ହାଇଦ୍ରାବାଦ: ମୁଣ୍ଡବିନ୍ଧା ଭଳି ଦାନ୍ତବିନ୍ଧା ଭାରି ପୀଡାଦାୟକ । ଦାନ୍ତରେ ଯନ୍ତ୍ରଣା ସାଧାରଣ ହୋଇଥିଲେ ମଧ୍ୟ ଏହା ବେଳେବେଳେ ଜଟିଳ ସମସ୍ୟା ସୃଷ୍ଟି କରିଥାଏ । ଦାନ୍ତ କ୍ଷୟ, ଦାନ୍ତରେ ପୋକ ଲାଗିବା ଏବଂ ଦାନ୍ତ ମାଢି ଫୁଲିବା ଦ୍ବାରା ଏହାର ଆଖପାଖ ଟିସୁ ମଧ୍ୟ ପ୍ରଭାବିତ ହୋଇଥାଏ । ଫଳରେ ସମଗ୍ର ଶରୀର ଏକ ପ୍ରକାର ରୋଗାଗ୍ରସ୍ତ ହୋଇଯାଏ କହିଲେ କିଛି ଭୁଲ୍ ହେବନି । କାରଣ ଦାନ୍ତବିନ୍ଧା ସମୟରେ ଖାଦ୍ୟ ଗ୍ରହଣ କଷ୍ଟକର ହୋଇଯାଏ, ଫଳରେ ଏହାର ପ୍ରଭାବ ସିଧାସଳଖ ସ୍ବାସ୍ଥ୍ୟ ଉପରେ ପଡିଥାଏ । ବିଶେଷ କରି ଶୀତଦିନରେ ହିଁ ଏହି ସମସ୍ୟା ଅଧିକ ଦେଖାଯାଏ । ତେଣୁ ଶୀତଦିନେ କିପରି ଦାନ୍ତର ଯତ୍ନ ନେବେ(Teeth Care Tips), ଜାଣନ୍ତୁ...
କାରଣ:ଦାନ୍ତରେ ଲାଗିଥିବା ଖାଦ୍ୟାଂଶରୁ ଜୀବାଣୁଦ୍ୱାରା ଏସିଡ୍ ନିର୍ଗତ ହୋଇ କଠିନ ତନ୍ତୁରେ ତିଆରି ଦାନ୍ତର ଏନାମେଲ୍, ଡେଣ୍ଟିନ୍ ଓ ସେମେଣ୍ଟମ୍କୁ ନଷ୍ଟ କରିଦିଏ । ଦାନ୍ତରେ ଲବଣ ପ୍ରସ୍ତୁତିଠାରୁ ଲବଣ କ୍ଷୟ ପରିମାଣ ଅଧିକ ହେଲେ ଦନ୍ତ କ୍ଷୟ ହୁଏ । କୌଣସି ରୋଗରେ ପାଟିରେ ନିସୃତ ଲାଳ ପରିମାଣ କମିଗଲେ ଏହି ରୋଗ ହୁଏ ଯେପରିକି ଡାଏବେଟିସ୍ ମାଲିଟସ୍, ଜୋଗ୍ରେନ ସିଣ୍ଡ୍ରୋମ୍ ଓ କେତେକ ଔଷଧ ସେବନ । ଲାଳ କମେଇବା ଔଷଧଗୁଡ଼ିକ ମଧ୍ୟରେ ଆଣ୍ଟିହିସ୍ଟାମିନ ଓ ଆଣ୍ଟିଡିପ୍ରେସାଣ୍ଟ ମୁଖ୍ୟ । ଅଭାବ ହେଲେ ଓ ମାଢ଼ି କମିଯାଇ ଦାନ୍ତ ମୂଳ ଅନାବରଣ ହେଲେ ଦନ୍ତ କ୍ଷୟ ଅଧିକ ହୁଏ ।