ହାଇଦ୍ରାବାଦ:ସବୁ ଋତୁ ମଧ୍ୟରୁ ବର୍ଷା ଋତୁରେ ଅଘଧିକ ଶାନ୍ତି ମିଳିଥାଏ। ଏହି ଋତୁରେ ବାହାରକୁ ବୁଲି ଯିବା ପାଇଁଭଲ ଲାଗିଥାଏ। ଏହି ଋତୁରେ ପାଗ ଅଧିକ ଥଣ୍ଡା କିମ୍ବା ଗରମ ରହିନଥାଏ। ତେଣୁ ଏହି ଋତୁରେ ବାହାରକୁ ବୁଲି ଯିବା ପାଇଁ ସମସ୍ତେ ପସନ୍ଦ କରିଥାଆନ୍ତି। ଅନ୍ୟପଟେ ଏହି ଋତୁରେ ବର୍ଷା ଲାଗି ରହିବା ଯୋଗୁଁ ଅନେକ ସମସ୍ୟା ହେବାର ସମ୍ଭାବନା ଅଧିକ ରହିଥାଏ। ଫଳରେ ସ୍ବାସ୍ଥ୍ୟ ବିଗିଡିବାର ସମ୍ଭାବନା ମଧ୍ୟ ରହିଥାଏ। ତେଣୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହି ଋତୁରେ ଆଉଟିଂରେ ଯିବା ସମୟରେ କିଛି ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି କୁହାଯାଇଛି।
କେତେବେଳେ ବର୍ଷା ହେବ?:ବାହାରକୁ ଯିବା ପୂର୍ବରୁ ସେଠାକାର ପାଣିପାଗ ବିଷୟରେ ଅବଗତ ରହିବା ଆବଶ୍ୟକ। ଦେଶର ପ୍ରାୟ ଅନେକ ସ୍ଥାନରେ ବର୍ଷା ଲାଗି ରହିଥାଏ। ଉତ୍ତରାଖଣ୍ଡ ଏବଂ ହିମାଚଳପ୍ରଦେଶରେ ଭୁସ୍ଖଳନ ହେବାର ସମ୍ଭାବନା ମଧ୍ୟ ଅଧିକ ରହିଥାଏ। ଫଳରେ ଏଭଳି ସ୍ଥାନକୁ ଯିବା ପୂର୍ବରୁ ସେଠାକାର ସ୍ଥିତି ବିଷୟରେ ଅବଗତ ରହିବା ଆବଶ୍ୟକ। ଯାହା ଦ୍ବାରା କୌଣସି ସମସ୍ୟା ହେବାର ସମ୍ଭବନା ମଧ୍ୟ ରହିବ ନାହିଁ।
ପୋଷାକର ଯତ୍ନ:ବର୍ଷା ଋତୁରେ ବାୟୁମଣ୍ଡଳର ଆଦ୍ରତା ଅଧିକ ରହିଥାଏ। ତେଣୁ ଏହି ଋତୁରେ ବାୟୁମଣ୍ଡଳର ଆଦ୍ରତା ଅନୁସାରେ ପୋଷାକ ପରିଧାନ କରିବା ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ଯେଉଁ ପୋଷାକ ଶୀଘ୍ର ଶୁଖିପାରିବ ସେଭଳି ପୋଷାକ ପରିଧାନ କରିବା ଆବଶ୍ୟକ। ଛତା, ରେଇନକୋର୍ଟ ଏବଂ ଓ୍ବାଟରପ୍ରୁଫ ଜାକେଟ ସାଙ୍ଗରେ ନେବା ଆବଶ୍ୟକ। ଏଥିପ୍ରତି ଧ୍ୟାନ ଦେଲେ ବର୍ଷା ଋତୁରେ ଆଉଟିଂରେ ଗଲେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ। ଏହାସହ ଓ୍ବାଟରପ୍ରୁଫ ଜୋତା ମଧ୍ୟ ପରିଧାନ କରନ୍ତୁ।