ଓଡିଶା

odisha

ETV Bharat / sukhibhava

ଆଇରନ୍ ଅଭାବରୁ ହୋଇଥାଏ ଏହି ସ୍ବାସ୍ଥ୍ୟ ସମସ୍ୟା, ଜାଣନ୍ତୁ କେମିତି କରିବେ ସମାଧାନ

ରକ୍ତରେ ହିମୋଗ୍ଲୋବିନ ସ୍ତର ସଠିକ୍ ରହିବା ପାଇଁ ଲୌହ ବା ଆଇରନର ଗୁରୁତ୍ୱପୂର୍ଣ୍ଣ । ଆଇରନ୍ ଅଭାବ ମୁଖ୍ୟତଃ ରକ୍ତହୀନତା ସମସ୍ୟା ସୃଷ୍ଟିକରେ । ତେବେ କେଉଁ ବୟସର ଲୋକେ କେତେ ଆଇରନ୍ ନେବା ଉଚିତ୍ ଏବଂ ରକ୍ତହୀନତାକୁ କିପରି ଦୂର କରିବେ, ଜାଣନ୍ତୁ

By

Published : Mar 31, 2023, 1:05 PM IST

Etv Bharat
Etv Bharat

ହାଇଦ୍ରାବାଦ: ଶାରୀରିକ କାର୍ଯ୍ୟ ସଠିକ୍ ହେବା ପାଇଁ ପ୍ରୋଟିନ୍, ଭିଟାମିନ୍, ମିନେରାଲ୍ସ ଓ ଆଇରନ୍ ନିହାତି ଆବଶ୍ୟକ । ଏସବୁ ଭିଟାମିନ୍ ଓ ଯୌଗିକ ଅଭାବରେ ନାନା ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ । ରକ୍ତରେ ହିମୋଗ୍ଲୋବିନ ସ୍ତର ସଠିକ୍ ରହିବା ପାଇଁ ଲୌହ ବା ଆଇରନର ଗୁରୁତ୍ୱପୂର୍ଣ୍ଣ । ଆଇରନ ରୋଗ ପ୍ରତିରୋଧକ ଶକ୍ତି, ସଠିକ କୋଷ ପରିଚାଳନା ଏବଂ ମାଂସପେଶୀକୁ ଦୃଢ କରିବା ଭଳି କାର୍ଯ୍ୟ କରେ । ହେଲେ ଏହାର ଅଭାବ ସ୍ବାସ୍ଥ୍ୟ ପାଇଁ ବିପଦ ଆଣିଦିଏ । ଆଇରନ୍ ଅଭାବ ମୁଖ୍ୟତଃ ରକ୍ତହୀନତା ସମସ୍ୟା ସୃଷ୍ଟିକରେ । ତେବେ କେଉଁ ବୟସର ଲୋକେ କେତେ ଆଇରନ୍ ନେବା ଉଚିତ୍ ଏବଂ ରକ୍ତହୀନତାକୁ କିପରି ଦୂର କରିବେ, ଜାଣନ୍ତୁ

ବିଶେଷଜ୍ଞଙ୍କ ଅନୁଯାୟୀ ଆଇରନର ଅଭାବ ହେତୁ ଶରୀର ଦୁର୍ବଳ ହୋଇଯାଏ । ଏହି ଅବସ୍ଥାରେ, ଶରୀର ଟିସୁରେ ପର୍ଯ୍ୟାପ୍ତ ଅମ୍ଳଜାନ ବହନ କରିବା ପାଇଁ ସୁସ୍ଥ ଲୋହିତ ରକ୍ତ କଣିକା ଅଭାବ ଦେଖାଦିଏ । ରକ୍ତହୀନତାକୁ ହିମୋଗ୍ଲୋବିନ୍ ଅଭାବ ମଧ୍ୟ କୁହାଯାଏ, ଏହା ଜଣେ ବ୍ୟକ୍ତିଙ୍କୁ କ୍ଳାନ୍ତ ଏବଂ ଦୁର୍ବଳ କରିପାରେ । ରକ୍ତହୀନତାର ଅନେକ ପ୍ରକାର ଅଛି, ପ୍ରତି ପ୍ରକାରର ଏକ ନିର୍ଦ୍ଦିଷ୍ଟ କାରଣ ଥାଏ ।

ରକ୍ତହୀନତା ଅସ୍ଥାୟୀ କିମ୍ବା ଦୀର୍ଘକାଳୀନ ହୋଇପାରେ । ସାମାନ୍ୟରୁ ଗମ୍ଭୀର ମଧ୍ୟ ହୋଇପାରେ । ଅଧିକାଂଶ କ୍ଷେତ୍ରରେ ରକ୍ତହୀନତାର ଗୋଟିଏରୁ ଅଧିକ କାରଣ ଥାଏ । ଯଦି ରକ୍ତହୀନତା ଅଛି ବୋଲି ସନ୍ଦେହ କରୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏହା ଗୁରୁତର ରୋଗର ସଙ୍କେତ ହୋଇପାରେ ।

ଏହା ମଧ୍ୟ ପଢନ୍ତୁ:-ଗଲ୍‌ବ୍ଲାଡର୍ ଅସ୍ତ୍ରୋପଚାର ପରେ କେମିତି ନେବେ ସ୍ବାସ୍ଥ୍ୟର ଯତ୍ନ, ଜାଣନ୍ତୁ

ଆଇରନ୍ ଆବଶ୍ୟକତା:

ବୟସ ଅନୁପାତରେ ଖାଦ୍ୟରେ ଆଇରନ ପରିମାଣ ଭିନ୍ନ ଭିନ୍ନ ହୋଇଥାଏ । ବୟସ ବଢିବା ସହିତ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ପାଇଁ ଆଇରନର ପରିମାଣ ଅଧିକ ଆବଶ୍ୟକ ହୋଇଥାଏ । 6 ମାସର ଶିଶୁମାନେ 2.27 ମିଗ୍ରା ଆଇରନର ଆବଶ୍ୟକ କରନ୍ତି । ସେହିପରି 1ରୁ 3 ବର୍ଷର ପିଲାମାନେ 7 ମିଗ୍ରା, 4 ରୁ 8 ବର୍ଷ ବୟସର ପିଲାମାନଙ୍କୁ 10 ମିଗ୍ରା ଆଇରନ ଦରକାର ହୋଇଥାଏ ।

ପୁରୁଷ ବର୍ଗରେ 9 ରୁ 13 ବର୍ଷ ବୟସର ପିଲାମାନେ 8 ମିଗ୍ରା ଆଇରନ ଆବଶ୍ୟକ କରନ୍ତି, 14 ରୁ 18 ବର୍ଷ ବୟସର କିଶୋରଙ୍କୁ 11 ମିଗ୍ରା ଆଇରନ, 19 ବର୍ଷ କିମ୍ବା ତାଠୁ ଅଧିକ ବର୍ଷର ପିଲାଙ୍କୁ 8 ମିଗ୍ରା, ମହିଳା ବର୍ଗରେ 9 ରୁ 13 ବର୍ଷ ବୟସର ଝିଅମାନଙ୍କ ପାଇଁ 8 ମିଗ୍ରା, 14 ରୁ 18 ବର୍ଷର ବାଳିକାମାନଙ୍କ ପାଇଁ 15 ମିଗ୍ରା, 19ରୁ 50 ବର୍ଷ ବୟସ୍କ ମହିଳାଙ୍କ ପାଇଁ 18 ମିଗ୍ରା ଏବଂ ଗର୍ଭାବସ୍ଥାରେ ଶରୀର ପାଇଁ 27 ମିଗ୍ରା ଆଇରନର ଆବଶ୍ୟକ ପଡିଥାଏ ।

କେତେକ ନିର୍ଦ୍ଦିଷ୍ଟ ଖାଦ୍ୟରୁ ଆଇରନ୍ ମିଳିଥାଏ । ତେଣୁ ଶରୀରରେ ଆଇରନର ମାତ୍ରା ବୃଦ୍ଧି କରିବା ପାଇଁ ସବୁଜ ପନିପରିବା ଯେପରି ପାଳଙ୍ଗ ଶାଗ, ଗ୍ରୀନ ମଟର୍, ବ୍ରୋକଲି ଆଦି ଖାଇବା ଉଚିତ୍ । ସେହିପରି ଚିକେନ, ଅଣ୍ଡାର କେସର, ଚିଙ୍ଗୁଡି ମାଛ, ଆଳୁ, ତରଭୂଜ ଏବଂ ଦୁଗ୍ଧଜାତୀୟ ଖାଦ୍ୟ ଖାଇବା ଆବଶ୍ୟକ ।

Disclaimer:ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ABOUT THE AUTHOR

...view details