ହାଇଦ୍ରାବାଦ:ଶୀତଦିନେ ତାପମାତ୍ରା ହ୍ରାସ, ଥଣ୍ଡା ଜଳବାୟୁ ଏବଂ ପରିବେଶ ପାଇଁ ଆମକୁ ଅତ୍ୟଧିକ ଥଣ୍ଡା ଅନୁଭୂତ ହୁଏ । ତେବେ ଥଣ୍ଡାରୁ ନିଜକୁ ରକ୍ଷା କରିବା ପାଇଁ ଆମେ ଶୀତ ବସ୍ତ୍ର ଏବଂ ନିଆଁ ଜଳାଇ ଶରୀରରୁ ଗରମ ରଖିଥାଉ । କିନ୍ତୁ ଏସବୁ ଦ୍ବାରା ଶରୀରର ବାହାର ଗରମ ରହିଥାଏ ହେଲେ ଭିତରେ ନୁହଁ । ଏପରି ପରିସ୍ଥିତିରେ ଥଣ୍ଡା ହେତୁ ଜ୍ବର, ଥଣ୍ଡା ପରି ଅନେକ ସଂକ୍ରମଣ ଏବଂ ରୋଗର ଶିକାର ହୋଇଥାଉ । ତେବେ ଶରୀରରୁ ଭିତର ପଟୁ ଗରମ ରଖିବାରେ କିଛି ଖାଦ୍ୟ ପଦାର୍ଥ ସାହାଯ୍ୟ କରିଥାଏ । ତେବେ ଶୀତ ଋତୁରେ କେଉଁ ଖାଦ୍ୟ ସାମଗ୍ରୀ ଦ୍ବାରା ଆମେ ନିଜକୁ ଗରମ ଏବଂ ସୁରକ୍ଷିତ ରଖିପାରିବା । ଜାଣନ୍ତୁ,
ଅଦା
ଅଦା ଶରୀରକୁ ଗରମ ରଖିବାରେ ସାହାଯ୍ୟ କରେ । ଏଥିସହ ଏହା ଶରୀରରେ ରକ୍ତ ସଞ୍ଚାଳନ ସଠିକ ରଖିବାରେ ସାହାଯ୍ୟ କରେ ଏବଂ ରକ୍ତ ପ୍ରବାହକୁ ହ୍ରାସ କରିବାରେ ସାହାଯ୍ୟ କରେ । ଫଳରେ ଶୀତ ଦିନେ ଏହା ଖାଇବା ଦ୍ବାରା ଥଣ୍ଡା, କାଶ ଭଳି ସମସ୍ୟାରୁ ମଧ୍ୟ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।
ଗୁଡ଼
ଶୀତଦିନେ ଗୁଡ଼ ଖାଇବା ଶରୀର ପ୍ରତି ବେଶ ଲାଭଦାୟକ ଅଟେ । ଏହା ଶରୀରକୁ ଗରମ ରଖେ ଏବଂ ଥଣ୍ଡା, କାଶରୁ ମୁକ୍ତି ଦେଇଥାଏ । ଏଥିସହ ଏହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା ସହ ଇମ୍ୟୁନ ସିଷ୍ଟମକୁ ମଜବୁତ ରଖିଥାଏ ଏବଂ ଶରୀରକୁ ଆଇରମ ଅଭାବରୁ ମଧ୍ୟ ରକ୍ଷା କରିଥାଏ ।
ଘିଅ