ରାଣ ହରାଉଛନ୍ତି । ତେବେ ଆଜିର ଏହି ଆର୍ଟିକିଲରେ ମସ୍ତିଷ୍କକୁ କିପରି ସୁସ୍ଥ ରଖିବେ, ଜାଣନ୍ତୁ...
ସୂର୍ଯ୍ୟ କିରଣରେ ବସନ୍ତୁ:-2013ରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାଯାଇଛି ଯେ, ସକାଳର ସୂର୍ଯ୍ୟକିରଣରେ ମାତ୍ର 2 ମିନିଟ୍ ବସିବା ଫଳରେ ମସ୍ତିଷ୍କକୁ ସତର୍କ ଏବଂ ଧ୍ୟାନ କୈନ୍ଦ୍ରିକ ହୋଇଥାଏ । ସୂର୍ଯ୍ୟକିରଣ ମଧ୍ୟ ଶୀଘ୍ର ନିଦ ଆସିବାରେ ଏବଂ ଭଲ ନିଦରେ ମଧ୍ୟ ସହାୟକ ହୋଇଥାଏ । ଆଉ ଭଲ ନିଦ ମସ୍ତିଷ୍କ କାର୍ଯ୍ୟ ପରିଚାଳନାକୁ ପ୍ରୋତ୍ସାହିତ କରିଥାଏ ।
ବିଶୋଧିତ ଚିନିକୁ ନା କୁହନ୍ତୁ:- ସର୍ବଦା ବିଶୋଧିତ ଚିନିକୁ ଏକ ସୁସ୍ଥ ଚିନି ବା ମିଠାକୁ ପରିବର୍ତ୍ତନ କରନ୍ତୁ । ଅର୍ଥାତ୍ ଚିନି ଅଭ୍ୟାସ ଥିଲେ ଏହାକୁ ଦୂର କରି ମହୁ କିମ୍ବା ଗୁଡ ସେବନ କରନ୍ତୁ । ଏଥିସହ ପ୍ରୋଟିନ ଗ୍ରହଣକୁ ମଧ୍ୟ ବଢାଇପାରିଲେ ମିଠା ପ୍ରତି ଥିବା ଲୋଭ ଯଥେଷ୍ଟ ହ୍ରାସ ପାଇପାରିବ ।
ଏହା ମଧ୍ୟ ପଢନ୍ତୁ:-ପ୍ରତି 4 ମିନିଟରେ ଜଣଙ୍କ ଜୀବନ ନେଉଛି ଷ୍ଟ୍ରୋକ୍: AIIMS ସ୍ନାୟୁବିଜ୍ଞାନୀ
ଶୋଇବା ପଦ୍ଧତିକୁ ଅପ୍ଟିମାଇଜ୍ କରନ୍ତୁ:- ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଶୋଇବା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଏହାର ଅଭାବ କିମ୍ବା ଆମ ଶକ୍ତି ଏବଂ ପ୍ରେରଣା ସ୍ତରରୁ ପ୍ରଭାବିତ କରେ । ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର ଅନୁଯାୟୀ, 60 ବର୍ଷ ବୟସ୍କ ବ୍ୟକ୍ତି ରାତିରେ ଅତି କମରେ 7ରୁ 9 ଘଣ୍ଟା ଶୋଇବା ଜରୁରୀ । ଉପଯୁକ୍ତ ଶୋଇବା ପାଇଁ, ରାତି 12ଟା ପରେ କ୍ୟାଫିନ୍ଠାରୁ ଦୂରେଇ ରୁହନ୍ତୁ ।
ନିୟମିତ ବ୍ୟାୟାମ କରନ୍ତୁ:-2006ରେ ହୋଇଥିବା ଅଧ୍ୟୟନ ଅନୁଯାୟୀ, ଦୈନିକ 10 ମିନିଟର ଏରୋବିକ୍ ବ୍ୟାୟାମ ମନୋବଳରେ ଉନ୍ନତି ଆଣିପାରେ । କିଛି ଶାରୀରିକ କାର୍ଯ୍ୟକଳାପ ପରେ ସତେଜ ଲାଗିଥାଏ, ଏହା କାର୍ଯ୍ୟ ଉପରେ ଧ୍ୟାନ ଦେବା ପାଇଁ ସର୍ବୋତ୍ତମ । ତେଣୁ ପ୍ରାତଃ ଭ୍ରମଣ, ଫିଟନେସ୍ କ୍ଲାସ୍ କିମ୍ବା ଘରେ ଶାରୀରିକ ବ୍ୟାୟାମ ଜାରି ରଖନ୍ତୁ ।
ଖୁସିରେ ରୁହନ୍ତୁ:- ଭଲ ଅନୁଭବ କରିବା ପାଇଁ କିମ୍ବା ଖୁସି ହେବା ପାଇଁ ଏକ ବିରାଟ ପରିବର୍ତ୍ତନର ଆବଶ୍ୟକତା ରହିଛି, ଏପରି ଭାବନାକୁ ବାଏ କୁହନ୍ତୁ । ଅର୍ଥାତ୍ ଛୋଟଛୋଟ ଜିନିଷରେ ମଧ୍ୟ ଖୁସି ହେବାକୁ ଚେଷ୍ଟା କରନ୍ତୁ । ଏଥିପାଇଁ ପ୍ରିୟର ଖାଦ୍ୟ ଖାଇପାରିବେ, ପ୍ରିୟଜନଙ୍କ ସହ ସମୟ ଅତିବାହିତ କରିବେ, ଭଲ ପୁସ୍ତକ ପଢିବେ । ସର୍ବୋପରି ଚିନ୍ତାରେ ପକାଉଥିବା କିମ୍ବା କଷ୍ଟ ଦେଉଥିବା ଜିନିଷକୁ ଯଥା ସମ୍ଭବ ଭୁଲିବାକୁ ଚେଷ୍ଟା କରିବେ । ଏହିସବୁ କାର୍ଯ୍ୟ ମସ୍ତିଷ୍କକୁ ସୁସ୍ଥ ରଖିବାରେ ସହାୟକ ହୋଇପାରିବ ।
Disclaimer:ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।