ହାଇଦ୍ରାବାଦ:ଭ୍ରମଣ କରିବାର ଇଚ୍ଛା, ନୂଆ ନୂଆ ଜିନିଷ ଜାଣିବା ପ୍ରାୟ ଅଧିକାଂଶ ଲୋକେ ଆଶା କରନ୍ତି । ଭ୍ରମଣ ଯେ କେବଳ ଆମକୁ କର୍ମକ୍ଷେତ୍ରରୁ ବିରତି ଦିଏନାହିଁ, ବରଂ ଆତ୍ମବିଶ୍ବାସ ବୃଦ୍ଧି କରିବା ସହ ମନକୁ ପ୍ରସନ୍ନ ରଖେ । ଭ୍ରମଣ କରିବା ପରେ ମନ ଓ ଆତ୍ମାରେ ଏକ ଅଦ୍ଭୁତ ସନ୍ତୋଷ ଭରିଯାଏ । ଭ୍ରମଣ ସମୟରେ ବହୁତ ବାଟ ଯାତ୍ରା କରିବା, ଭାରି ଲଗେଜ୍ ବୋହିବା ସହ ଖାଦ୍ୟ ପଦାର୍ଥରେ ଅବହେଳା ଦେଖାଯାଏ । ଯାହାକି ପ୍ରତ୍ୟକ୍ଷ ହେଉ କି ପରୋକ୍ଷରେ ଆମ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ହେଲେ ଏବେ ସମୟ ଆସିଛି ସୁସ୍ଥ ଜୀବନଶୈଳୀ ଜିଇଁବାର ।
ଅନେକ ଭ୍ରମଣ କରି ଆସିବା ପରେ ଥକ୍କା ଅନୁଭବ କରନ୍ତି । ଏଣୁ ଭ୍ରମଣ ପରେ ମଧ୍ୟ ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା (Nourish your Body after a Long Trip) ଉଚିତ । ଏଠାରେ ଆପଣଙ୍କ ପାଇଁ କିଛି ସ୍ବାସ୍ଥ୍ୟ ଉପଯୋଗୀ ଟିପ୍ସ ମିଳିବ, ଯାହାକି ଆପଣଙ୍କୁ ଭ୍ରମଣ ପରେ ସୁସ୍ଥ ରଖିବା ସହ ଆନନ୍ଦିତ ମୁହୂର୍ତ୍ତକୁ ସାଇତି ରଖିବାରେ ସାହାଯ୍ୟ କରିବ ।
ପ୍ରଚୁର ପାଣି ପିଅନ୍ତୁ:-
କୁହାଯାଏ ବିଶୁଦ୍ଧ ପାନୀୟ ଜଳଠାରୁ ଭଲ ଔଷଧ ନାହିଁ । ଭ୍ରମଣ ବେଳେ ସମ୍ମୁଖୀନ ହେଉଥିବା ଡିହାଇଡ୍ରେସନ୍ ଏକ ସାଧାରଣ ସମସ୍ୟା । ପ୍ରଚୁର ପାଣି ପିଇବା ଦ୍ବାରା ଏହା ଆପଣଙ୍କ ଶରୀରକୁ ସୁସ୍ଥ ଏବଂ ସକ୍ରିୟ ରଖିବାରେ ସାହାଯ୍ୟ କରିବ । ଭ୍ରମଣ କରିବା ଦ୍ବାରା ଆମର ଓଜନ ହ୍ରାସ ହୋଇଥାଏ । ଫଳରେ ଆମେ ଥକ୍କା ଅନୁଭବ କରୁ । ଏଭଳି ସ୍ଥିତିରେ ଜଳ ଆପଣଙ୍କୁ ସାହାଯ୍ୟ କରିବ । ପାଣି, ଫଳ ଏବଂ ପନିପରିବା ମଧ୍ୟ ଆପଣଙ୍କ ଶରୀରରେ H2O ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରିବ ।
ଯଥେଷ୍ଟ ବିଶ୍ରାମ ନିଅନ୍ତୁ:-
ଏକ ସୁସ୍ଥ ଜୀବନଶୈଳୀ ପାଇଁ ପର୍ଯ୍ୟାପ୍ତ ନିଦ ପାଇବା ଗୁରୁତ୍ବପୂର୍ଣ୍ଣ । ଭ୍ରମଣ ଆପଣଙ୍କ ସାଧାରଣ ଶୋଇବା କାର୍ଯ୍ୟସୂଚୀକୁ ପ୍ରଭାବିତ କରିଥାଏ । ଯାହା ଆପଣଙ୍କ ଶରୀରକୁ ପ୍ରଭାବିତ କରେ । ଯେତେବେଳେ ଆପଣ ଶୋଇଥାନ୍ତି ସେତେବେଳେ ଆପଣଙ୍କ ମସ୍ତିଷ୍କ ସୁସ୍ଥ ରହିଥାଏ । ପର୍ଯ୍ୟାପ୍ତ ପରିମାଣରେ ଶୋଇବା ପରେ ଆପଣ ଭଲ ଅନୁଭବ କରିବା ସହ ଏବଂ ଆପଣଙ୍କ ମନୋବଳ ଦୃଢ ହୋଇଥାଏ ।
ସୁଷମ ଖାଦ୍ୟ ଖାଆନ୍ତୁ:-
ଭ୍ରମଣ ସମୟରେ ଆମେ ସାଧାରଣତଃ ବାହାର ଖାଦ୍ୟ ସହ କୋଲ୍ଡଡ୍ରିଙ୍କ୍ସ ମଧ୍ୟ ପିଇଥାଉ । ଏପରି କରି ଆମେ ଅର୍ଥ ବଦଳରେ କ୍ୟାଲୋରୀ କିଣିତାଉ । ତେବେ ଭ୍ରମଣ ପରେ ନିଜ ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବା ଲାଗି ସୁଷମ ଓ ପୁଷ୍ଟିଯୁକ୍ତ ଖାଦ୍ୟ ଖାଆନ୍ତୁ । ଏଠାରେ କିଛି ଟିପ୍ସ ରହିଛି ଯାହାକୁ ଆପଣ ନିଜ ଡାଏଟ ପ୍ଲାନରେ ଅନ୍ତର୍ଭୁକ୍ତ କରିପାରିବେ ।
ଫାଇବରଯୁକ୍ତ ଖାଦ୍ୟ ଖାଆନ୍ତୁ:-ଭ୍ରମଣ ପରେ କୋଷ୍ଠକାଠିନ୍ୟ ସମସ୍ୟା ବେଳେ ବେଳେ ଦେଖିବାକୁ ମିଳେ । ଏଥିରୁ ମୁକ୍ତି ଏବଂ ସୁସ୍ଥ ଓଜନ ବଜାୟ ରଖିବାରେ ଡାଏଟାରୀ ଫାଇବର ସାହାଯ୍ୟ କରେ । ଏଥିଲାଗି ଓଟସ୍, ମଟର, ବିନ୍ସ, ଆପଲ୍, ସାଇଟ୍ରସ୍ ଫଳ, ଗାଜର, ସବୁଜ ବାଇଗଣ ଏବଂ ଆଳୁ ହେଉଛି କିଛି ଫାଇବର ଯୁକ୍ତ ଖାଦ୍ୟ ଯାହାକୁ ଆପଣ ନିଜ ଖାଦ୍ୟରେ ଯୋଗ କରିପାରିବେ ।
- ଚିନି ଖାଆନ୍ତୁ ନାହିଁ:- ଚିନି ଖାଇବା ଦ୍ବାରା ଏହା ଆପଣଙ୍କ ମେଦ ବହୁଳତା, ଡାଇବେଟିସ, ହୃଦ ଜନିତ ସମସ୍ୟା ଓ ଅନ୍ୟ କ୍ରୋନିକ ରୋଗ ହେବାର ସମ୍ଭାବନା ରହିଥାଏ । ମିଠା ମୃଦୁ ପାନୀୟ ଓ ଚିନିରେ ପ୍ରସ୍ତୁତ ସ୍ନାକ ନ ଖାଇବା ଦ୍ବାରା ଏହା ଆପଣଙ୍କୁ ସୁସ୍ଥ ରଖିଥାଏ । ଚିନି ବଦଳରେ ଆପଣ ମହୁ ମଧ୍ୟ ବ୍ୟବହାର କରିପାରିବେ ।
- ପନିପରିବା ଖାଆନ୍ତୁ:- ପନିପରିବା ପୋଷକତତ୍ତ୍ବରେ ପରିପୂର୍ଣ୍ଣ ରହିଥାଏ । ଏଥିରେ ପୋଟାସିୟମ, ଫାଇବର, ଫ୍ଲୋରେଟ ଓ ଭିଟାମିନ ଏ, ଇ ରହିଥାଏ । ଯାହାକି ଆପଣଙ୍କ ଶରୀରରେ ଥିବା ଟକ୍ସିକ୍ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରେ ।
- ଘର ତିଆରି ଖାଦ୍ୟ ଖାଆନ୍ତୁ:- ଭ୍ରମଣ ପରେ ରେସ୍ତୋରାଁରେ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ ନାହିଁ । ଯଥାସମ୍ଭବ ଘରେ ତିଆରି ହୋଇଥିବା ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ । ଘର ତିଆରି ଖାଦ୍ୟ ଖାଇବା ଦ୍ବାରା ନା ଯେ କେବଳ ଆପଣଙ୍କ ପଇସା ବଞ୍ଚିବ ବରଂ ଆପଣ ସୁସ୍ଥ ମଧ୍ୟ ରହିବେ ।
- ସଠିକ ସମୟରେ ଖାଆନ୍ତୁ:- ନିୟମିତ ସମୟରେ ଖାଦ୍ୟ ନ ଖାଇବା ଦ୍ବାରା ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ । ଏହା ମେଟାବୋଲିଜିମ, ବ୍ଲଡ ସୁଗାର ଲେଭଲ ଓ ଭୋକକୁ ମଧ୍ୟ ପ୍ରଭାବିତ କରେ । ଏଥିଲାଗି ସଠିକ ସମୟରେ ଖାଆନ୍ତୁ ।