ଓଡିଶା

odisha

ETV Bharat / sukhibhava

ଖାଦ୍ୟ ଶୀଘ୍ର ହଜମ ହେଉନି କି? ଏହି ଘରୋଇ ଉପଚାର ଦ୍ବାରା ବୃଦ୍ଧି ପାଇବ ହଜମ ଶକ୍ତି - ହଜମ ଶକ୍ତି ହ୍ରାସର କାରଣ

ଖାଦ୍ୟ ଶୀଘ୍ର ହଜମ ହେଉନି କି? ହଜମ ପ୍ରକ୍ରିୟାକୁ ନେଇ ଚିନ୍ତିତ ଅଛନ୍ତି କି? ତେବେ ଜାଣନ୍ତୁ ଘରୋଇ ଉପଚାର ଦ୍ବାରା କିଭଳି ବୃଦ୍ଧି ପାଇବ ହଜମ ଶକ୍ତି

reduce digestive problems
reduce digestive problems

By ETV Bharat Odisha Team

Published : Sep 12, 2023, 4:48 PM IST

ହାଇଦ୍ରାବାଦ:ଆଜିର ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁଁ ଅନେକ ଲୋକ ରୋଗର ଶିକାର ହୋଇଥାଆନ୍ତି। ଅସ୍ବାସ୍ଥ୍ୟକର ଖାଦ୍ୟ ଯୋଗୁଁ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡେ। ପୂର୍ବରୁ ଜଣେ 80 ବର୍ଷୀୟ ବୃଦ୍ଧଙ୍କର ହମଜ ଶକ୍ତି ଯେଉଁଭଳି ରହିଥିଲା ବର୍ତ୍ତମାନ ତାହା 30 ବର୍ଷରେ ହିଁ ଦେଖାଯାଉଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଏହା କେତେକ କ୍ଷେତ୍ରରେ ହଜମ ଜନିତ ସମସ୍ୟା ସୃଷ୍ଟି କରିଥାଏ। ତେଲିଆ ଖାଦ୍ୟ, ପ୍ରକ୍ରିୟାକୃତ ଖାଦ୍ୟ, ଉଚ୍ଚ ଚର୍ବିଯୁକ୍ତ ଖାଦ୍ୟ ଇତ୍ୟାଦି ଶୀଘ୍ର ହଜମ ହୁଏ ନାହିଁ ଫଳରେ ଗ୍ୟାଷ୍ଟ୍ରିକ୍ ସମସ୍ୟା ସୃଷ୍ଟି କରେ। ତେବେ କିଛି ଘରୋଇ ଉପଚାର ଦ୍ବାରା ହଜମ ପ୍ରକ୍ରିୟାରେ ଉନ୍ନତି କରାଯାଇପାରିବ ବୋଲି ସ୍ବାସ୍ଥ୍ୟବିଶେଷଜ୍ଞ କହିଛନ୍ତି।

ହଜମ ଶକ୍ତି ବୃଦ୍ଧି ପାଇଁ ରାମବାଣ ଜିରା:

⚛ଯଦି ଏସିଡିଟି ସମସ୍ୟା ଦେଇ ଗତି କରୁଛନ୍ତି ତେବେ କିଛି ଚୋବାଇ ଖାଇବା ଦ୍ବାରା ଏହି ସମସ୍ୟାରୁ ମୁକ୍ତି ମିଳିପାରିବ ବୋଲି କୁହାଯାଇଛି।

⚛ 150 ମିଲିଲିଟର ପାଣିରେ ଏକ ଚାମଚ ଜିରାକୁ ରାତିସାରା ଭିଜାନ୍ତୁ। ଏହାପରେ ସକାଳେ ଖାଲିପେଟରେ ଜିରାକୁ ଚୋବାଇବା ସହିତ ସେହି ପାଣିକୁ ପିଅନ୍ତୁ। ଏଭଳି ଏକ ମାସ କରିବା ଦ୍ବାରା ହଜମ ସମସ୍ୟା ଦୂର ହୋଇଥାଏ।

⚛ ଅଧାଲିଟର ପାଣି ନେଇ ସେଥିରେ ଦୁଇ ଚାମଚ ଜିରା ପକାଇ ଭଲ ଭାବେ ଫୁଟାନ୍ତୁ। ପାଣି ଫୁଟି ଫିଟି ଅଧା ହେବା ପର୍ଯ୍ୟନ୍ତ ଚୁଲାରେ ବସାନ୍ତୁ। ଏହାପରେ ପାଣିକୁ ଥଣ୍ଡା କରି ଛାଣି ଦିଅନ୍ତି। ପ୍ରତିଦିନ ଏହି ପାଣି ପିଇବା ଦ୍ବାରା ହଜମ ପ୍ରକ୍ରିୟାରେ ଉନ୍ନତି ହୋଇପାରିବ। ଗ୍ୟାଷ୍ଟ୍ରିକ ସମସ୍ୟା ମଧ୍ୟ ରହିବ ନାହିଁ। ଓଜନ ବୃଦ୍ଧିକୁ ମଧେୟ ରୋକାଯାଇପାରିବ।

⚛ ତେବେ ଜିରା ସହିତ ଆଜଓ୍ବାଇନ ମିଶାଇ ଖାଇବା ଦ୍ବାରା ଭଲ ଫଳ ମିଳିଥାଏ। କିନ୍ତୁ ଆଜଓ୍ବାଇନ ବା ଜୁଆଣିର ମାତ୍ରା କମ ରଖିବା ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ଗୋଟିଏ ଚାମଚ ଜିରାରେ ଏକ ଚତୁର୍ଥାଂଶ ଜୁଆଣି ମିଶାଇ ପିଅନ୍ତୁ।

ଏହା ମଧ୍ୟ ପଢନ୍ତୁ:

ପୁଦନା ଏବଂ ତୁଳସୀ:

  • ପ୍ରଥମେ କିଛି ପୁଦିନା ଏବଂ ତୁଳସୀ ପତ୍ରକୁ ନେଇ ଭଲ ଭାବେ ଧୋଇ ଦିଅନ୍ତୁ। ଏହା ପରେ ପାଣିରେ ପକାଇ ଫୁଟାନ୍ତୁ। ପାଣି ଅଧା ହୋଇଗଲେ ଗ୍ୟାସକୁ ବନ୍ଦ କରିଦିଅନ୍ତୁ। ଏହାପରେ ଉକ୍ତ ପାଣିକୁ ଉଷୁମ ଅବସ୍ଥାରେ ପିଇପାରିବେ।

* ଏହା ସର୍ବଦା ପିଇବା ଦ୍ବାରା କେବଳ ହଜମ ଶକ୍ତିରେ ଉନ୍ନତି ଆସିନଥାଏ ବରଂ ଏହାସହିତ ରୋଗପ୍ରତିରୋଧକ ଶକ୍ତି ଏବଂ ତ୍ବଚା ଉଜ୍ବଳ ହେବାରେ ସାହାଯ୍ୟ କରିଥାଏ।

ହିଙ୍ଗୁ:

*ପ୍ରତିଦିନ ଏକ ଗ୍ଲାସ ପାଣିରେ ଏକ ଚତୁର୍ଥାଂଶ ହିଙ୍ଗୁ ମିଶାଇ ପିଇବା ଦ୍ବାରା ହଜମ ପ୍ରକ୍ରିୟାରେ ଉନ୍ନତି ଆସିଥାଏ।

ଅଦା ରସ:ପୂର୍ବରୁ ଅଦାରସକୁ ଅନେକ ରୋଗର ଔଷଧ ଭାବେ ବ୍ୟବହାର କରାଯାଉଥିଲା। ତେବେ ଏକ ଛୋଟ ଅଦା ଖଣ୍ଡକୁ ବାଟି ଏକ ଗ୍ଲାସ ପାଣିରେ ମିଶାନ୍ତୁ। ଏହାପରେ ଚୁଲାରେ ବସାନ୍ତୁ। ଏହାପରେ ଉଷୁମ ଅବସ୍ଥାରେ ପିଅନ୍ତୁ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details