ହାଇଦ୍ରାବାଦ: ଦୀର୍ଘବର୍ଷ ଧରି ସୋରିଷ ତେଲ କେଶର ଯତ୍ନ ପାଇଁ ବ୍ୟବହୃତ ହୋଇ ଆସୁଛି । ମାତ୍ର ବର୍ତ୍ତମାନ ସମୟରେ ସୋରିଷ ତେଲ ବ୍ୟବହାରକୁ ଅନେକ ଲୋକେ ନାପସନ୍ଦ କରୁଛନ୍ତି । ମାତ୍ର ସୋରିଷ ତେଲରେ ଅନେକ ଭଲଗୁଣ ଲୁଚି ରହିଛି, ଯଦି ଏହି ତେଲରେ ଲେମ୍ବୁ ରସ ମିଶ୍ରଣ ହୁଏ, ତେବେ ଏହାର ଦୁଇଗୁଣ ଲାଭ ମିଳିପାରିବ । ତେବେ ସୋରିଷ ତେଲରେ ଲେମ୍ବୁ ମିଶାଇ ବ୍ୟବହାର କରିବା ଦ୍ବାରା କେଶର କେଉଁ କେଉଁ ସମସ୍ୟାରୁ ମୁକ୍ତି ମୁକ୍ତି ମିଳେ ଜାଣନ୍ତୁ(Tips For Beautiful Hair)
କେଷକୁ ପୋଷଣ ଯୋଗାଏ: ବଜାରରେ ଅନେକ ପ୍ରକାରର କେଶ ପାଇଁ ପ୍ରଡକ୍ଟ ଉପଲବ୍ଧ ହେଉଛି, କିନ୍ତୁ ପ୍ରାକୃତିକ ଉପାୟରେ କେଶର ଯତ୍ନ ନେଇପାରିବେ, ଯାହା ସ୍ଥାୟୀ ପ୍ରଭାବ ପକାଇଥାଏ । ସୋରିଷ ତେଲ ଏଥିରେ ଆପଣଙ୍କୁ ସାହାଯ୍ୟ କରିପାରିବ । କେବଳ ଆୟୁର୍ବେଦ ନୁହେଁ, ଏଲୋପାଥି ବିଶେଷଜ୍ଞମାନେ ମଧ୍ୟ ବିଶ୍ୱାସ କରନ୍ତି ଯେ, ଏହି ତେଲ କେଶରେ ଥିବା ପୁଷ୍ଟିକର ଅଭାବକୁ ଦୂର କରିପାରିବ ।
ରକ୍ତ ସଞ୍ଚାଳନ: ସଠିକ୍ ରକ୍ତ ପ୍ରବାହ ଅଭାବରୁ କେଶ ଝଡିବା ଆରମ୍ଭ ହୋଇଥାଏ । ଯଦି ରକ୍ତ ସଞ୍ଚାଳନକୁ ସଂଶୋଧନ କରିବାକୁ ଚାହାଁନ୍ତି, ତେବେ ସୋରିଷ ତେଲ ମାଲିସ୍ କରିବା ଜରୁରୀ । ଏଥିରେ ଲେମ୍ବୁ ମିଶାଇଲେ ଅତିରିକ୍ତ ତେଲ ସମସ୍ୟାରୁ(Extra Oil Problem) ମଧ୍ୟ ମୁକ୍ତି ମିଳିପାରେ ।