ଓଡିଶା

odisha

ETV Bharat / sukhibhava

Mouth Odor: ପାଟିରୁ ଦୁର୍ଗନ୍ଧ ବାହାରୁଥିଲେ ସାବଧାନ, ହୋଇପାରେ ଏହି ଅଙ୍ଗରେ ସମସ୍ୟା - ପାଟିରୁ ଦୁର୍ଗନ୍ଧ ବାହାରିବାର କାରଣ

ପାଟିରୁ ଦୁର୍ଗନ୍ଧ ବାହାରୁଥିଲେ ସାବଧାନ । ଏହାକୁ ସାଧାରଣ ସମସ୍ୟା ଭାବନ୍ତୁନି । ଅଙ୍ଗରେ ସମସ୍ୟା ରହିଥିଲେ ହୋଇପାରେ ଏହି ସମସ୍ୟା । ଅଧିକ ପଢନ୍ତୁ

Mouth Odor
Mouth Odor

By

Published : Jun 24, 2023, 1:34 PM IST

ହାଇଦ୍ରାବାଦ:କିଛି ଲୋକଙ୍କର ପାଟିରୁ ଦୁର୍ଗନ୍ଧ ବାହାରିଥାଏ । ତେବେ ଗନ୍ଧ ବାହାରୁଥିବା ଲୋକଙ୍କୁ ତାହା ଜଣାପଡେ ନାହିଁ । କିନ୍ତୁ ପାଖରେ ଥିବା ଲୋକଙ୍କୁ ତାହା ଜଣାପଡିଥାଏ । ଦାନ୍ତ ଏବଂ ପାଟିକୁ ସଠିକ ଭାବେ ସଫା ନକରିବା କାରଣରୁ ଏଭଳି ଦୁର୍ଗନ୍ଧ ବାହାରିଥାଏ ବୋଲି ଜଣାପଡିଛି । ଡାକ୍ତର ସାଧାରଣତଃ ଦିନକୁ 2 ଥର ବ୍ରସ କରିବା ପାଇଁ ପରାମର୍ଶ ଦେଇଥାଆନ୍ତି । କିନ୍ତୁ କିଛି ଲୋକ ଅଳସୁଆ କାରଣରୁ ଅବହେଳା କରି ପାଟିର ସ୍ବଚ୍ଛତା ବଜାୟୀ ରଖିନଥାନ୍ତି । ଫଳରେ ପାଟିରେ ଜୀବାଣୁ ବୃଦ୍ଧି ପାଇଥାଏ । ତେବେ ଏଭଳି ସମସ୍ୟା ଲାଗି ରହିଲେ ଏହାକୁ ହାଲୁକା ଭାବେ ଗ୍ରହଣ କରିବା ଉଚିତ ନୁହେଁ । ଏହାର କାରଣ ଜଟିଳ ମଧ୍ୟ ହୋଇପାରେ । ଯଦି କିଛି ଅଙ୍ଗରେ ସମସ୍ୟା ରହିଥିବ, ତେବେ ମଧ୍ୟ ପାଟିରୁ ଦୁର୍ଗନ୍ଧ ବାହାରିଥାଏ ।

ପାଟିରୁ ଦୁର୍ଗନ୍ଧ ବାହାରିବାର ଏହା ହୋଇଥାଇପାରେ କାରଣ:

  1. ଫୁସଫୁସ: ଫୁସଫୁସର ସଂକ୍ରମଣ ହେତୁ ମଧ୍ୟ ପାଟିରୁ ଦୁର୍ଗନ୍ଧ ବାହାରିଥାଏ । ବାସ୍ତବରେ, ଯେତେବେଳେ ଫୁସଫୁସରେ କୌଣସି ପ୍ରକାର ସଂକ୍ରମଣ ହୁଏ, ସେତେବେଳେ ଏହି ଦୁର୍ଗନ୍ଧମୟ ବାଷ୍ପ ବାହାରିଥାଏ।
  2. ଲିଭର: ଯକୃତ ରୋଗ ମଧ୍ୟ ପାଟି ଦୁର୍ଗନ୍ଧର କାରଣ ହୋଇପାରେ । ଯକୃତ ଆମ ଶରୀରରେ ଥିବା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିଥାଏ, କିନ୍ତୁ ଯେତେବେଳେ ଏହା ହୋଇନଥାଏ, ସେତେବେଳେ ରକ୍ତରେ ଟକ୍ସିନ ବୃଦ୍ଧି ପାଇଥାଏ । ଫଳରେ ପାଟିରୁ ଦୁର୍ଗନ୍ଧ ବାହାରିଥାଏ ।
  3. କିଡନୀ: ଯଦି କିଡନୀରେ ସମସ୍ୟା ରହିଥାଏ, ସେଭଳି ସ୍ଥିତିରେ ସ୍ବଚ୍ଛତା ବଜାୟୀ ରଖିବା ପରେ ମଧ୍ୟ ପାଟିରୁ ଦୁର୍ଗନ୍ଧ ବାହାରିଥାଏ । ଯେତେବେଳେ କିଡନୀ ଠିକ ରହିଥାଏ ସେତେବେଳେ ୟୁରିଆ ସହଜରେ ଫିଲ୍ଟର ହୋଇଯାଇଥାଏ । କିନ୍ତୁ କିଡନୀରେ ସମସ୍ୟା ରହିଥିଲେ ୟୁରିଆ ଫିଲ୍ଟର ହୋଇନପାରି ପାଟିରୁ ଦୁର୍ଗନ୍ଧ ବାହାରିଥାଏ ।

ପାଟିରୁ ଦୁର୍ଗନ୍ଧ ବାହାରିବାର ଅନ୍ୟ କାରଣ: ଉପରୋକ୍ତ ସମସ୍ତ ସମସ୍ୟା ବ୍ୟତୀତ, ଅନ୍ୟାନ୍ୟ କାରଣରୁ ମଧ୍ୟ ପାଟିରୁ ଦୁର୍ଗନ୍ଧ ବାହାରିଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହା ମଧୁମେହର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ, କାରଣ ଏପରି ଅବସ୍ଥାରେ ପାଟିରୁ ଏସିଟୋନ ଭଳି ଗନ୍ଧ ବାହାରିଥାଏ । ରକ୍ତରେ କିଟୋନ୍ ସ୍ତର ବୃଦ୍ଧି ହେତୁ ଏହା ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ: Rainy Season Food Tips: ବର୍ଷା ଋତୁରେ ରୁହନ୍ତୁ ନିରୋଗ, ଖାଦ୍ୟରେ ସାମିଲ କରନ୍ତୁ ଏସବୁ

ଚିକିତ୍ସା ପ୍ରଣାଳୀ: ଡାକ୍ତରଙ୍କ କହିବା ଅନୁସାରେ, ପାଟିର ସ୍ବଚ୍ଛତା ବଜାୟୀ ରଖିଲେ ଏହି ସମସ୍ୟାରୁ ମୁକ୍ତି ହୋଇପାରିବା ।

ଦିନକୁ 2 ଥର ବ୍ରସ କରିବା । ଏହାପରେ ମଧ୍ୟ ଦୁର୍ଗନ୍ଧ ବାହାରିଲେ ଡେଣ୍ଟାଲ ଫ୍ଲସ ବ୍ୟବହାର କରିବା ଉଚିତ

ଫ୍ଲୋରାଇଡ୍ ଟୁଥପେଷ୍ଟ ସହ ନରମ ବ୍ରସର ବ୍ୟବହାର

ପ୍ରଚୁର ପାଣି ପିଇବା

ବିଦ୍ର: ଏହା ଏକ ରିପୋର୍ଟ ଆଧାରରେ ପ୍ରକାଶିତ ଖବର । ଯଦି କିଛି ଦିନ ପର୍ଯ୍ୟନ୍ତ ପାଟିରୁ ଦୁର୍ଗନ୍ଧ ବାହାରିଥାଏ, ସେଭଳି ପରିସ୍ଥିତିରେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ

ABOUT THE AUTHOR

...view details