ଓଡିଶା

odisha

ETV Bharat / sukhibhava

କର୍କଟ ନିର୍ଣ୍ଣୟ ହେବ ସହଜ, ଇଣ୍ଟେଲିଜେଣ୍ଟ ସର୍ଜିକାଲ ଛୁରୀ ଆବିଷ୍କାର କଲେ ବୈଜ୍ଞାନିକ

କର୍କଟ ଚିହ୍ନଟ କ୍ଷେତ୍ରରେ ଆବିଷ୍କାର ହେଲା ଆଉ ଏକ ଅସ୍ତ୍ର । ଗୋଟିଏ ସେକେଣ୍ଡରେ ରୋଗ ଚିହ୍ନଟ କରିବ ଏହି ଛୁରୀ(This intelligent surgical knife can detect cancer within seconds) । ଅଧିକ ପଢନ୍ତୁ

intelligent surgical knife
intelligent surgical knife

By

Published : Jan 11, 2023, 2:42 PM IST

ହାଇଦ୍ରାବାଦ: ପାଶ୍ଚାତ୍ୟ ଦେଶମାନଙ୍କରେ କର୍କଟର ଦ୍ରୁତ ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ଆମ ଦେଶରେ ମଧ୍ୟ କର୍କଟ ଏକ ଭୟାନକ ସ୍ଥିତିରେ ପହଞ୍ଚିଛି । ବିଭିନ୍ନ ପ୍ରକାର କର୍କଟରେ ପ୍ରତିବର୍ଷ ଏକାଧିକ ଲୋକଙ୍କ ଜୀବନ ଯାଉଛି । ମୁଖ୍ୟତଃ ଏହି ରୋଗ ନିରାକରଣରେ ବିଳମ୍ବ ଘଟିଲେ ସମସ୍ୟା ଗମ୍ଭୀର ହୋଇଯାଏ । ଏଥିପାଇଁ ପ୍ରଯୁକ୍ତିବିଦ୍ୟା ଚିକିତ୍ସା ଉପରେ ଅନୁସନ୍ଧାନ ଜାରି ରଖିଛନ୍ତି ବୈଜ୍ଞାନିକ । ଏହି ଅନୁସନ୍ଧାନ ମଧ୍ୟରେ ହୋଇଛି ଆଉ ଏକ ନୂତନ ଆବିଷ୍କାର । ଏପରି ଏକ ପ୍ରଯୁକ୍ତିବିଦ୍ୟାର ଆବିଷ୍କାର ହୋଇଛି, ଯାହା ମାଧ୍ୟମରେ ଗୋଟିଏ ସେକେଣ୍ଡରେ ଚିହ୍ନଟ ହୋଇପାରିବ ଗର୍ଭାଶୟ କର୍କଟ(Womb Cancer) ।

ଏହି ପ୍ରଯୁକ୍ତିବିଦ୍ୟା ବା ଟେକ୍ନଲୋଜିକୁ ଇଣ୍ଟେଲିଜେଣ୍ଟ ସର୍ଜିକାଲ୍ ନାଇଫ୍ ବା ଛୁରୀ(Intelligent surgical knife) କୁହାଯାଉଛି । ଏହା କର୍କଟ ରୋଗର ଚିକିତ୍ସାକୁ ସହଜ କରିବ ବୋଲି ଆଶା କରୁଛନ୍ତି ବୈଜ୍ଞାନିକ । କାରଣ ଏହା କିଛି ସେକେଣ୍ଡରେ କେତେକ ନିର୍ଦ୍ଦିଷ୍ଟ ପ୍ରକାରର କର୍କଟ ଚିହ୍ନଟ କରିପାରିବ(This intelligent surgical knife can detect cancer within seconds) । ଏଣ୍ଡୋମେଟ୍ରିଆଲ୍ କର୍କଟ ଚିହ୍ନଟ କରିବା ପାଇଁ ଷ୍ଟାଣ୍ଡାର୍ଡ ଇଲେକ୍ଟ୍ରୋ ସର୍ଜିକାଲ୍ ପଦ୍ଧତି ବ୍ୟବହାର କରି ଏହା କରାଯାଇପାରିବ ବୋଲି ବୈଜ୍ଞାନିକ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- Antibiotics ନିୟମିତ ଖାଉଥିଲେ ସାବଧାନ ! ହୋଇପାରେ ଏହି ସବୁ ଜଟିଳ ସମସ୍ୟା

ଇଣ୍ଟେଲିଜେଣ୍ଟ ଛୁରୀର କାମ:-

ସର୍ଜିକାଲ୍ ଇଣ୍ଟେଲିଜେଣ୍ଟ୍ ଛୁରୀ ରାପିଡ୍ ଏଭାପୋରେଟିଭ୍ ଆୟୋନାଇଜେସନ୍ ମାସ ସ୍ପେକ୍ଟ୍ରୋମେଟ୍ରି(REIMS)ରେ କାମ କରେ । ଏହି ଛୁରୀ ମାଧ୍ୟମରେ ପ୍ରକୃତ ସମୟରେ ମାନବ ଟିସୁ ଶୀଘ୍ର ଚିହ୍ନଟ ହୋଇପାରିବ । କ୍ୟାନ୍ସର ଜର୍ଣ୍ଣାଲରେ ପ୍ରକାଶିତ ଏକ ଆର୍ଟିକିଲ ଅନୁଯାୟୀ, iKnife(Inteligent Knife) ଏଣ୍ଡୋମେଟ୍ରିଆଲ୍ ପିପେଲ ବାୟୋପସି ନମୁନାରୁ ଏଣ୍ଡୋମେଟ୍ରିଆଲ୍ କର୍କଟକୁ ସଠିକ୍ ଭାବରେ ଚିହ୍ନଟ କରିପାରିବ ।

ଅନୁସନ୍ଧାନକାରୀମାନେ ଗର୍ଭାଶୟ କର୍କଟ ରୋଗରେ ଆକ୍ରାନ୍ତ 150 ମହିଳାଙ୍କଠାରୁ ବାୟୋପ୍ସି ଟିସୁ ନମୁନା ସଂଗ୍ରହ କରି ଏହି ପରୀକ୍ଷା କରିଥିଲେ । ବର୍ତ୍ତମାନ ଉପଲବ୍ଧ ଥିବା କର୍କଟ ସ୍କ୍ରିନିଂ ଟେକ୍ନୋଲୋଜି ସହ iKNife କୁ ତୁଳନା କରିଥିଲେ । ଏଥିରେ ଜଣାପଡିଲା ଯେ, iKnife ଟେକ୍ନୋଲୋଜି ବ୍ୟବହାରରେ ଫଳାଫଳ ଦ୍ରୁତ ରହିଛି । ଅର୍ଥାତ୍ ଏହା ପୂର୍ବ ଟେକ୍ନଲୋଜି ତୁଳନାରେ ରୋଗ ନିର୍ଣ୍ଣୟ କ୍ଷେତ୍ରରେ ଶୀଘ୍ର ପ୍ରଭାବି ସାବ୍ୟସ୍ଥ ହୋଇଛି ।

ଲଣ୍ଡନରେ ଗବେଷଣା:-

ସର୍ଜିକାଲ୍ ଇଣ୍ଟେଲିଜେଣ୍ଟ୍ ଛୁରୀ ଆମ୍ବିଏଣ୍ଟ୍ ମାସ୍ ସ୍ପେକ୍ଟ୍ରୋମେଟ୍ରିର ଏକ ରୂପ । ଅନୁସନ୍ଧାନକାରୀମାନେ ପ୍ରକାଶ କରିଛନ୍ତି ଯେ, ଏହି ସର୍ଜିକାଲ୍ ଛୁରୀ ଷ୍ଟାଣ୍ଡାର୍ଡ ଇଲେକ୍ଟ୍ରୋ ସର୍ଜିକାଲ୍ ପଦ୍ଧତି ବ୍ୟବହାର କରେ । ଫୁସଫୁସ, କୋଲନ୍ ଏବଂ ଯକୃତ ସହିତ ବିଭିନ୍ନ ଟିସୁ ପ୍ରକାର iKnife ଦ୍ୱାରା ସଠିକ୍ ଭାବରେ ଚିହ୍ନଟ ହୋଇସାରିଛି । ଏହି ସ୍ୱତନ୍ତ୍ର ସର୍ଜିକାଲ ଛୁରୀକୁ ଇମ୍ପେରିଆଲ୍ କଲେଜ ଲଣ୍ଡନର ଡାକ୍ତରୀ ବିଶେଷଜ୍ଞମାନେ ପ୍ରସ୍ତୁତ କରିଛନ୍ତି । ବିଶେଷଜ୍ଞମାନେ ଦାବି କରିଛନ୍ତି ଯେ, ଏଣ୍ଡୋମେଟ୍ରିଆଲ୍ କର୍କଟ ରୋଗର ସମ୍ଭାବ୍ୟ ନିରାକରଣ ପାଇଁ iKnife କୁ ପଠାଯାଇଛି । କର୍କଟ ରୋଗ ପାଇଁ ଏହାର ଫଳାଫଳଗୁଡିକ 94% ସଠିକ୍ ବୋଲି ଜଣାପଡିଛି ।

ABOUT THE AUTHOR

...view details