ହାଇଦ୍ରାବାଦ:ଏଚଆଇଭି ଏଡସକୁ ଗମ୍ଭୀର ରୋଗ ବୋଲି ବିବେଚନା କରାଯାଇଥାଏ । ଏହାର ଅନେକ କାରଣ ରହିଥିବା ବେଳେ ହ୍ୟୁମାନ ଇମ୍ୟୁନୋଡେଫିସିଏନ୍ସି ଭାଇରାସ ଏଚଆଇଭି ପାଇଁ ଦାୟୀ ବୋଲି କୁହାଯାଇଛି । ଏହି ଭାଇରସରେ ସଂକ୍ରମିତ ହେବା ପରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ ହୋଇଥାଏ । ଫଳରେ ଅନେକ ସଂକ୍ରମିତ ରୋଗ ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ । HIVର ଶେଷ ଷ୍ଟେଜ ହେଉଛି ଏଡସ । ବର୍ତ୍ତମାନ ସମୟରେ ଏଚଆଇଭି ଏଡସ ଏକ ଗମ୍ଭୀର ରୋଗ ଭାବେ ଉଭା ହୋଇଛି ।
ତେବେ ଏଚ୍.ଆଇ.ଭି ଏଡସର ଲକ୍ଷଣ ସାଧାରଣ ଫ୍ଲୁ ପରି ହୋଇଥାଏ ଏବଂ ସଂକ୍ରମଣର 2ରୁ 6 ସପ୍ତାହ ମଧ୍ୟରେ ଏହାର ଲକ୍ଷଣ ଦେଖାଯାଇଥାଏ । ଏହି ରୋଗରେ ଆକ୍ରାନ୍ତ ହେବା ପରେ ସାଧାରଣତଃ ଜ୍ବର, ଥଣ୍ଡା, ଗଳା ଯନ୍ତ୍ରଣା, ମାଂସପେଶୀ ଯନ୍ତ୍ରଣା, ଶରୀରରେ ଘା, ରାତିରେ ଅଧିକ ଝାଳ ବାହାରିବା, ଗଣ୍ଠି ଯନ୍ତ୍ରଣା ଏବଂ ଗ୍ରନ୍ଥି ଫୁଲିଯିବା ଭଳି ଲକ୍ଷଣ ଦେଖାଯାଇଥାଏ ।
ଏଚଆଇଭି ଏଡସର କିଛି ଲକ୍ଷଣ ପରିସ୍ରାରେ ମଧ୍ୟ ଦେଖାଯାଏ ବୋଲି ଏକ ରିପୋର୍ଟରେ କୁହାଯାଇଛି । ଯଦି ଏହି ଲକ୍ଷଣ ଠିକ ସମୟରେ ଚିହ୍ନଟ ହୁଏ ତେବେ ପରିସ୍ଥିତି ଜଟିଳ ହେବା ଠାରୁ ରୋକାଯାଇ ପାରିବ । ଏଚଆଇଭି ଏଡସର ଲକ୍ଷଣ ପ୍ରତ୍ୟେକ ବ୍ୟକ୍ତିଙ୍କ ଠାରେ ଭିନ୍ନ ଦେଖାଯାଏ । କିଛି ଲୋକଙ୍କ ଠାରେ ଏହି ରୋଗର କୌଣସି ଲକ୍ଷଣ ଦୀର୍ଘ ସମୟ ପର୍ଯ୍ୟନ୍ତ ଦେଖାଯାଏ ନାହିଁ । ଏଚ୍.ଆଇ.ଭି.ର ଲକ୍ଷଣ ପୁରୁଷ ଏବଂ ମହିଳାଙ୍କ କ୍ଷେତ୍ରରେ ପ୍ରାୟତଃ ସମାନ ହୋଇଥାଏ କିନ୍ତୁ କିଛି ଲକ୍ଷଣ ଅଛି ଯାହା ପୁରୁଷମାନଙ୍କ ଠାରେ ଦେଖାଯାଏ କିନ୍ତୁ ମହିଳାମାନଙ୍କ ଠାରେ ଦେଖାଯାଏ ନାହିଁ ।
ଏହା ମଧ୍ୟ ପଢନ୍ତୁ: World AIDS Day 2022: ଛୁଆଁ ରୋଗ ନୁହେଁ ଏଡସ୍, ରୋଗୀଙ୍କୁ କରନ୍ତୁନି ଅଣଦେଖା