ହାଇଦ୍ରାବାଦ:ମଧୁମେହର ଆରୋଗ୍ଯ ପାଇଁ ଖାଦ୍ୟରେ କଟକଣା ସବୁଠୁ ଗୁରୁତ୍ବପୂର୍ଣ୍ଣ । ମାତ୍ର ବର୍ତ୍ତମାନର ପରିବର୍ତ୍ତିତ ଜୀବନଶୈଳୀ କାରଣରୁ ଅଧିକାଂଶ ଲୋକେ ଏବେ ଏହି ରୋଗରେ ପୀଡିତ ହେଉଛନ୍ତି । ପ୍ରତି ଘରେ ମଧୁମେହ ରୋଗୀ ଥିବା କହିଲେ କିଛି ଭୁଲ୍ ହେବନି । ରିପୋର୍ଟ ଅନୁଯାୟୀ 2030 ସୁଦ୍ଧା ଆମ ଦେଶରେ ପ୍ରାୟ 98 ନିୟୁତ ଲୋକ ମଧୁମେହରେ ଆକ୍ରାନ୍ତ ହୋଇ ସାରିବେ । କିନ୍ତୁ ଆଶ୍ବସନାର ବିଷୟ ହେଉଛି କି, ମଧୁମେହକୁ ରୋକାଯାଇପାରିବ ଏବଂ ପରିଚାଳନା ମଧ୍ୟ କରାଯାଇପାରିବ । କେବଳ ଖାଦ୍ୟରେ କେତେକ ପରିବର୍ତ୍ତନ ଆଣିପାରିଲେ ଏହା ସମ୍ଭବ ହୋଇପାରିବ । ତେବେ କେଉଁ ଖାଦ୍ୟ ଖାଇବା ଦ୍ବାରା ମଧୁମେହ ନିୟନ୍ତ୍ରଣ ହୋଇଥାଏ, ଜାଣନ୍ତୁ...
ବିଟ୍:- ଟାଇପ୍-୨ ମଧୁମେହ ରୋଗୀଙ୍କ ପାଇଁ ବିଟ୍ ଖାଇବା ବେଶ୍ ଲାଭଦାୟକ । ଏହା ଫାଇବର ଏବଂ ଅତ୍ୟାବଶ୍ୟକ ଖଣିଜ ପଦାର୍ଥ ଯେପରିକି ପୋଟାସିୟମ୍, ଆଇରନ୍, ମାଙ୍ଗାନିଜ୍ ଏବଂ ଫାଇଟୋକେମିକାଲ୍ସ ଥାଏ, ଏହା ରକ୍ତରେ ଶର୍କରା ହ୍ରାସ କରିବାରେ ଏବଂ ଶରୀରରେ ଇନସୁଲିନ୍ ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହାକୁ ନଡ଼ିଆରେ ମିଶାଇ ସୁପ୍ ତିଆରି କରି ଖାଦ୍ୟରେ ଅନ୍ତର୍ଭୁକ୍ତ କରିପାରିବେ ।
ବାଜରା:- ବାଜରା ଫାଇବରରେ ଭରପୂର ଏବଂ ଅନ୍ୟ ଶସ୍ୟ ତୁଳନାରେ ଗ୍ଲାଇସେମିକ୍ ଇଣ୍ଡେକ୍ସରେ କମ୍ ରହିଥାଏ । ବାଜରାରେ ଲେମ୍ବୁ ଏବଂ ମଶୁର ମିଶାଇ ପ୍ରୋଟିନ୍ ଭାବରେ ପ୍ରସ୍ତୁତ କରିପାରିବେ । ତେବେ ବାଜରା ଆପଣଙ୍କ ଶରୀରରେ କିପରି ଭାବେ ପ୍ରଭାବ ପକାଇଥାଏ, ତାହାକୁ ଦୃଷ୍ଟିରେ ରଖି ଖାଇବା ଉଚିତ୍ ।