ହାଇଦ୍ରାବାଦ:ଆଜିକାଲିର ଛୁଆ ପାଠ ପଢିବା ଠାରୁ ଖେଳିବା ପାଇଁ ଅଧିକ ପସନ୍ଦ କରିଥାଆନ୍ତି । ଅନ୍ୟପଟେ କର୍ମଜୀବୀ ପିତାମାତାଙ୍କ ପାଖରେ ଛୁଆଙ୍କ ପାଇଁ ସମୟ ନଥାଏ । ଯଦି ଦେଖିବା, ଛୋଟ ଛୁଆମାନେ ସ୍କୁଲରୁ ଆସି ଖେଳିବାକୁ ଯିବାପରେ ଆଉ ହୋମଓ୍ବାର୍କ କରିବା ପାଇଁ ମନ ବଳାନ୍ତି ନାହିଁ । ଯାହାକୁ ନେଇ ପିତାମାତା ଅଧିକ ଚିନ୍ତିତ ରହିଥାଆନ୍ତି । ତେବେ ଏକ୍ସପର୍ଟଙ୍କ କରିହା ଅନୁସାରେ ପ୍ରତିଦିନ ଏହି ଟିପ୍ସ ଆପଣାଇବା ଦ୍ବାରା ଛୋଟ ଛୁଆମାନେ ପାଠପଢା ପ୍ରତି ମନ ବଳାଇବେ ।
କିଛି ଛୁଆ ଛୋଟ ବେଳୁ ବୁଦ୍ଧିଆ ଥାଆନ୍ତି । ସେମାନେ ଅନ୍ୟ କାହାର ସାହାଯ୍ୟ ବିନା ନିଜର ହୋମଓ୍ବାର୍କ କରିଥାଆନ୍ତି । ଅନ୍ୟ କିଛି ଛୁଆ ବହି ଖୋଲିବାକୁ ମଧ୍ୟ ପସନ୍ଦ କରନ୍ତି ନାହିଁ । ଯାହାକି ପିତାମାତାଙ୍କର ମୁଣ୍ଡବ୍ୟଥାର କାରଣ ହୋଇଥାଏ । ଘରେ ହୋମଓ୍ବାର୍କ ଏବଂ ପାଠ ପଢିବା ଦ୍ବାରା ମାର୍କ ଅଧିକ ଆସିଥାଏ । ଏହାସହ ଶିଶୁର ଜ୍ଞାନ ମଧ୍ୟ ବଢିଥାଏ ।
* ଛୁଆ ମନା କରୁଥିଲେ ହେଁ ଦିନକୁ କିଛି ସମୟ ପାଠ ପଢିବା ପାଇଁ କହିବା ଆବଶ୍ୟକ । ଏହାଦ୍ବାରା ଛୁଆର ଏକାଗ୍ରତା ବୃଦ୍ଧି ପାଇବ । ଏହାସହ ମସ୍ତିଷ୍କ ଆହୁରି ଭାବିବା ପାଇଁ ଉତ୍ସାହିତ କରିବ । ଅଧିକ ଭାଷା ବୁଝିବା ପାଇଁ ମନରେ ଆଗ୍ରହ ମଧ୍ୟ ବଢିବ ।
ଏହା ମଧ୍ୟ ପଢନ୍ତୁ: Job Interview Tips: ଇଣ୍ଟରଭ୍ୟୁକୁ ଯିବା ପୂର୍ବରୁ ମନରେ ଭୟ ରହୁଛି କି ? ଏହି ଟିପ୍ସ ଆପଣାଇଲେ ବଢିବ ମନୋବଳ
* ପିଲାମାନେ ଅଧ୍ୟୟନ ପାଇଁ ଘରେ ଏକ ଉପଯୁକ୍ତ ପରିବେଶ ସୃଷ୍ଟି କରାଯିବା ଉଚିତ । ହୋମୱାର୍କ କରିବା ପାଇଁ କୋଠରୀରେ ଏକ ଟେବୁଲ୍ ଏବଂ ବହି ରଖିବା ପାଇଁ ଥାକ ରଖିବା ଆବଶ୍ୟକ । ସେମାନଙ୍କର ପ୍ରିୟ ଖେଳନା, କାହାଣୀ ପୁସ୍ତକ, ଏବଂ ପାଠ୍ୟ ପୁସ୍ତକ ଏଥିରେ ରଖନ୍ତୁ । ଦିନକୁ କେତେ ସମୟ ପାଠ ପଢିବ ଏବଂ କେତେ ସମୟରେ ଖେଳ ପାଇଁ ସମୟ ଦେବ ସେ ବିଷୟରେ ମଧ୍ୟ ଆଗରୁ ଏକ ଟାଇମ ଟେବୁଲ ତିଆରି କରନ୍ତୁ । ଦିନରେ ଛୁଆଙ୍କୁ କିଛି କାହାଣୀ ପଢିବା ପାଇଁ ଦିଅନ୍ତୁ । ଏହାପରେ ଉକ୍ତ କାହାଣୀକୁ ସାଙ୍ଗକୁ କହିବା ପାଇଁ ପରାମର୍ଶ ଦିଅନ୍ତୁ । ଏହାଦ୍ବାରା ସେମାନଙ୍କ କହିବା ଶୈଳୀରେ ଉନ୍ନତି ହେବ ।
* ପ୍ରତ୍ୟେକ ଦିନ ଛୁଆଙ୍କର ପଢିବା ସମୟ ଆଗରୁ ସ୍ଥିର କରିବା ଆବଶ୍ୟକ । ଏହାଦ୍ବାରା ଛୁଆମାନଙ୍କୁ ପାଠପଢା ପ୍ରତି ଆଗ୍ରହ ବଢିବ । ଏହା ବ୍ୟତୀତ ଯଦି ଛୁଆର ବୟସ କମ ହୋଇଥାଏ ତାହେଲେ ଉଚ୍ଚ ସ୍ବରରେ ପାଠ ପଢିବା ପାଇଁ କହିବା ଆବଶ୍ୟକ । ଯଦି ପ୍ରତ୍ୟେକ ଦିନ ବିଜ୍ଞାନ ଏବଂ ଗଣିତକୁ ନେଇ କଥା ହେବେ ତାହାଲେ ଛୁଆଙ୍କର ଉକ୍ତ ବିଷୟକୁ ପଢିବା ପ୍ରତି ମଧ୍ୟ ରୁଚି ବଢିବ । ପ୍ରତ୍ୟେକ ଦିନ ପାଠ ପଢିବା ଦ୍ବାରା ସ୍ମରଣ ଶକ୍ତି ବୃଦ୍ଧି ପାଇବ । ବିଶେଷଜ୍ଞଙ୍କ କହିବା ଅନୁସାରେ ପାଠ ପଢୁଆ ଛୁଆ ଶାନ୍ତ ସ୍ବଭାବର ହୋଇଥାଆନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ