ଓଡିଶା

odisha

ETV Bharat / sukhibhava

ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରୁଥିଲେ ସାବଧାନ ! ହୋଇପାରେ ମାରାତ୍ମକ ରୋଗ - ବ୍ୟୁଟି ପ୍ରଡକ୍ଟ

Harmful Effects Of Beauty Products: ଆଜିକାଲି ସୁନ୍ଦରତା ପାଇଁ ଲୋକେ ବିଭିନ୍ନ ବ୍ୟୁଟି ପ୍ରଡକ୍ଟ ବ୍ୟବାହର କରନ୍ତି । ହେଲେ ଏହି ବ୍ୟୁଟି ପ୍ରଡକ୍ଟ ବ୍ୟବାହର ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ବିଶେଷଜ୍ଞଙ୍କ କହିବା ଅନୁସାରେ, ବ୍ୟୁଟି ପ୍ରଡକ୍ଟରେ ଯେପରି କମ୍ପେକ୍ଟ ପାଉଡର, ନେଲ୍ ପଲିସ୍, ନେଲ୍ ରିମୁଭର୍ ଆଦିରେ ବ୍ୟବହୃତ ରାସାୟନିକ ପଦାର୍ଥ କର୍କଟ ଭଳି ରୋଗର ଆଶଙ୍କା ବଢାଇଥାଏ । ଅଧିକ ପଢନ୍ତୁ

ସୁନ୍ଦରତା ଆଳରେ ହୋଇପାରନ୍ତି ରୋଗର ଶିକାର! ଜାଣନ୍ତୁ ବ୍ୟୁଟି ପ୍ରଡକ୍ଟ ବ୍ୟବାହର ନେଇ କ'ଣ କହୁଛନ୍ତି ବିଶେଷଜ୍ଞ
ସୁନ୍ଦରତା ଆଳରେ ହୋଇପାରନ୍ତି ରୋଗର ଶିକାର! ଜାଣନ୍ତୁ ବ୍ୟୁଟି ପ୍ରଡକ୍ଟ ବ୍ୟବାହର ନେଇ କ'ଣ କହୁଛନ୍ତି ବିଶେଷଜ୍ଞ

By ETV Bharat Odisha Team

Published : Jan 7, 2024, 2:11 PM IST

ହାଇଦ୍ରାବାଦ: ଆଜିକାଲି ସମସ୍ତେ ସୁନ୍ଦର ଏବଂ ମସୃଣ ତ୍ବଚା ପାଇବାକୁ ଚାହାଁନ୍ତି । ଏଥିପାଇଁ ବଜାରରେ ମିଳିଥିବା ନାନା ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି । ହେଲେ ଅଧିକାଂଶ ବ୍ୟୁଟି ପ୍ରଡକ୍ଟରେ କିଛି ଏପରି କେମିକାଲ ବା ରାସାୟନିକ ପଦାର୍ଥ ଥାଏ, ଯାହା ଆମ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ । ଯଦି ଆମେ ଦୀର୍ଘ ଦିନ ଧରି ଏହିପରି ସାମଗ୍ରୀର ବ୍ୟବହାର ଜାରି ରଖିଥାଉ ତାହେଲେ ଏହା ଆମର ହରମୋନ ସିଷ୍ଟମରେ ବ୍ୟାଘାତ ସୃଷ୍ଟି କରିଥାଏ । ଏହା ବ୍ୟତୀତ ଏହି ବ୍ୟୁଟି ପ୍ରଡକ୍ଟ ଦୀର୍ଘ ଦିନ ଧରି ବ୍ୟବହାର ଦ୍ବାରା କର୍କଟ ଭଳି ରୋଗ ହେବାର ମଧ୍ୟ ଆଶଙ୍କା ବଢାଇଥାଏ । ବିଶେଷକରି ଚର୍ମ କର୍କଟ ରୋଗର ଆଶଙ୍କା ବହୁତ ଅଧିକ ରହିଥାଏ । ଏଣୁ ବ୍ୟୁଟି ପ୍ରଡକ୍ଟକୁ ଯତ୍ନର ସହ ଏବଂ କେବଳ ସୀମିତ ପରିମାଣରେ ବ୍ୟବହାର କରିବା ଉଚିତ୍ । ନଚେତ୍ ସୁନ୍ଦରତା ପାଇଁ ପ୍ରାକୃତିକ ପଦାର୍ଥ ବ୍ୟବହାର କରିବା ଉଚିତ୍ ।

  • କମ୍ପାକ୍ଟ ପାଉଡର ଏବଂ ଟାଲକମ ପାଉଡର

ବିଶେଷଜ୍ଞଙ୍କ ଅନୁସାରେ, କମ୍ପାକ୍ଟ ପାଉଡର ଏବଂ ଟାଲକମ ପାଉଡର ପରି ବ୍ୟୁଟି ପ୍ରଡକ୍ଟ ଚର୍ମ ପାଇଁ ଅତ୍ୟନ୍ତ କ୍ଷତିକାରକ । ଏହି ପାଉଡର ଗୁଡ଼ିକ ଚର୍ମର ଖାଲରେ ସହଜରେ ପ୍ରବେଶ କରି ତାକୁ ବନ୍ଦ କରିଦେଇଥାଏ । ଏହି କାରଣରୁ ଚର୍ମରେ ଅମ୍ଲଜାନର ଅଭାବ ଦେଖାଯାଏ ଏବଂ ସୁସ୍ଥ ଚର୍ମ କୋଷଗୁଡିକ ନଷ୍ଟ ହେବାକୁ ଲାଗେ । ଏହି କାରଣରୁ ଏହି ପାଉଡରଗୁଡିକ ଦୀର୍ଘ ସମୟର ଧରି ବ୍ୟବହାର କରୁଥିବା ଲୋକଙ୍କ ଚର୍ମ ବାର୍ଦ୍ଧକ୍ୟ ଏବଂ କୁଞ୍ଚିତ ହେବାକୁ ଲାଗେ । ଏଥିସହ କିଛି ଟାଲକମ ପାଉଡରରେ ମଧ୍ୟ ଆଜବେଷ୍ଟସ ଏବଂ ସ୍ପାଟିସ ଭଳି ରାସାୟନିକ ପଦାର୍ଥ ରହିଥାଏ । ଯାହା ଫୁସଫୁସ କର୍କଟ ଭଳି ସାଂଘାତିକ ରୋଗର କାରଣ ହୋଇପାରେ ।

  • ନେଲ୍ ପଲିସ୍ ଏବଂ ନେଲ୍ ରିମୁଭର୍

ନେଲ୍ ପଲିସ୍ ଏବଂ ନେଲ୍ ପେଣ୍ଟ ରିମୁଭର୍ ପରି ସୌନ୍ଦର୍ଯ୍ୟ ସାମଗ୍ରୀରେ ମଧ୍ୟ ଅନେକ ରାସାୟନିକ ପଦାର୍ଥ ରହିଥାଏ । ଯାହା ଆମ ସ୍ବାସ୍ଥ୍ୟ ପାଇଁ ବିପଦଜ୍ଜନକ ଅଟେ । ଏଥିରେ ଟୋଲୁଏନ, ଫର୍ମାଲଡିହାଇଡ, ଏସିଟୋନ ପରି ରାସାୟନିକ ପଦାର୍ଥ ରହିଥାଏ ଯାହା ବିଷାକ୍ତ ଅଟେ । କେତେକ ଅଧ୍ୟୟନ ଅନୁଯାୟୀ, ଏହି କେମିକାଲ ବା ରାସାୟନିକ ପଦାର୍ଥ ଆମ ଚର୍ମ ମାଧ୍ୟମରେ ଶୋଷିତ ହୁଏ ଏବଂ ଏହା ଆମର ହରମୋନ, ଶର୍କରା ସ୍ତର ଏବଂ ଥାଇରଏଡ ଗ୍ରନ୍ଥିକୁ ପ୍ରଭାବିତ କରିଥାଏ । କେବଳ ଏତିକି ନୁହେଁ ଏହା ଆଖି, କିଡନୀ ଏବଂ ସ୍ନାୟୁ ପ୍ରଣାଳୀକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ ।

  • ହେୟାର(କେଶ) ରିମୁଭାଲ

ଅନେକ ହେୟାର ରିମୁଭାଲ କ୍ରିମ ବିଷୟରେ ଦାବି କରାଯାଇଥାଏ ଯେ ବିନା କୌଣସି ଯନ୍ତ୍ରଣାରେ ଶରୀରରୁ କେଶ ହଟା ଯାଇପାରିବ । କିନ୍ତୁ ବାସ୍ତବରେ ତାହା ନୁହେଁ । ଏହି କ୍ରିମ ଗୁଡିକରେ ଥିବା ଥିଓଗ୍ଲାଇକୋଲିକ ଏସିଡ ଏହାକୁ ପୋଡି କେଶକୁ ବାହାର କରିଥାଏ, ଯାହା ଚର୍ମରେ ଦାଗ ସୃଷ୍ଟି କରିଥାଏ । ଏହା ବ୍ୟତୀତ ଏହି ଏସିଡ ଗୁଡିକ ଆମେ କେଶ, ନଖ ଏବଂ ଚର୍ମକୁ ରକ୍ଷା କରୁଥିବା ପ୍ରୋଟିନଗୁଡିକୁ ମଧ୍ୟ ନଷ୍ଟ କରିଥାଏ । ଏପରି ପରିସ୍ଥିତିରେ ଯଦି ଆମେ ଏହି କ୍ରିମଗୁଡିକୁ ଅଧିକ ବ୍ୟବହାର କରୁ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହାର ବ୍ୟବହାର ଜାରି ରଖୁ, ତେବେ ଏହା ଆମ ଚର୍ମ ଉପରେ ଗୁରୁତର ପ୍ରଭାବ ପକାଇଥାଏ । ଫଳରେ ଚର୍ମ ରୋଗ, ସଂକ୍ରମଣ ଆଶଙ୍କା ବୃଦ୍ଧି ହୋଇଥାଏ । ତେଣୁ ଏହି କ୍ରିମଗୁଡିକୁ ବ୍ୟବହାର ନ କରିବା ଭଲ ।

ଏହା ମଧ୍ୟ ପଢନ୍ତୁ:ବ୍ୟୁଟି ପ୍ରଡକ୍ଟ କିଣୁଛନ୍ତି କି? ଏହି ଉପାଦାନକୁ ନିଶ୍ଚିତ ଯାଞ୍ଚ କରନ୍ତୁ

  • ହେୟାର କଲର୍ ବା କେଶ ରଙ୍ଗ କରିବା

ଏକ ଅଧ୍ୟୟନ ଅନୁଯାୟୀ, ଯେଉଁମାନେ ନିଜ କେଶରେ ସ୍ଥାୟୀ(Permanent) କେଶ ରଙ୍ଗ ପ୍ରୟୋଗ କରନ୍ତି, ସେମାନେ ବିଭିନ୍ନ ପ୍ରକାର କ୍ୟାନ୍ସର ରୋଗର ଶିକାର ହେବା ଆଶଙ୍କା ରହିଥାଏ । ବିଶେଷ କରି ବ୍ଲାଡର କ୍ୟାନ୍ସର, ସ୍ତନ କ୍ୟାନ୍ସର ଏବଂ ବ୍ଲଡ କ୍ୟାନ୍ସର ଭଳି ରୋଗର ଶିକାର ହେବାର ଅଧିକ ଆଶଙ୍କା ରହିଥାଏ । କେବଳ ଯେ ସ୍ଥାୟୀ କେଶ ରଙ୍ଗ କରୁଥିବା ଲୋକେ ନୁହଁ ବରଂ ଯେଉଁମାନେ ବି ହେୟାର ଡାଏର୍ କରନ୍ତି, ସେମାନେ ମଧ୍ୟ ଏହି ରୋଗର ଶିକାର ହୋଇପାରନ୍ତି ।

(ବିଦ୍ର: ଏହା ଇଟିଭି ଭାରତର ନିଜସ୍ବ ମତ ନୁହେଁ, ଦିଆଯାଇଥିବା ପଦ୍ଧତି କେବଳ ସାଧାରଣ ସୂଚନା ଉପରେ ଆଧାରିତ।)

ABOUT THE AUTHOR

...view details