ହାଇଦ୍ରାବାଦ: ମୌସୁମୀ ସମୟରେ ମଶା ଦ୍ବାରା ବ୍ୟାପୁଥିବା ରୋଗ ଏବଂ ସ୍କିନରେ ହେଉଥିବା ସଂକ୍ରମଣ ଲୋକଙ୍କ ସମସ୍ୟା ବଢାଇଥାଏ। ଫଳରେ ଅନେକ ଲୋକ ଯନ୍ତ୍ରଣା ଅନୁଭବ କରିବା ସହ ଅନେକ ଲୋକ ପ୍ରାଣ ବି ହରାଇଥାନ୍ତି । ମଶା ଏଡାଇବା ପାଇଁ ବଜାରରେ ଅନେକ ପ୍ରକାରର ଲୋସନ, ସ୍ପ୍ରେ ଏବଂ କଏଲ ଇତ୍ୟାଦି ଉପଲବ୍ଧ ହୋଇଥାଏ । କିନ୍ତୁ ଏହି ରାସାୟନିକ ଦ୍ରବ୍ୟ ଅନେକ କ୍ଷତି ବି ପହଞ୍ଚାଇପାରେ। ତେବେ ଏଭଳି ପରିସ୍ଥିତିରେ ମଶା ଠାରୁ ରକ୍ଷା ପାଇବା ପାଇଁ କିଛି ଘରୋଇ ଉପଚାର ବେଶ ସହାୟକ ହୋଇଥାଏ । କିଛି ତେଲକୁ ମଶ୍ଚରାଇଜର ଭାବେ ବ୍ୟବହାର କଲେ ଏହା ମଶା ଏଡାଇବା ସହ ଚର୍ମକୁ ମଧ୍ୟ ସୁନ୍ଦର ଏବଂ ସୁସ୍ଥ ରଖେ ।
ମଶା କାମୁଡ଼ିବା ଦ୍ୱାରା ଚିକେନଗୁନିଆ, ଡେଙ୍ଗୁ ଏବଂ ମ୍ୟାଲେରିଆ ଭଳି ରୋଗ ମଧ୍ୟ ବ୍ୟାପିଥାଏ । ଏହା ଦ୍ବାରା ଚର୍ମରେ ମଧ୍ୟ ରାସେସ ବ୍ୟତୀତ ଅନେକ ସଂକ୍ରମଣ ହୋଇଥାଏ । ତେବେ ମଶାଙ୍କ ଠାରୁ ରକ୍ଷା ପାଇବା ଏବଂ ବ୍ୟାପୁଥିବା ରୋଗ ବିଷୟରେ ଲୋକଙ୍କୁ ସଚେତନତା କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ 20ରେ ବିଶ୍ୱ ମଶା ଦିବସ ଭାବେ ପାଳନ କରାଯାଏ । ତେବେ ଏହି ଅବସରରେ ଜାଣନ୍ତୁ କିଛି ଘରୋଇ ଉପଚାରରେ ପ୍ରସ୍ତୁତ ତେଲ ବିଷୟରେ ଯାହା ପ୍ରାକୃତିକ ମଶ୍ଚରାଇଜର ଭାବେ ମଶା ଠାରୁ ରକ୍ଷା କରିବା ସହ ଚର୍ମ ପାଇଁ ବି ଭଲ ଲାଭଦାୟକ ହୋଇଥାଏ । ଏହି ତେଲ କିପରି ବ୍ୟବହାର କରିବେ । ଜାଣନ୍ତୁ
ନଡିଆ ତେଲ ଏବଂ ଲେମ୍ବୁ
ନଡିଆ ତେଲ ଚର୍ମ ପାଇଁ ବହୁତ ଭଲ । ଏହା ମଶା ଠାରୁ ମଧ୍ୟ ରକ୍ଷା କରେ । ଏଥିପାଇଁ ଲେମ୍ବୁକୁ ନଡ଼ିଆ ତେଲରେ ଭଲ ଭାବରେ ମିଶାଇ ଏକ ପାତ୍ରରେ ରଖନ୍ତୁ । ଏହି ତେଲକୁ ଚର୍ମରେ ଲଗାନ୍ତୁ ଏବଂ ହାଲୁକା ମାଲିସ୍ କରନ୍ତୁ । ଏହା ସହିତ, ଏହି ତେଲକୁ ନଖ ନିକଟରେ ଏବଂ ପାଦର ଆଙ୍ଗୁଠିରେ ମଧ୍ୟ ଲଗାନ୍ତୁ । ଏହା କେବଳ ଯେ ଚର୍ମକୁ ସୁସ୍ଥ ରଖେ ନାହିଁ ବରଂ ଏହାକୁ ମଶା ଠାରୁ ମଧ୍ୟ ରକ୍ଷା କରିଥାଏ ଏବଂ ଫଙ୍ଗଲ ସଂକ୍ରମଣର ଭୟକୁ ମଧ୍ୟ ଦୂର କରିଥାଏ ।
ପୁଦିନା ଏକ୍ସଟ୍ରାକ୍ଟ କିମ୍ବା ତେଲ
ପୁଦିନା ଏହାର ସତେଜ ସୁଗନ୍ଧ ସହ ମନକୁ ଖୁସି କରିଥାଏ । ପୁଦିନା ଏକ୍ସଟ୍ରାକ୍ଟକୁ ନଡ଼ିଆ ତେଲକୁ କିମ୍ବା ତେଲରେ ମିଶାଇ ବ୍ୟବହାର କରନ୍ତୁ । ଏହା ଦ୍ବାରା ମଶା କାମୁଡ଼ାରୁ ରକ୍ଷା ପାଇବେ ଏବଂ ଚର୍ମ ମଧ୍ୟ ପରିଷ୍କାର ଏବଂ ସ୍ୱଚ୍ଛ ହୋଇଯିବ ।